Posted inଖେଳ

ଶିଖର ଧାଓ୍ବନଙ୍କ ପୂର୍ବପତ୍ନୀ ଆୟେଶା ମୁଖାର୍ଜୀ କିଏ? ଯାହାଙ୍କୁ ଛାଡ଼ପତ୍ର ଦେଇ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୮।୯: ଚର୍ଚ୍ଚାରେ ଭାରତୀୟ ଓପନର ଶିଖର ଧାଓ୍ବନ। ଦୀର୍ଘ ୯ ବର୍ଷ ପରେ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ସେ ଛାଡ଼ପତ୍ର ଦେଇଛନ୍ତି। ଏହାକୁ ନେଇ ଧାଓ୍ବନ କୌଣସି ବିବୃତି ଦେଇ ନ ଥିବା ବେଳେ ଲୋକମାନେ ଆୟେଶାଙ୍କ ବିଷୟରେ ଅଧିକ କିଛି ଜାଣିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା…

୧୯୭୫ ଅଗଷ୍ଟ ୨୭ରେ ଆୟେଶାଙ୍କ ଜନ୍ମ। ତାଙ୍କ ବାପା ବଙ୍ଗାଳି ହୋଇଥିବା ବେଳେ ମା’ ବ୍ରିଟିଶ ମୂଳର। ଆୟେଶାଙ୍କ ଜନ୍ମର ୮ ବର୍ଷ ପରେ ସେ ଅଷ୍ଟ୍ରେଲିଆରେ ରହିବାକୁ ଚାଲିଯାଇଥିଲେ। ସେଠାରେ ତାଙ୍କର ପାଠପଢ଼ା ଶେଷ ହୋଇଥିଲା।
ଆୟେଶା ଜଣେ ପ୍ରଫେଶନାଲ କିକ୍‌ ବକ୍ସର। ସେ ଧାଓ୍ବନଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ୧୦ ବର୍ଷ ଯାଏ ସେମାନଙ୍କ ସମ୍ପର୍କ ଚାଲିଥିଲା। ଉଭୟଙ୍କ ଦୁଇ ଝିଅ ରହଛି। ହେଲେ ୨୦୧୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଏହା ପଛର କାରଣ ଆଜିଯାଏ ଜଣାପଡ଼ିନାହିଁ।

ଏହାପରେ ୨୦୧୨ରେ ଆୟେଶା ଧାଓ୍ବନଙ୍କୁ ଭେଟିଥିଲେ। ପ୍ରଥମ ଥର ପାଇଁ ଫେସବୁକ୍‌ରେ ଆୟେଶାଙ୍କୁ ଦେଖିବା ପରେ ଉଭୟ କଥାବାର୍ତ୍ତା ଆରମ୍ଭ କରିଥିଲେ। ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୨ ଅକ୍ଟୋବରରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଧାଓ୍ବନ-ଆୟେଶାଙ୍କ ମଧ୍ୟରେ ୧୦ ବର୍ଷର ତଫାତ ଥିଲା। ଏଥିପାଇଁ ଧାଓ୍ବନଙ୍କ ବାପା ବିବାହ ପାଇଁ ରାଜି ନ ଥିଲେ। ପରେ ମା’ ରାଜି ହେବା ପରେ ବିବାହ ହୋଇଥିଲା। ବିବାହର ୨ ବର୍ଷ ପରେ ଆୟେଶା ଆଉ ଏକ ପୁଅ ଜନ୍ମ ଦେଇଥିଲେ। ତାଙ୍କ ନାମ ଜୋରାବର। ଧାଓ୍ବନ ଆୟେଶାଙ୍କ ପ୍ରଥମ ବିବାହର ସନ୍ତାନମାନଙ୍କୁ ନିଜ ନାମ ଦେଇଥିଲେ। ମୋଟ ସମ୍ପତ୍ତି ଦେଖିଲେ ଆୟେଶା ୭୫ କୋଟି ସମ୍ପତ୍ତିର ମାଲିକାଣୀ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri