Pakistan: ପାକିସ୍ତାନରେ କାହା ପାଖରେ ଅଛି ପରମାଣୁ ଅସ୍ତ୍ରର ରିମୋଟ୍‌? ନାଁ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଚରମ ସୀମାରେ ପହଞ୍ଚାଇଛି। ଯାହା ଏବେ ଯୁଦ୍ଧ ପରସ୍ଥିତିକୁ ଆହୁରି ରୁ ଆହୁରି କୁ ଘନେଇଛି। ଏହି ଘଟଣା ପରେ ଭାରତ ୧୯୬୦ ମସିହାର ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ରଖିଛି, ଅଟାରୀ ସୀମାନ୍ତ ବନ୍ଦ ଏଥିସହ ଆକାଶମାର୍ଗ ବନ୍ଦ କରିଛି ଏବଂ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ଭିସା ସେବା ବନ୍ଦ କରିଛି। ପାକିସ୍ତାନ ମଧ୍ୟ ଭାରତୀୟ ବିମାନଗୁଡ଼ିକ ପାଇଁ ଆକାଶମାର୍ଗ ବନ୍ଦ କରି ଓ ଶିମଲା ଚୁକ୍ତି ସ୍ଥଗିତ ରଖି ପାଲଟା ଜବାବ ଦେଇଛି। ଏହା ପୂର୍ବରୁ ପାକ୍‌ ଭାରତକୁ ପରମାଣୁ ଧମକ ଦେଇସାରିଛି। ତେବେ ଜାଣନ୍ତି କି ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାର କରିବାର ରିମୋଟ କାହା ପାଖରେ ରହିଛି।

ପାକିସ୍ତାନର ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଦାୟିତ୍ୱ ରାଷ୍ଟ୍ରୀୟ କମାଣ୍ଡ ଅଥରିଟି (ଏନସିଏ) ଉପରେ ନ୍ୟସ୍ତ। ଏହି ସଂସ୍ଥା ପାକିସ୍ତାନର ପରମାଣୁ ଅସ୍ତ୍ର ସମ୍ପର୍କିତ ନୀତି ର୍ନିଦ୍ଧାରଣ ଓ ନିୟନ୍ତ୍ରଣ କରେ। ଏନସିଏର ଅଧ୍ୟକ୍ଷ ହେଉଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ, ବର୍ତ୍ତମାନ ଶେହବାଜ ସରିଫ। ଯୁଦ୍ଧ ପରିସ୍ଥିତିରେ ପରମାଣୁ ଅସ୍ତ୍ର ବ୍ୟବହାର ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଏନସିଏ ନେଇଥାଏ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନ୍ୟ ବରିଷ୍ଠ ସାମରିକ ଓ ବେସାମରିକ ନେତାମାନେ ସାମିଲ ହୋଇଥା’ନ୍ତି। ଏହି ସଂସ୍ଥାରେ ପାକିସ୍ତାନର ସେନା ମୁଖ୍ୟ, ବିଦେଶ ମନ୍ତ୍ରୀ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନେ ରହିଛନ୍ତି।

ସୂଚନା ଅନୁଯାୟୀ, ପାକିସ୍ତାନର ପରମାଣୁ ଅସ୍ତ୍ର ସମ୍ପୂର୍ଣ୍ଣ ଭାବେ ଏନସିଏର ନିୟନ୍ତ୍ରଣାଧୀନ ରହିଛି, ଏବଂ କୌଣସି ସାମରିକ ଜେନେରାଲ ଏକାକୀ ଭାବେ ଏହାର ବ୍ୟବହାର ନିଷ୍ପତ୍ତି ନେଇପାରିବେ ନାହିଁ। ଏକ୍ସ ପୋଷ୍ଟରେ ଦାବି କରାଯାଇଥିଲା ଯେ ପାକିସ୍ତାନ ଓ ଭାରତରେ ସାମରିକ ଜେନେରାଲମାନେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି, କିନ୍ତୁ ଏହା ଭୁଲ ବୋଲି ସ୍ପଷ୍ଟ ହୋଇଛି। ଭାରତରେ ମଧ୍ୟ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥାଏ।

ପହଲଗାମ ହମଲା ପରେ ପାକିସ୍ତାନରୁ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ସାମ୍ନାକୁ ଆସିଛି। ପାକିସ୍ତାନର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ନଜମ ସେଠୀ ଭାରତ ବିରୋଧରେ ପରମାଣୁ ବୋମା ପକାଇବାର ଧମକ ଦେଇଛନ୍ତି। ସେହିପରି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ମଧ୍ୟ ଏକ ସାକ୍ଷାତକାରରେ ସମ୍ପୂର୍ଣ୍ଣ ଯୁଦ୍ଧର ସମ୍ଭାବନା ପ୍ରକାଶ କରି ଆନ୍ତର୍ଜାତୀୟ ସମୁଦାୟକୁ ଚିନ୍ତିତ ହେବାକୁ କହିଛନ୍ତି। ତେବେ, ଆସିଫ ପରେ ଦାବି କରିଛନ୍ତି ଯେ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

ସନ୍ଦେହଜନକ ଅବସ୍ଥାରେ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସ୍ବାମୀ ପୋଡି ଦେଇଥିବା ଅଭିଯୋଗ ଆଣିଲେ…

ପାଟଣାଗଡ,ବେଲପଡ଼ା,୧୨/୧୨(ସଚ୍ଚିଦାନନ୍ଦ ମହାକୁର),(ମନୋଜ ମିଶ୍ର): ବଲାଙ୍ଗୀର ଜିଲା ବେଲପଡା ଥାନା କଟାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଜଣେ ବିବାହିତ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ...

ତେରଗାଁ-ମହାକାଳପଡ଼ା ଲୁଣାନଦୀ ସେତୁ ନିର୍ମାଣ ବନ୍ଦ କଲେ ଲୋକେ

ମହାକାଳପଡ଼ା,୧୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ସେତୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହେଉଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟକୁ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri