କିଏ ସେହି ବାଂଲାଦେଶୀ ସୁନ୍ଦରୀ, ଯାହାକୁ ଦେଖି ଭୟଭୀତ ହୋଇଗଲେ ୟୁନୁସ୍‌ ସରକାର! ଜାଣନ୍ତୁ ପୂରା ଘଟଣା

ଢାକା,୭।୨: ବାଂଲାଦେଶ ପୋଲିସ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମାଲୋଚନା କରିବା ପରେ ଅଭିନେତ୍ରୀ ମେହେର ଆଫରୋଜ ଶୋନଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରିଛି। କିଛି ଘଣ୍ଟା ପୂର୍ବରୁ ଜମାଲପୁରରେ ତାଙ୍କ ପରିବାରର ଘର ପୋଡ଼ି ଯାଇଥିଲା। ଶୋନ ଏବଂ ତାଙ୍କ ପରିବାର ଆୱାମୀ ଲିଗ ସହିତ ଜଡିତ।

ଗୁରୁବାର ରାତିରେ ତାଙ୍କୁ ଧାନମଣ୍ଡିରେ ଅଟକ ରଖାଯାଇଥିଲା ବୋଲି ଡିଟେକ୍ଟିଭ ବ୍ରାଞ୍ଚ ଅତିରିକ୍ତ ପୋଲିସ କମିଶନର ରେଜାଉଲ କରିମ ମଲିକ ଢାକା ଟ୍ରିବ୍ୟୁନଙ୍କୁ କହିଛନ୍ତି। ପୋଲିସ କହିଛି ଯେ ଶୋନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ରିପୋର୍ଟ ଅନୁସାରେ, ସେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମାଲୋଚନା କରିଥିଲେ।

ତାଙ୍କ ଘରେ ଆକ୍ରମଣ ଏବଂ ପୋଡ଼ାଜଳା ହେବାର କିଛି ଘଣ୍ଟା ପରେ ତାଙ୍କୁ ଗିରଫ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜମାଲପୁର ସଦର ଉପଜିଲାପାଳର ନୋରୁଣ୍ଡି ରେଳ ଷ୍ଟେଶନ ନିକଟରେ ସନ୍ଧ୍ୟା ପ୍ରାୟ ୬ଟାରେ ଛାତ୍ର ଏବଂ ସ୍ଥାନୀୟ ବାସିନ୍ଦା ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଘରଟି ତାଙ୍କ ବାପା ଇଞ୍ଜିନିୟର ମହମ୍ମଦ ଅଲ୍ଲୀଙ୍କର ଥିଲା।

ମେହର ଆଫରୋଜଙ୍କ ବାପା ଗତ ଜାତୀୟ ନିର୍ବାଚନ ପାଇଁ ଆୱାମୀ ଲିଗ ପ୍ରାର୍ଥୀପତ୍ର ଆବେଦନ କରିଥିଲେ। ତାଙ୍କ ମାଆ ବେଗମ ତହୁରା ଅଲି ସଂରକ୍ଷିତ ମହିଳା ଆସନରୁ ଦୁଇଥର ସଂସଦରେ ସଦସ୍ୟ ଥିଲେ। ଶୋନ ମଧ୍ୟ ଆୱାମୀ ଲିଗ ପ୍ରାର୍ଥୀ ଭାବରେ ସଂରକ୍ଷିତ ସଂସଦୀୟ ଆସନ ପାଇଁ ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ମେହେର ଆଫରୋଜଙ୍କୁ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନିକଟତର ବୋଲି ବିଶ୍ୱାସ କରାଯାଏ। ଗତବର୍ଷ ବିଦ୍ରୋହ ପରେ ଶେଖ ହସିନା ଭାରତ ପଳାଇ ଆସିଥିଲେ, ଯେଉଁଠାରେ ସେ ନିର୍ବାସନରେ ଜୀବନ କାଟୁଛନ୍ତି। ମେହର ଆଫରୋଜ ଶୋନ ପ୍ରାୟ ୩୭ ବର୍ଷ ପୂର୍ବେ ଜଣେ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ସେ ୧୯୮୮ରେ ‘ସ୍ବାଧୀନୋତା’ ନାମକ ଏକ ଟିଭି ଧାରାବାହିକରେ ନଜର ଆସିଥିଲେ। ଜଣେ ଅଭିନେତ୍ରୀ ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ଗାୟିକା ଏବଂ ନୃତ୍ୟଶିଳ୍ପୀ ମଧ୍ୟ। ସେ ଲେଖକ-ନିର୍ଦ୍ଦେଶକ ହୁମାୟୁନ ଅହମ୍ମଦଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri