Posted inଖେଳ

ଧୋନୀ-କୋହଲି-ପନ୍ତଙ୍କ ମଧ୍ୟରୁ କିଏ ସବୁଠୁ ଭଲ ଅଧିନାୟକ:ଗମ୍ଭୀର କହିଲେ….

ନୂଆଦିଲ୍ଲୀ,୧୦।୧୦: ଆଇପିଏଲ ୨୦୨୧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପ୍ଲେ ଅଫ ଖେଳୁଥିବା ଚାରିଟି ଦଳ ଟାଇଟଲ ଉଠାଇବାକୁ ପ୍ରସ୍ତୁତ ଅଛନ୍ତି। ପ୍ରତ୍ୟେକ ଦଳର ନିଜର ଶ୍ରେଷ୍ଠ ଅଧିନାୟକ ଅଛନ୍ତି। ସିଏସକେର ମହେନ୍ଦ୍ର ସିଂ ଧୋନୀ, ଆରସିବିର ବିରାଟ କୋହଲି, କେକେଆରର ଇଏନ ମୋର୍ଗାନ କିମ୍ବା ଦିଲ୍ଲୀ କ୍ୟାପିଟାଲ୍ସର ରିଷଭ ପନ୍ତ। ଏହି ସମଗ୍ର ଟୁର୍ନାମେଣ୍ଟରେ ଭଲ ଅଧିନାୟକତ୍ୱ କରି ସମସ୍ତେ ନିଜ ନିଜ ଦଳକୁ ଶୀର୍ଷକୁ ନେଇଛନ୍ତି। କିନ୍ତୁ ଏହି ଅଧିନାୟକଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଏହାର ଉତ୍ତର ଦେଇଛନ୍ତି।

ଆଇପିଏଲ ପ୍ଲେ ଅଫରେ ପହଞ୍ଚିଥିବା ୪ ଜଣ ଅଧିନାୟକଙ୍କ ବିଷୟରେ ଗୌତମ ଗମ୍ଭୀର ନିଜର ମତ ଦେଇଛନ୍ତି ଏବଂ ସେ ମଧ୍ୟ କହିଛନ୍ତି ଯେ, ଏକ ନମ୍ବର ଅଧିନାୟକ କିଏ। କେକେଆର୍‌ ଅଧିନାୟକ ଇଏନ ମୋର୍ଗାନଙ୍କ ବିଷୟରେ କଥାବାର୍ତ୍ତା କରି ଗମ୍ଭୀର କହିଛନ୍ତି ଯେ ମୋର୍ଗାନ ପଡ଼ିଆରେ ଅଧିନାୟକତ୍ୱ କରନ୍ତି ନାହିଁ, ସେ କୋଡ ଶବ୍ଦ ଉପରେ ଅଧିକ ନିର୍ଭର କରନ୍ତି। ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା, କିନ୍ତୁ ଗମ୍ଭୀର ତଥାପି ତାଙ୍କୁ ଏକ ନମ୍ବରରେ ବିବେଚନା କରନ୍ତି ନାହିଁ।
ଗମ୍ଭୀରଙ୍କୁ ଆରସିବି ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବହୁତ ପସନ୍ଦ କରିଛନ୍ତି। ଗମ୍ଭୀର କହିଛନ୍ତି ଯେ, ଅଧିନାୟକ ଭାବରେ ଏହା କୋହଲିଙ୍କ ଶେଷ ସିଜନ, ତେଣୁ ସେ ଆହୁରି ଚମତ୍କାର ଅଧିନାୟକତ୍ୱ କରୁଛନ୍ତି। କୋହଲିଙ୍କ ନିଷ୍ପତ୍ତି ନେବା କ୍ଷମତାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ବିଷୟରେ ୍‌ଗମ୍ଭୀର କହିଛନ୍ତି ଯେ, ଦିଲ୍ଲୀର ଦଳରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି। ଏହିକାରଣରୁ ପନ୍ତ ଉପକୃତ ହୋଇଛନ୍ତି। ଏଥିରେ ଗମ୍ଭୀର ଷ୍ଟିଭ ସ୍ମିଥ ଏବଂ ଆର ଅଶ୍ୱିନଙ୍କ ସମର୍ଥନ ବିଷୟରେ କହିଛନ୍ତି।
ଏଥିସହିତ ଗମ୍ଭୀର ସିଏସକେ ଅଧିନାୟକ ଧୋନୀଙ୍କୁ ଏକ ନମ୍ବର ଅଧିନାୟକ ବୋଲି ବର୍ଣ୍ଣନା କରିଛନ୍ତି। ଧୋନୀଙ୍କ ବିଷୟରେ ଆଲୋଚନା କରି ଗମ୍ଭୀର କହିଛନ୍ତି ଯେ, ଏହି ସମୟରେ ଚାପକୁ ନିୟନ୍ତ୍ରଣ କରିବା ଏବଂ ଜିନିଷକୁ ସଠିକ ଭାବରେ ନିୟନ୍ତ୍ରଣ କରିବାରେ ଧୋନୀଙ୍କଠାରୁ ଭଲ କେହି ନାହାଁନ୍ତି। ଧୋନୀ ଏବେ ୧ ନମ୍ବର ଅଧିନାୟକ ଅଟନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଅବସର ନେବା ପରଠାରୁ ଗମ୍ଭୀର ଧୋନୀଙ୍କ ବିଷୟରେ ଅନେକ ବିବାଦୀୟ ବିବୃତ୍ତି ଦେଇଛନ୍ତି ଏବଂ ଗମ୍ଭୀର ତାଙ୍କ ଅଧିନାୟକତ୍ୱ ବିଷୟରେ ଅନେକ ଥର କହୁଛନ୍ତି। କିନ୍ତୁ ସେ ତଥାପି ଧୋନୀଙ୍କୁ ଏକ ନମ୍ବର ଅଧିନାୟକ ଭାବରେ ବିବେଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri