ଜାଣିଶୁଣି କରୋନା ପଜିଟିଭ୍‌ ହେଲେ ମିଳିବ ୪ ଲକ୍ଷ ଟଙ୍କା, ଜାଣନ୍ତୁ ଏହା ପଛରେ ଥିବା କାରଣ

ଲଣ୍ଡନ,୨୬ା୧୨: ଆସନ୍ତା ମାସରେ ଲଣ୍ଡନରେ ହ୍ୟୁମାନ ଚ୍ୟାଲେଞ୍ଜର ପରୀକ୍ଷା ହେବାକୁ ଯାଉଛି। ଲଣ୍ଡନର ରୟାଲ ଫ୍ରି ହସ୍ପିଟାଲରେ ହେବାକୁ ଥିବା ଏହି ପରୀକ୍ଷଣରେ ବ୍ରିଟେନର ପ୍ରାୟ ୨୫୦୦ ଲୋକ ଉଦ୍ଦେଶ୍ୟମୂଳକ ଭାବେ କରୋନା ପଜିଟିଭ୍‌ ହେବାକୁ ଯାଉଛନ୍ତି। ଯାହା ପରେ ଏହି ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯିବ। ଏହି ପରୀକ୍ଷଣରେ, ସୁସ୍ଥ ଲୋକଙ୍କୁ ପ୍ରଥମେ କରୋନା ଭାଇରସ ପଜିଟିଭ୍‌ ଦିଆଯିବ ଏବଂ ତା’ପରେ ସେମାନଙ୍କୁ ଟିକା ଦିଆଯିବ। ଟିକା କାମ କରୁଛି କି ନାହିଁ ଏହାର ଫଳାଫଳ ଉପରେ ନଜର ରଖାଯିବ। ଏହାପୂର୍ବରୁ ମ୍ୟାଲେରିଆ, ଟାଇଫଏଡ୍‌ ଏବଂ ଫ୍ଲୁ ଭଳି ରୋଗ ପାଇଁ ମଧ୍ୟ ଏହିପରି ପରୀକ୍ଷଣ କରାଯାଇଥିଲା।

ଏହି ପରୀକ୍ଷଣ ଦ୍ୱାରା କରୋନା ଟିକା ତ୍ୱରାନ୍ବିତ ହୋଇପାରିବ। ଏହି ସମସ୍ତ ଲୋକ ୧୮ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହି ବୟସର ଲୋକଙ୍କ ମଧ୍ୟରେ କରୋନାରୁ ମୃତ୍ୟୁ ହେବାର ଆଶଙ୍କା କମ୍‌ ରହିଥାଏ। ସେମାନଙ୍କୁ ରୟାଲ ଫ୍ରି ହସ୍ପିଟାଲର ସ୍ପେଶାଲିଷ୍ଟ କ୍ଲିନିକ୍‌ରେ ରଖାଯିବ ଏବଂ ସେମାନଙ୍କର ଲକ୍ଷଣ ପ୍ରତି ନଜର ରଖାଯିବ। ଏହି ଦୁଇ ତିନି ସପ୍ତାହ ପରୀକ୍ଷଣ ପାଇଁ, ଏହି ଲୋକମାନେ ୪୦୦୦ ପାଉଣ୍ଡ ଅର୍ଥାତ୍‌ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪ ଲକ୍ଷ ଟଙ୍କା ପାଇବେ।

୧୮ ବର୍ଷୀୟ ଆଲାଷ୍ଟର ଫ୍ରେଜର ମଧ୍ୟ ଏହି ପରୀକ୍ଷଣରେ ଭାଗ ନେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଅତି କମ୍‌ରେ ଦୁଇ ସପ୍ତାହ ଧରି କ୍ଲିନିକରେ ବନ୍ଦ ରଖାଯିବ। ତାଙ୍କ ସ୍ବାସ୍ଥ୍ୟ ପ୍ରତି ନଜର ରଖାଯିବ। ସେ କହିଛନ୍ତି, ଯଦି ଏହି ପରୀକ୍ଷା ସଫଳ ହୁଏ, ତେବେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବ। ତେଣୁ ସେମାନେ ଏହି ପରୀକ୍ଷଣର ଭାଗ ନେବାକୁ ପୂରା ପ୍ରସ୍ତୁତ।

ସେହିପରି ୨୯ ବର୍ଷିୟା ଜେନିଫର୍‌ ରାଇଟ ମଧ୍ୟ ଏହି ପରୀକ୍ଷାରେ ଭାଗ ନେବେ। ସେ କହିଛନ୍ତି, ମୋର କିଛି ବନ୍ଧୁ ଅଛନ୍ତି ଯେଉଁମାନେ ମେଡିକାଲ କ୍ଷେତ୍ରରେ କାମ କରନ୍ତି। ଏହି ମହାମାରୀ ସମୟରେ ସେମାନେ ସମସ୍ତ ପ୍ରକାର ବିପଦକୁ ନେଇ ନିଜ ଜୀବନରେ ଖେଳୁଛନ୍ତି। ଏହି ସମୟରେ, ଆମ ମଧ୍ୟରୁ ଅନେକ ଅଛନ୍ତି, ଯେଉଁମାନେ ଘରେ ସୁରକ୍ଷିତ ଅଛନ୍ତି। ଏଭଳି ପରିସ୍ଥିତିରେ, ଯେତେବେଳେ ମୋତେ ଏପରି ସୁଯୋଗ ମିଳିଲା, ମୁଁ ମନା କରି ପାରିଲି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri