Posted inଖେଳ

କାହା ପାଇଁ ଭାଙ୍ଗିଲା ଭାରତ ଓ୍ବାର୍ଲଡ କପ ଜିତିବାର ସ୍ବପ୍ନ, କିଏ ସେହି ହରଜସ ସିଂ ଯିଏ ଓଲଟାଇ ଦେଲେ ମ୍ୟାଚ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ କ୍ରିକେଟ ଦଳ ଆଇସିସି ଅଣ୍ଡର -୧୯ ବିଶ୍ୱକପ ୨୦୧୪ ଟାଇଟଲ ଜିତିଛି। ଭାରତ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଦଳ ରେକର୍ଡ ସ୍କୋର କରିବା ପରେ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଦଳ ଟୁର୍ଣ୍ଣାମେଣ୍ଟର ଫାଇନାଲ ଇତିହାସରେ ସର୍ବାଧିକ ସ୍କୋର କରିଥିଲା ଯେଉଁଥିରେ ହରଜସ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଭାରତ ବିପକ୍ଷ ଏହି ମ୍ୟାଚରେ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ।

ଭାରତ ବିପକ୍ଷ ଅଣ୍ଡର -୧୯ ବିଶ୍ୱକପରେ ୧୯ ବର୍ଷୀୟ ହରଜସ ସିଂ ଅଷ୍ଟ୍ରେଲିଆ ପାଇଁ ୫୫ ରନ୍‌ର ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ୬୪ ବଲରେ ୩ ଚୌକା ଓ ୩ ଛକା ସହାୟତାରେ ଏହି ଇନିଂସ ଖେଳି ସେ ଅଷ୍ଟ୍ରେଲିଆର ସ୍କୋରକୁ ୨୫୩ ରନ୍‌ରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୨୪ ବର୍ଷ ପୂର୍ବେ ହରଜସ ସିଂଙ୍କ ପରିବାର ଚଣ୍ଡିଗଡ଼ରୁ ଅଷ୍ଟ୍ରେଲିଆ ଯାଇଥିଲେ। ୨୦୨୪ରେ ପିତା ଇନ୍ଦରଜିତ ସିଂ ଭାରତ ଛାଡି ସିଡନୀରେ ବସବାସ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାତ୍ରା ଶିଳ୍ପ ସହିତ ହରଜସଙ୍କ ପିତା ଜଡିତ। ସେ ରାଜ୍ୟ ସ୍ତରୀୟ ବକ୍ସିଂ ଚାମ୍ପିଅନ ହୋଇଛନ୍ତି। ହରଜସଙ୍କ ମା’ ମଧ୍ୟ କ୍ରୀଡା ସହିତ ଜଡିତ ଏବଂ ଏକ ରାଜ୍ୟ ସ୍ତରର ଲଙ୍ଗ ଜମ୍ପର୍‌। ଅଷ୍ଟ୍ରେଲିଆ ପାଇଁ କ୍ରିକେଟ ଖେଳୁଥିବା ଏହି ଯୁବକଙ୍କର ମାମୁଁ ଭାରତରେ ରୁହନ୍ତି। ୨୦୧୫ରେ ଶେଷ ଥର ପାଇଁ ହରଜସ ଭାରତ ଆସିଥିଲେ।
ହରଜସ ସିଂ ଅଷ୍ଟ୍ରେଲିଆ ଅଣ୍ଡର -୧୯ ଦଳର ଏକ ଅଂଶ ଏବଂ ଫାଇନାଲରେ ଭାରତ ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ବାମ ହାତରେ ବ୍ୟାଟିଂ କରୁଥିବା ଏହି ଯୁବକ ଡାହାଣ ହାତରେ ବୋଲିଂ କରନ୍ତି। ୮ବର୍ଷ ବୟସରେ ସେ ରାଭେସଭି ୱାର୍କର୍ସ କ୍ଲବ ପାଇଁ ଖେଳିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri