Posted inଖେଳ

୧ ଓଭର, ୪ ଛକା, ମ୍ୟାଚ୍‌ ଶେଷ; କିଏ ସେହି ଖେଳାଳି ଯିଏ ପାଲଟିଛନ୍ତି ପାକିସ୍ତାନର ନୂଆ ହିରୋ…

ଦୁବାଇ,୩୦।୧୦: ଟି -୨୦ ବିଶ୍ୱକପ ୨୦୨୧ ର ସୁପର -୧୨ ରାଉଣ୍ଡର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ୫ ଉଇକେଟରେ ଜିତିଥିଲା। ଏହା ଟୁର୍ନାମେଣ୍ଟରେ ଦଳର କ୍ରମାଗତ ତୃତୀୟ ବିଜୟ। ଏଥିସହ ପାକିସ୍ତାନ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ସେମାନେ ୬ ପଏଣ୍ଟ ସହ ଗ୍ରୁପ ୨ ରେ ଶୀର୍ଷ ସ୍ଥାନ ଅଧିକାର କରିଛି। ତେବେ ଶୁକ୍ରବାର ଦୁବାଇରେ ଖେଳାଯାଇଥିବା ଏହି ମୁକାବିଲା ବେଶ ରୋମାଞ୍ଚକର ଥିଲା। ଏକ ସମୟରେ ତାଙ୍କ ଦଳ ମଧ୍ୟ ଅସୁବିଧାରେ ପଡ଼ିଥିବା ଦେଖାଯାଇଥିଲା। ସେତେବେଳେ ଖେଳାଳି ଆସିଫ ଅଲି ସ୍ଥିତିକୁ ସମ୍ଭାଳିବା ସହ ହିରୋ ପାଲଟିଛନ୍ତି।

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଶ୍ଚିତ କରିଥିଲା । ଦଳ ୨୦ ଓଭରରେ ୧୪୭ ରନ କରି ୬ ଉଇକେଟ ହରାଇଥିଲା। ୧୪୮ ରନ୍‌ର ବିଜୟଲକ୍ଷ୍ୟ ପାକିସ୍ତାନ ଦଳ ଆଗରେ ଥିଲା। ରିଜୱାନ (୮)ଙ୍କ ଉଇକେଟ ଯିବା ସହିତ ସେମାନଙ୍କର ଖରାପ ଆରମ୍ଭ ହୋଇଥିଲା । ହେଲେ ଅଧିନାୟକ ବାବର ଆଜାମ ଟୁର୍ନାମେଣ୍ଟରେ ଦ୍ୱିତୀୟ ଅର୍ଦ୍ଧଶତକ ମାରି ଦଳକୁ ସ୍ଥିତି ପରିବର୍ତ୍ତନ କରିଥିଲେ।ତାଙ୍କ ବ୍ୟତୀତ ଫଖର ଜମାନ ମଧ୍ୟ ୩୦ ରନର ଇନିଂସ ଖେଳିଥିଲେ।

ମ୍ୟାଚରେ ପାକିସ୍ତାନ ବିଜୟ ଆଡକୁ ବଢ଼ୁଥିବା ବେଳେ ମ୍ୟାଜିକାଲ ସ୍ପିନର ରସିଦ ଖାନ ବୋଲିଂ କରିବାକୁ ଆସିଥିଲେ । ପ୍ରଥମେ ମହମ୍ମଦ ହାଫିଜଙ୍କ ଉଇକେଟ ନେଇ ନିଜର ୧୦୦ ତମ ଟି -୨୦ ଅନ୍ତର୍ଜାତୀୟ ଉଇକେଟ ନେଇଥିଲେ। ଏହା ପରେ ରସିଦ ବାବର ଆଜାମ (୫୧) କୁ ୧୨୨ ସ୍କୋରରେ ବୋଲ୍ଡ କରିଥିବା ବେଳେ ୧୮ ତମ ଓଭର ଶେଷରେ ନବୀନ-ଉଲ-ହକ ମଧ୍ୟ ଶୋଏବ ମଲିକଙ୍କୁ ପାଭିଲିୟନକୁ ରାସ୍ତା ଦେଖାଇଥିଲେ। ସେତେବେଳେ କେବଳ ୨ ଓଭରରେ ପାକିସ୍ତାନକୁ ୨୪ ରନର ଆବଶ୍ୟକ ଥିଲା। ପଡ଼ିଆରେ ଥିଲେ ଆସିଫ ଅଲି ଏବଂ ଶାଦବ ଖାନ।

ଆଫଗାନିସ୍ତାନ ଏହି ମ୍ୟାଚକୁ ଜିତିଯିବା ପରି ମନେ ହେଉଥିଲା। ପେସର କରିମ ଜନତ ଆଫଗାନିସ୍ତାନ ପାଇଁ ବୋଲିଂ କରିବାକୁ ଆସିିଥିଲେ। କିନ୍ତୁ ତା’ପରେ ଯାହା ହେଲା ମ୍ୟାଚ୍‌କୁ ପୂରା ବଦଳାଇ ଦେଲା। ଆସିଫ ଏହି ଓଭରର ପ୍ରଥମ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବଲରେ ୪ ଟି ଛକା ମାରି ପାକିସ୍ତାନକୁ ବିଜେତା କରିଥିଲେ। ଆସିଫ ଅଲି ଚାରିଟି ଛକା ପଛରେ ୭ ଟି ବଲରେ ଅପରାଜିତ ୨୪ ରନ ଖେଳି ପାକିସ୍ତାନକୁ କ୍ରମାଗତ ତୃତୀୟ ବିଜୟ ପ୍ରଦାନ କରିଥିଲେ।

ଲଗାତାର ଦୁଇଟି ମ୍ୟାଚରେ ପାକିସ୍ତାନୀ ଦଳ ପାଇଁ ବ୍ୟାଟିଂ ଷ୍ଟାର ପାଲଟିଥିବା ୩୦ ବର୍ଷୀୟ ଆସିଫ ଅଲିଙ୍କର ଜନ୍ମ ୧ ଅକ୍ଟୋବର ୧୯୯୧ ରେ ପାକିସ୍ତାନର ଫୈସଲାବାଦରେ ହୋଇଥିଲା। ପ୍ରାୟ ୮ ବର୍ଷ ଧରି ସେ ଘରୋଇ କ୍ରିକେଟ ରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। କିନ୍ତୁ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୁଯୋଗ ମିଳି ନ ଥିଲା। ୨୦୧୮ ରେ ସେ ପାକିସ୍ତାନ ସୁପର ଲିଗ୍‌ ରେ ଇସଲାମାବାଦ ୟୁନାଇଟେଡ ଟାଇଟଲ ଜିତିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଲାଇମଲାଇଟ୍‌କୁ ଆସିଥିଲେ। ସେହି ବର୍ଷ ସେ ପାକିସ୍ତାନ ପାଇଁ ନିଜର ଦିନିକିଆ ଏବଂ ଟି୨୦ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ସେ ସର୍ବଦା ’ପାୱାର୍‌ ହିଟର୍‌’ ଏବଂ ଫିନିସର୍‌ ଭାବରେ ଜଣାଶୁଣା । ବର୍ତ୍ତମାନ ଟି -୨୦ ବିଶ୍ୱକପରେ ମଧ୍ୟ ସେପରି କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?