କିଏ ପଚାରେ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟ୍‌ସ (ସିଜିଏ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ପ୍ରାକ୍‌-କୋଭିଡ୍‌ ସମୟଠାରୁ ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ ବସାଇଥିବା ଉତ୍ପାଦ ଶୁଳ୍କ ଏବେ ୭୯ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୧୯ ଏପ୍ରିଲରୁ ସେପ୍ଟେମ୍ବରରେ ଏହି ପରିମାଣ ୯୫ ହଜାର ୯୩୦ କୋଟି ଟଙ୍କା ଥିଲା। ୨୦୨୦ର ଏହି ସମୟ ମଧ୍ୟରେ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୨୦୨୧ରେ ଏହାର ପରିମାଣ ଆସି ୧ ଲକ୍ଷ ୭୧ ହଜାର କୋଟି ଟଙ୍କାରେ ପହଞ୍ଚତ୍ଛି। ଏଥିରୁ ଅନୁମାନଯୋଗ୍ୟ ଯେ, ସରକାର ପେଟ୍ରୋଲିୟମ ସାମଗ୍ରୀରୁ ପର୍ଯ୍ୟାପ୍ତ ରାଜସ୍ବ ସଂଗ୍ରହ କରିଛନ୍ତି। ଆଜିର ସ୍ଥିତିରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ବଢ଼ି ଦେଶର ସର୍ବୋଚ୍ଚ ଦର ରାଜସ୍ଥାନର ଗଙ୍ଗାନଗରରେ ଦେଖିବାକୁ ମିଳିଛି। ସେଠାରେ ପେଟ୍ରୋଲ ଲିଟର ୧୨୨ ଟଙ୍କା ୪୦ ପଇସା ହୋଇଥିବା ବେଳେ ଡିଜେଲ ୧୧୩ ଟଙ୍କା ୮୦ ପଇସାରେ ବିକ୍ରି ହେଉଛି। ଓଡ଼ିଶା କଥା ଦେଖିଲେ ମାଲକାନଗିରିରେ ପେଟ୍ରୋଲ ଲିଟର ୧୧୬ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଛୁଇଁଛି ୧୧୩ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ପ୍ରାୟ ୧୧୧ ଟଙ୍କା ଓ ଡିଜେଲ ୧୦୭ ଟଙ୍କା ଟପିଯାଇଛି। ତେଲ ଦର ବୃଦ୍ଧି ଯେଉଁ ଟ୍ରେଣ୍ଡ୍‌ ଦେଖାଉଛି ଆଉ ୧୫ ଦିନ ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ଅତିକ୍ରମ କରିଯିବା ଆଶ୍ଚର୍ଯ୍ୟଜନକ ହେବ ନାହିଁ। ଜନସାଧାରଣ ମଧ୍ୟ ମୁଣ୍ଡପାତି ସହିବାକୁ ପ୍ରସ୍ତୁତ। ଏହା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି, ଯାହା ଏବେ ପଦାକୁ ଆସିଲାଣି। ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଯେଉଁଭଳି ଭାବେ ତାଙ୍କ ଦଳର ପେସ୍‌ ବୋଲର ମହମ୍ମଦ ସାମିଙ୍କୁ ସମର୍ଥନ ଜଣାଇଛନ୍ତି ଏବଂ ଏନ୍‌ସିବି ଅଫିସର ସମୀର ଓ୍ବାଙ୍ଖଡେ ଜଣେ ମିଛୁଆ ହିନ୍ଦୁ ବୋଲି କୁହାଗଲାଣି ସେଥିରୁ ଦେଶର ସ୍ଥିତି କେତେ ଜଟିଳ ସ୍ପଷ୍ଟ ବୁଝାପଡ଼ୁଛି। ଧର୍ମର ଚାରିପଟେ ସରକାରଙ୍କ ନଜର ରହିଥିବାରୁ କେଉଁଠି ନୂତନ ମନ୍ଦିର ତିଆରି କରାଯାଉଛି ତ ଅନ୍ୟପଟେ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପୁରାତନ କୀର୍ତ୍ତିରାଜିକୁ ଭାଙ୍ଗି ହିନ୍ଦୁଧର୍ମର ନୂତନ ରୂପ ସୃଷ୍ଟି କରାଯାଉଛି। ସେହିଭଳି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ନିର୍ମିତ ସାବରମତି ଆଶ୍ରମର ଆଧୁନିକୀକରଣ ସହିତ ସେଠାରେ ବିୟର ପାର୍ଲର ଖୋଲାଯିବାର ସମ୍ଭାବନା ରହିଛି। ଗୁଜରାଟ ଭଳି ମଦୁଆବିହୀନ ରାଜ୍ୟରେ ଏହା ଖୋଲା ଯାଇପାରିଲେ ପୁରାତନ ତ୍ରୁଟିଗୁଡ଼ିକୁ ବିଶେଷକରି ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ଭୁଲଗୁଡ଼ିକର ପ୍ରତିଶୋଧ ନିଆଯାଇପାରନ୍ତା। ଏହିଭଳି ଅବାଞ୍ଝିତ ବିଷୟରେ ଆମ ସମସ୍ତଙ୍କ ମୁଣ୍ଡ ବ୍ୟଥା ହେଉଛି। ସେଥିପାଇଁ ଦରଦାମ୍‌ ବଢ଼ିଲା ନା କମିଲା କିଏ ପଚାରେ।
ସିଜିଏଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ଜଣାପଡ଼ୁଛି ଯେ, କେନ୍ଦ୍ର ସରକାର ପେଟ୍ରୋଲିୟମ୍‌ ସାମଗ୍ରୀ ଉପରୁ ଯଥେଷ୍ଟ ମାତ୍ରାରେ ଟିକସ ସଂଗ୍ରହ କରୁଛନ୍ତି। ଏହାକୁ ସାଧାରଣ ଲୋକ ଜାଣିବା କଷ୍ଟକର। ଅନ୍ୟପକ୍ଷରେ କୋଭିଡ୍‌ ଟିକାକରଣ କ୍ଷେତ୍ରରେ ଭାରତ ୧୦୦ କୋଟି ଡୋଜ୍‌ ଦେଇ ଐତିହାସିକ ସଫଳତା ହାସଲ କରିଛି ବୋଲି ସରକାରୀ ସ୍ତରରେ ବାରମ୍ବାର ଦୋହରାଯାଉଛି। କିନ୍ତୁ ଭାରତରେ ସରକାରୀ ତଥ୍ୟ ଉପରେ ବିଶ୍ୱାସ କରିବା କ୍ରମଶଃ କଷ୍ଟକର ହୋଇଯାଉଛି। ପ୍ରାରମ୍ଭିକ ଅବସ୍ଥାରେ ଟିକା ନେବାକୁ ଜନସାଧାରଣ ଅମଙ୍ଗ ହେଉଥିଲେ। ଏବେ ଯେତେବେଳେ ୧୦୦ କୋଟି ଡୋଜ୍‌ ଅତିକ୍ରମ ହୋଇଯାଇଛି, ସେତେବେଳେ ସରକାର କହିବାକୁ ଆରମ୍ଭ କରିଛନ୍ତି ଯେ ଲୋକଙ୍କ ବିଶ୍ୱାସ ବଢ଼ିଯାଇଛି। ତେଣୁ ଅର୍ଥନୈତିକ ଅଭିବୃଦ୍ଧି ଦୁଇ ଅଙ୍କ ଛୁଇଁବା ସହଜ ହୋଇଯିବ। କୌଣସି ସଫଳତା ପାଇଲା ବେଳକୁ ସରକାର ଯେଭଳି ତାହାର ପ୍ରଚାର କରି ରିପୋର୍ଟ ଦେଉଛନ୍ତି, ବିଫଳତାର ସମୀକ୍ଷା କରିବାକୁ କାହିଁକି ଆଗେଇ ଆସୁନାହାନ୍ତି ବୋଲି ଏଠାରେ ପ୍ରଶ୍ନ କରାଯାଇପାରେ। କୁହାଯାଇଥାଏ ଗତି ହିଁ ଆଣେ ପ୍ରଗତି। ଏହି ଗତି ପରିବହନ ବ୍ୟବସ୍ଥା ଉପରେ ନିର୍ଭର କରେ। ତୈଳ ଦର ବଢ଼ୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ପନିପରିବା ଯାଏ ସବୁକିଛି ବହୁଗୁଣ ବଢ଼ିଯାଇଛି। ଦରବୃଦ୍ଧିର ଧାସ କାହାରିକୁ ଛାଡ଼ୁନାହିଁ। ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି। ଅନେକେ ଚାକିରି ହରାଇଛନ୍ତି। ଜନସାଧାରଣ ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଥିବା ବେଳେ ତେଲ ଦର ଅସମ୍ଭାଳ ବୃଦ୍ଧି ପାଇବା ‘ବେଡ଼ି ଉପରେ କୋରଡ଼ା ମାଡ଼’ ହୋଇଛି। କୋଭିଡ୍‌-୧୯ ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ଥିବା ବେଳେ କୁହାଯାଇଥିଲା ଯେ ତେଲରୁ ମିଳୁଥିବା ରାଜସ୍ବ ମହାମାରୀରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟଜନିତ ଖର୍ଚ୍ଚ ପାଇଁ ଭରଣା କରାଯାଉଛି। ହେଲେ କରୋନା ନିମ୍ନମୁଖୀ ହୋଇଥିଲେ ହେଁ ତେଲ ଦର ଦିନକୁ ଦିନ ଊର୍ଦ୍ଧ୍ୱଗାମୀ ହୋଇଚାଲିଛି। ବିଶ୍ଳେଷକଙ୍କ ମତରେ ସରକାର କୌଶଳ କରି ଏବେ ଅର୍ଜନ କରାଯାଉଥିବା ଅର୍ଥକୁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଲାଗି ବ୍ୟୟ କରିବାରେ ବ୍ୟସ୍ତ। ମାଗଣାରେ ସାମଗ୍ରୀ ଓ ସେବା ଯୋଗାଇ ଦେବା ସକାଶେ ସବୁ ଫନ୍ଦିଫିକର ଚାଲିଛି। ନିକଟ ଅତୀତରୁ ପ୍ରମାଣ ମିଳିଛି ଯେ ପଶ୍ଚିମବଙ୍ଗ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ତେଲ ଦର ସ୍ଥିର ରଖିଥିଲେ। ପୁଣି ଆଗକୁ ଥିବା ନିର୍ବାଚନ ବେଳେ ସମାନ ଉପାୟ ଅବଲମ୍ବନ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri