Posted inଜାତୀୟ

୬୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ

ନୂଆଦିଲ୍ଲୀ,୧୪ା୨: ୨୦୧୩-୧୪ରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ କ୍ଷମତାସୀନ ହେଲେ ବର୍ଷକୁ ୨ କୋଟି ନିଯୁକ୍ତି ଦିଆଯିବ ବୋଲି ଭାଜପାର ନିର୍ବାଚନୀ ସଭାଗୁଡ଼ିକରେ ଘୋଷଣା କରିଚାଲିଥିଲେ। ୨୦୧୪ ମେ’ରେ ସରକାର ଗଠନ କରିବା ପରେ ମୋଦିଙ୍କ ନିଯୁକ୍ତି ପ୍ରତିଶ୍ରୁତିର ସଂଖ୍ୟା ହଠାତ୍‌ ୧ କୋଟିକୁ ଖସିଯାଇଥିଲା। ଏବେ ଗତ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ ସମୟରେ ଆସନ୍ତା ୫ ବର୍ଷ ମଧ୍ୟରେ ସରକାର ୬୦ ଲକ୍ଷ ନିଯୁକ୍ତି ଦେବେ ବୋଲି ବକ୍ତବ୍ୟ ରଖିଥିଲେ। ସରକାର ନିଜ ପୂର୍ବ ପ୍ରତିଶ୍ରୁତି ପାଳନ ପାଇଁ ଅକ୍ଷମତା ପ୍ରକାଶ କରିଥିବା ନିଯୁକ୍ତି ସମ୍ପର୍କିତ ଏହି ନୂଆ ଦାବିରୁ ବୁଝାପଡ଼ୁଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁସାରେ ୨୦୧୨ରେ କାମଧନ୍ଦା ନ ପାଇ ୧,୭୩୧ ଜଣ ଆମତ୍ହତ୍ୟା କରିଥିଲେ। ୨୦୨୦ରେ ବେରୋଜଗାର ଯୋଗୁ ହତାଶ ହୋଇ ଜୀବନ ହାରିଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ଅର୍ଥାତ୍‌ ୩,୫୪୮କୁ ବୃଦ୍ଧିପାଇଥିଲା। ଦେଶରେ ବେରୋଜଗାରୀ ହାର ୫ ଦଶନ୍ଧିରେ ସର୍ବୋଚ୍ଚ ସ୍ତରକୁ ଉଠିଥିବାବେଳେ କେନ୍ଦ୍ର ସରକାର ୬୦ ଲକ୍ଷ ନିଯୁକ୍ତି ସୁଯୋଗ କିପରି ସୃଷ୍ଟି କରିବେ ତାହା ହେଉଛି ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ।
ଗତ ଜାନୁୟାରୀ ୨୦ରେ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୧ ଡିସେମ୍ବର ସୁଦ୍ଧା ଭାରତରେ ୫ କୋଟି ୩୦ ଲକ୍ଷ ବେରୋଜଗାରୀ ଥିଲେ। ସେମାନଙ୍କ ମଧ୍ୟରୁ ୭.୯% ଅର୍ଥାତ୍‌ ୩ କୋଟି ୫୦ ଲକ୍ଷ ନିଯୁକ୍ତି ଆଶାୟୀଙ୍କୁ ଚାକିରି ଅତି ଜରୁରୀ ଥିବା ସିଏମ୍‌ଆଇଇ ଦର୍ଶାଇଥିଲା। ଆଶାୟୀଙ୍କ ମଧ୍ୟରୁ ୨୩% ଅର୍ଥାତ୍‌ ୮୦ ଲକ୍ଷ ହେଉଛନ୍ତି ମହିଳା। ଏହି ପରିସଂଖ୍ୟାନ କର୍ମକ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତି ପ୍ରଦାନରେ ଉଦାସୀନତାର ଚିତ୍ରକୁ ସାମ୍ନାକୁ ଆଣିଛି। ତେବେ ବେକାରି ସମସ୍ୟା ପାଇଁ କେବଳ କୋଭିଡ୍‌ ମହାମାରୀଜନିତ ଲକ୍‌ଡାଉନ୍‌ ଉପରେ ଦୋଷ ଲଦି ଦିଆଯାଇପାରିବ ନାହିଁ। କାରଣ ୨୦୧୯ ମାର୍ଚ୍ଚରେ କରୋନା ଭୂତାଣୁ ଭାରତକୁ ମାଡ଼ିବା ପୂର୍ବରୁ ଦେଶରେ ଏହି ସମସ୍ୟା ଜଟିଳ ରୂପ ଧାରଣ କରିସାରିଥିଲା। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ୨୦୧୯ ମେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ବେରୋଜଗାରୀ ହାର ୬.୧% ଥିଲା, ଯାହାକି ୪୫ ବର୍ଷରେ ସର୍ବାଧିକ। ୧୯୭୨-୭୩ ପରେ ଭାରତରେ ଏଭଳି ଅବସ୍ଥା କେବେ ସୃଷ୍ଟି ହୋଇ ନ ଥିଲା। ୨୦୧୬ ନଭେମ୍ବରରେ ମୋଦି ସରକାର ଦୁଇଟି ବଡ଼ ନୋଟ୍‌ (୫୦୦ ଓ ୧,୦୦୦ ଟଙ୍କିଆ)କୁ ହଠାତ୍‌ ଅଚଳ କରିଦେବା ଏବଂ ୨୦୧୭ ଜୁଲାଇରେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଲାଗୁ କରିବା ପରେ ବେରୋଜଗାରୀଙ୍କୁ ନେଇ ଏହା ଥିଲା ପ୍ରଥମ ବିସ୍ତୃତ ସମୀକ୍ଷା। ତେଣୁ ସେତେବେଳେ ଅର୍ଥନୀତିଜ୍ଞମାନେ ଏଥିପାଇଁ ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ ସୃଷ୍ଟି ହୋଇଥିବା ଦେଶର ଆର୍ଥିକ ଦୁରବସ୍ଥାକୁ ଦାୟୀ କରିଥିଲେ।
୨୦୧୮ରେ ୧ କୋଟି ୧୦ ଲକ୍ଷ ଚାକିରିଆ ନିଯୁକ୍ତି ହରାଇଥିଲେ ବୋଲି ଆଗଧାଡ଼ିର ସ୍ବାଧୀନ ବିଚାରମଞ୍ଚ ସିଏମ୍‌ଆଇଇ ପକ୍ଷରୁ ୨୦୧୯ ଜାନୁୟାରୀରେ ଦର୍ଶାଯାଇଥିଲା। କର୍ମ ସଂସ୍ଥାନ ନ ପାଇ ଲୋକେ ଆମତ୍ହତ୍ୟା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ କ୍ୟାବିନେଟ ସହଯୋଗୀ ଓ ଭାଜପା ନେତାମାନେ ପକୁଡ଼ି ବିକି ଆମତ୍ନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ କରୋନା ଯୋଗୁ ବିଭିନ୍ନ କଳକାରଖାନାରେ ତାଲା ଝୁଲିବାରୁ ବଡ଼ ବଡ଼ ସହରରୁ ପ୍ରବାସୀ ଶ୍ରମିକମାନେ ଗଁାମୁହଁା ହୋଇଥିଲେ। ଚାଲି ଚାଲି, ସାଇକେଲରେ ଲୋକେ ଘରକୁ ଫେରୁଥିବାବେଳେ କିଏ କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇଥିଲେ ତ ପୁଣି କେହି ବାଟରେ ପ୍ରାଣ ହରାଇଥିଲେ। କରୋନା ଯୋଗୁ ବେକାର ହୋଇଥିବା ଓ ମୃତ୍ୟୁ ମୁଖରେ ପଡ଼ିଥିବା ଶ୍ରମଜୀବୀଙ୍କ ସଂଖ୍ୟା କେତେ ବୋଲି ପାର୍ଲାମେଣ୍ଟରେ ପ୍ରଶ୍ନ ହେବାରୁ ମୋଦି ସରକାର ହିସାବ ଦେଇପାରି ନ ଥିଲେ। ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ପଲିସି ସତ୍ତ୍ୱେ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ୪ ବର୍ଷ ଧରି ମାନୁଫାକ୍ଚରିଂ ସେକ୍ଟରରେ ନିଯୁକ୍ତି ପ୍ରାୟ ୫୦% ହ୍ରାସ ପାଇଥିବାବେଳେ ଗତ ବଜେଟରେ ସରକାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ବିଶେଷ କିଛି କରି ନ ଥିବା କୁହାଯାଉଛି। ଏପରି କି ଗ୍ରାମାଞ୍ଚଳର ଶ୍ରମିକଙ୍କୁ ୧୦୦ ଦିନର କାମ ଗ୍ୟାରେଣ୍ଟି ପାଇଁ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ ଆରମ୍ଭ କରାଯାଇଥିବା ମହାମତ୍ା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ପାଇଁ ମଧ୍ୟ ଏହି ବଜେଟରେ ବିତ୍ତୀୟ ଆବଣ୍ଟନକୁ ପୂର୍ବ ଆର୍ଥିକ ବର୍ଷ ବଜେଟ ପରିମାଣରୁ ବୃଦ୍ଧି କରାଯାଇ ନାହିଁ। ଶ୍ରମିକମାନେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରୁ ପୂର୍ବ ବକେୟା ବାବଦକୁ ୩,୩୫୮ କୋଟି ଟଙ୍କା ମଜୁରି ଏ ଯାଏ ପାଇ ନାହାନ୍ତି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୧୬ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୧ରେ ରହିଛି। ଅତି ଗମ୍ଭୀର ସ୍ଥିତିକୁ ସାମ୍ନା କରୁଥିବା ୩୧ ରାଷ୍ଟ୍ର ମଧ୍ୟରୁ ଭାରତ ଅନ୍ୟତମ। ପାକିସ୍ତାନ (୯୨), ନେପାଳ ଓ ବାଂଲାଦେଶ (୭୬) ଭଳି ପଡ଼ୋଶୀ ଭାରତଠାରୁ ଭଲ ସ୍ଥିତିରେ ଥିବାବେଳେ ମୋଦି ସରକାରଙ୍କ ‘ସବ୍‌କା ସାଥ ସବ୍‌କା ବିକାଶ’ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ସୀମିତ ବୋଲି ବିରୋଧୀ ଦଳଗୁଡ଼ିକ ରାଜ୍ୟ ସଭାରେ ସମାଲୋଚନା କରିଛନ୍ତି। ଏସବୁ ସତ୍ତ୍ୱେ ୧୪ଟି କ୍ଷେତ୍ରରେ ପ୍ରଡକ୍ସନ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍‌ (ପିଏଲ୍‌ଆଇ) ୬୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜ ବଜେଟ ଅଭିଭାଷଣରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ବଜେଟ ଉପସ୍ଥାପନର ପରଦିନ ଅର୍ଥାତ୍‌ ଫେବୃୟାରୀ ୨ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ସମ୍ପ୍ରତି ୨ଟି ଭାରତ ରହିଛି। ଗୋଟିଏ ଅତି ଧନୀ ଓ ଅନ୍ୟଟି ହେଉଛି ଚାକିରି ଖୋଜୁଥିବା ଗରିବମାନଙ୍କର। ୧୦ ଜଣ ଧନୀଙ୍କ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ୪୦ କୋଟି ଭାରତୀୟଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ। ବଡ଼ କମ୍ପାନୀଗୁଡ଼ିକ ଟେକ୍ନୋଲୋଜିର ସହାୟତା ନେଉଥିବାବେଳେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଓ ଅସଙ୍ଗଠିତ କ୍ଷେତ୍ର ନୂଆ ନିଯୁକ୍ତି ଦେଉଥାଏ। ମୋଦି ସରକାରଙ୍କ ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଏହି କ୍ଷେତ୍ରରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛଡ଼ାଇ ନେଇଛନ୍ତି। ୨୩ କୋଟି ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲିଦେଇଛନ୍ତି। ଏହି ସ୍ଥଳେ ୬୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ ବୋଲି ଲୋକ ସଭାରେ ଓ୍ବାୟନାଡ୍‌ ଏମ୍‌ପି ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri