ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଶାଳିନୀ ପଣ୍ଡିତ ଯାଦୁପେଡି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରି କହିଥିଲେ, ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ୱିକ ଅଞ୍ଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ। ଶିଶୁ ମାନଙ୍କୁ ଏହି ଯାଦୁପେଡ଼ିର ଖେଳନା ଗୁଡିକ ଶିଖିବା ସହିତ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ।

ସୂଚନାଯୋଗ୍ୟ ଯେ, ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଯାଦୁପେଡିର ପରିକଳ୍ପନା କରାଯାଇଛି। ଏହାକୁ NCERT ଦ୍ୱାରା ପ୍ରସ୍ତୁତ କରାଯାଇଛି। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ଏହି କିଟ ପ୍ରଦାନ କରାଯିବ। ପ୍ରତ୍ୟେକ କିଟ ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ୪୫ ହଜାର ସ୍କୁଲରେ ଏହାକୁ ଆବଣ୍ଟିତ କରାଯିବ ଏବଂ ସମୁଦାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Video: ପ୍ରଶଂସକଙ୍କ ନିଜର ଲାମ୍ବୋର୍ଗିନୀ ଦେଇଦେଲେ ରୋହିତ ଶର୍ମା, ଜାଣନ୍ତୁ କାରଣ

ମୁମ୍ବାଇ,୧୯ା୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ରୋହିତ ଶର୍ମା ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ମନ ଜିଣିଛନ୍ତି। ସେ...

୧୦୨୧ ଦିନ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ, କେଏଲ ରାହୁଲଙ୍କ ହେବ ମେଗା ରିଟର୍ଣ୍ଣ! ଆଇପିଏଲ ୨୦୨୫ ମଝିରେ ଆସିଲା ବଡ଼ ଅପଡେଟ

ମୁମ୍ବାଇ,୧୯ା୫: ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ଅଛି। ଏହାପରେ ଅଗଷ୍ଟ ମାସରେ ଟିମ୍ ଇଣ୍ଡିଆ ହ୍ୱାଇଟ ବଲ...

୭୦ ବର୍ଷ ବୟସ୍କ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଭାଇରାଲ୍, ରାଗିଗଲେ ଲୋକେ

ମୁମ୍ବାଇ: ତାମିଲ ସିନେମାର ଦିଗଜ ଅଭିନେତା ତଥା ନିର୍ମାତା କମଲ ହାସନଙ୍କ ଆଗାମୀ ଚଳଚ୍ଚିତ୍ର ଥଗ୍ ଲାଇଫରେ ଅଭିନୟ କରୁଥିବା ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକ ସୋସିଆଲ ମିଡ଼ିଆରେ...

କାର୍‌-ବାଇକ୍‌ ଧକ୍କା: ୨ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚୈଗୁଡା ଛକଠାରେ ସୋମବାର ସାରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ନର୍ସିଂହୋମରେ ପ୍ରସୂତି, ନବ ଜାତକଙ୍କ ମୃତ୍ୟୁଘଟଣା: ଅଭିଯୁକ୍ତା ମହିଳା ସ୍ବାସ୍ଥ୍ୟକର୍ମୀ ଗଲେ ଜେଲ୍‌

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ...

ପାକିସ୍ତାନ ପରେ ଏବେ ବାଂଲାଦେଶକୁ ଲୁଟୁଛି ଚାଇନା! ଡ୍ରାଗନ ଆଗରେ ଅସହାୟ ଯୁନୁସ ସରକାର

ନୂଆଦିଲ୍ଲୀ,୧୯ା୫: ଏକପଟେ ଚାଇନା ବାଂଲାଦେଶର ଅର୍ଥନୀତିରେ ଗଭୀର ଭାବେ ପ୍ରବେଶ କରୁଛି, ଅନ୍ୟପଟେ ବାଂଲାଦେଶର ଘରୋଇ ବଜାର ଚାଇନା ସାମଗ୍ରୀରେ ପରିପୂର୍ଣ୍ଣ ହୋଇପଡ଼ିଛି। ସାମ୍ପ୍ରତିକ ତଥ୍ୟ...

ଦୀର୍ଘ ୩୦ ବର୍ଷ ପରେ ନୂଆ ଅଭିଯୋଗ ପ୍ରକୋଷ୍ଠ: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ  ଅଭିଯୋଗ ଶୁଣିଛନ୍ତି। ସମସ୍ୟା ଓ ଦୁଃଖ ଶୁଣିବା ସହିତ...

ଗ୍ରିଲ ଭାଙ୍ଗି ନେଇଥିଲେ ୧୪ ଭରି ସୁନା, ଏବେ..

ଦିଗପହଣ୍ଡି,୧୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘର ମଧ୍ୟରୁ ପ୍ରାୟ ୧୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri