କିଏ ପଚାରେ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ୍‌ସ (ସିଜିଏ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ପ୍ରାକ୍‌-କୋଭିଡ୍‌ ସମୟଠାରୁ ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ ବସାଇଥିବା ଉତ୍ପାଦ ଶୁଳ୍କ ଏବେ ୭୯ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୧୯ ଏପ୍ରିଲରୁ ସେପ୍ଟେମ୍ବରରେ ଏହି ପରିମାଣ ୯୫ ହଜାର ୯୩୦ କୋଟି ଟଙ୍କା ଥିଲା। ୨୦୨୦ର ଏହି ସମୟ ମଧ୍ୟରେ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୨୦୨୧ରେ ଏହାର ପରିମାଣ ଆସି ୧ ଲକ୍ଷ ୭୧ ହଜାର କୋଟି ଟଙ୍କାରେ ପହଞ୍ଚତ୍ଛି। ଏଥିରୁ ଅନୁମାନଯୋଗ୍ୟ ଯେ, ସରକାର ପେଟ୍ରୋଲିୟମ ସାମଗ୍ରୀରୁ ପର୍ଯ୍ୟାପ୍ତ ରାଜସ୍ବ ସଂଗ୍ରହ କରିଛନ୍ତି। ଆଜିର ସ୍ଥିତିରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ବଢ଼ି ଦେଶର ସର୍ବୋଚ୍ଚ ଦର ରାଜସ୍ଥାନର ଗଙ୍ଗାନଗରରେ ଦେଖିବାକୁ ମିଳିଛି। ସେଠାରେ ପେଟ୍ରୋଲ ଲିଟର ୧୨୨ ଟଙ୍କା ୪୦ ପଇସା ହୋଇଥିବା ବେଳେ ଡିଜେଲ ୧୧୩ ଟଙ୍କା ୮୦ ପଇସାରେ ବିକ୍ରି ହେଉଛି। ଓଡ଼ିଶା କଥା ଦେଖିଲେ ମାଲକାନଗିରିରେ ପେଟ୍ରୋଲ ଲିଟର ୧୧୬ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଛୁଇଁଛି ୧୧୩ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ପ୍ରାୟ ୧୧୧ ଟଙ୍କା ଓ ଡିଜେଲ ୧୦୭ ଟଙ୍କା ଟପିଯାଇଛି। ତେଲ ଦର ବୃଦ୍ଧି ଯେଉଁ ଟ୍ରେଣ୍ଡ୍‌ ଦେଖାଉଛି ଆଉ ୧୫ ଦିନ ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ଅତିକ୍ରମ କରିଯିବା ଆଶ୍ଚର୍ଯ୍ୟଜନକ ହେବ ନାହିଁ। ଜନସାଧାରଣ ମଧ୍ୟ ମୁଣ୍ଡପାତି ସହିବାକୁ ପ୍ରସ୍ତୁତ। ଏହା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି, ଯାହା ଏବେ ପଦାକୁ ଆସିଲାଣି। ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଯେଉଁଭଳି ଭାବେ ତାଙ୍କ ଦଳର ପେସ୍‌ ବୋଲର ମହମ୍ମଦ ସାମିଙ୍କୁ ସମର୍ଥନ ଜଣାଇଛନ୍ତି ଏବଂ ଏନ୍‌ସିବି ଅଫିସର ସମୀର ଓ୍ବାଙ୍ଖଡେ ଜଣେ ମିଛୁଆ ହିନ୍ଦୁ ବୋଲି କୁହାଗଲାଣି ସେଥିରୁ ଦେଶର ସ୍ଥିତି କେତେ ଜଟିଳ ସ୍ପଷ୍ଟ ବୁଝାପଡ଼ୁଛି। ଧର୍ମର ଚାରିପଟେ ସରକାରଙ୍କ ନଜର ରହିଥିବାରୁ କେଉଁଠି ନୂତନ ମନ୍ଦିର ତିଆରି କରାଯାଉଛି ତ ଅନ୍ୟପଟେ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପୁରାତନ କୀର୍ତ୍ତିରାଜିକୁ ଭାଙ୍ଗି ହିନ୍ଦୁଧର୍ମର ନୂତନ ରୂପ ସୃଷ୍ଟି କରାଯାଉଛି। ସେହିଭଳି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ନିର୍ମିତ ସାବରମତି ଆଶ୍ରମର ଆଧୁନିକୀକରଣ ସହିତ ସେଠାରେ ବିୟର ପାର୍ଲର ଖୋଲାଯିବାର ସମ୍ଭାବନା ରହିଛି। ଗୁଜରାଟ ଭଳି ମଦୁଆବିହୀନ ରାଜ୍ୟରେ ଏହା ଖୋଲା ଯାଇପାରିଲେ ପୁରାତନ ତ୍ରୁଟିଗୁଡ଼ିକୁ ବିଶେଷକରି ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ଭୁଲଗୁଡ଼ିକର ପ୍ରତିଶୋଧ ନିଆଯାଇପାରନ୍ତା। ଏହିଭଳି ଅବାଞ୍ଝିତ ବିଷୟରେ ଆମ ସମସ୍ତଙ୍କ ମୁଣ୍ଡ ବ୍ୟଥା ହେଉଛି। ସେଥିପାଇଁ ଦରଦାମ୍‌ ବଢ଼ିଲା ନା କମିଲା କିଏ ପଚାରେ।
ସିଜିଏଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ଜଣାପଡ଼ୁଛି ଯେ, କେନ୍ଦ୍ର ସରକାର ପେଟ୍ରୋଲିୟମ୍‌ ସାମଗ୍ରୀ ଉପରୁ ଯଥେଷ୍ଟ ମାତ୍ରାରେ ଟିକସ ସଂଗ୍ରହ କରୁଛନ୍ତି। ଏହାକୁ ସାଧାରଣ ଲୋକ ଜାଣିବା କଷ୍ଟକର। ଅନ୍ୟପକ୍ଷରେ କୋଭିଡ୍‌ ଟିକାକରଣ କ୍ଷେତ୍ରରେ ଭାରତ ୧୦୦ କୋଟି ଡୋଜ୍‌ ଦେଇ ଐତିହାସିକ ସଫଳତା ହାସଲ କରିଛି ବୋଲି ସରକାରୀ ସ୍ତରରେ ବାରମ୍ବାର ଦୋହରାଯାଉଛି। କିନ୍ତୁ ଭାରତରେ ସରକାରୀ ତଥ୍ୟ ଉପରେ ବିଶ୍ୱାସ କରିବା କ୍ରମଶଃ କଷ୍ଟକର ହୋଇଯାଉଛି। ପ୍ରାରମ୍ଭିକ ଅବସ୍ଥାରେ ଟିକା ନେବାକୁ ଜନସାଧାରଣ ଅମଙ୍ଗ ହେଉଥିଲେ। ଏବେ ଯେତେବେଳେ ୧୦୦ କୋଟି ଡୋଜ୍‌ ଅତିକ୍ରମ ହୋଇଯାଇଛି, ସେତେବେଳେ ସରକାର କହିବାକୁ ଆରମ୍ଭ କରିଛନ୍ତି ଯେ ଲୋକଙ୍କ ବିଶ୍ୱାସ ବଢ଼ିଯାଇଛି। ତେଣୁ ଅର୍ଥନୈତିକ ଅଭିବୃଦ୍ଧି ଦୁଇ ଅଙ୍କ ଛୁଇଁବା ସହଜ ହୋଇଯିବ। କୌଣସି ସଫଳତା ପାଇଲା ବେଳକୁ ସରକାର ଯେଭଳି ତାହାର ପ୍ରଚାର କରି ରିପୋର୍ଟ ଦେଉଛନ୍ତି, ବିଫଳତାର ସମୀକ୍ଷା କରିବାକୁ କାହିଁକି ଆଗେଇ ଆସୁନାହାନ୍ତି ବୋଲି ଏଠାରେ ପ୍ରଶ୍ନ କରାଯାଇପାରେ। କୁହାଯାଇଥାଏ ଗତି ହିଁ ଆଣେ ପ୍ରଗତି। ଏହି ଗତି ପରିବହନ ବ୍ୟବସ୍ଥା ଉପରେ ନିର୍ଭର କରେ। ତୈଳ ଦର ବଢ଼ୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ପନିପରିବା ଯାଏ ସବୁକିଛି ବହୁଗୁଣ ବଢ଼ିଯାଇଛି। ଦରବୃଦ୍ଧିର ଧାସ କାହାରିକୁ ଛାଡ଼ୁନାହିଁ। ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି। ଅନେକେ ଚାକିରି ହରାଇଛନ୍ତି। ଜନସାଧାରଣ ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଥିବା ବେଳେ ତେଲ ଦର ଅସମ୍ଭାଳ ବୃଦ୍ଧି ପାଇବା ‘ବେଡ଼ି ଉପରେ କୋରଡ଼ା ମାଡ଼’ ହୋଇଛି। କୋଭିଡ୍‌-୧୯ ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ଥିବା ବେଳେ କୁହାଯାଇଥିଲା ଯେ ତେଲରୁ ମିଳୁଥିବା ରାଜସ୍ବ ମହାମାରୀରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟଜନିତ ଖର୍ଚ୍ଚ ପାଇଁ ଭରଣା କରାଯାଉଛି। ହେଲେ କରୋନା ନିମ୍ନମୁଖୀ ହୋଇଥିଲେ ହେଁ ତେଲ ଦର ଦିନକୁ ଦିନ ଊର୍ଦ୍ଧ୍ୱଗାମୀ ହୋଇଚାଲିଛି। ବିଶ୍ଳେଷକଙ୍କ ମତରେ ସରକାର କୌଶଳ କରି ଏବେ ଅର୍ଜନ କରାଯାଉଥିବା ଅର୍ଥକୁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଲାଗି ବ୍ୟୟ କରିବାରେ ବ୍ୟସ୍ତ। ମାଗଣାରେ ସାମଗ୍ରୀ ଓ ସେବା ଯୋଗାଇ ଦେବା ସକାଶେ ସବୁ ଫନ୍ଦିଫିକର ଚାଲିଛି। ନିକଟ ଅତୀତରୁ ପ୍ରମାଣ ମିଳିଛି ଯେ ପଶ୍ଚିମବଙ୍ଗ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ତେଲ ଦର ସ୍ଥିର ରଖିଥିଲେ। ପୁଣି ଆଗକୁ ଥିବା ନିର୍ବାଚନ ବେଳେ ସମାନ ଉପାୟ ଅବଲମ୍ବନ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri