Posted inଜାତୀୟ

୬୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ

ନୂଆଦିଲ୍ଲୀ,୧୪ା୨: ୨୦୧୩-୧୪ରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ କ୍ଷମତାସୀନ ହେଲେ ବର୍ଷକୁ ୨ କୋଟି ନିଯୁକ୍ତି ଦିଆଯିବ ବୋଲି ଭାଜପାର ନିର୍ବାଚନୀ ସଭାଗୁଡ଼ିକରେ ଘୋଷଣା କରିଚାଲିଥିଲେ। ୨୦୧୪ ମେ’ରେ ସରକାର ଗଠନ କରିବା ପରେ ମୋଦିଙ୍କ ନିଯୁକ୍ତି ପ୍ରତିଶ୍ରୁତିର ସଂଖ୍ୟା ହଠାତ୍‌ ୧ କୋଟିକୁ ଖସିଯାଇଥିଲା। ଏବେ ଗତ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ ସମୟରେ ଆସନ୍ତା ୫ ବର୍ଷ ମଧ୍ୟରେ ସରକାର ୬୦ ଲକ୍ଷ ନିଯୁକ୍ତି ଦେବେ ବୋଲି ବକ୍ତବ୍ୟ ରଖିଥିଲେ। ସରକାର ନିଜ ପୂର୍ବ ପ୍ରତିଶ୍ରୁତି ପାଳନ ପାଇଁ ଅକ୍ଷମତା ପ୍ରକାଶ କରିଥିବା ନିଯୁକ୍ତି ସମ୍ପର୍କିତ ଏହି ନୂଆ ଦାବିରୁ ବୁଝାପଡ଼ୁଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁସାରେ ୨୦୧୨ରେ କାମଧନ୍ଦା ନ ପାଇ ୧,୭୩୧ ଜଣ ଆମତ୍ହତ୍ୟା କରିଥିଲେ। ୨୦୨୦ରେ ବେରୋଜଗାର ଯୋଗୁ ହତାଶ ହୋଇ ଜୀବନ ହାରିଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ଅର୍ଥାତ୍‌ ୩,୫୪୮କୁ ବୃଦ୍ଧିପାଇଥିଲା। ଦେଶରେ ବେରୋଜଗାରୀ ହାର ୫ ଦଶନ୍ଧିରେ ସର୍ବୋଚ୍ଚ ସ୍ତରକୁ ଉଠିଥିବାବେଳେ କେନ୍ଦ୍ର ସରକାର ୬୦ ଲକ୍ଷ ନିଯୁକ୍ତି ସୁଯୋଗ କିପରି ସୃଷ୍ଟି କରିବେ ତାହା ହେଉଛି ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ।
ଗତ ଜାନୁୟାରୀ ୨୦ରେ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୧ ଡିସେମ୍ବର ସୁଦ୍ଧା ଭାରତରେ ୫ କୋଟି ୩୦ ଲକ୍ଷ ବେରୋଜଗାରୀ ଥିଲେ। ସେମାନଙ୍କ ମଧ୍ୟରୁ ୭.୯% ଅର୍ଥାତ୍‌ ୩ କୋଟି ୫୦ ଲକ୍ଷ ନିଯୁକ୍ତି ଆଶାୟୀଙ୍କୁ ଚାକିରି ଅତି ଜରୁରୀ ଥିବା ସିଏମ୍‌ଆଇଇ ଦର୍ଶାଇଥିଲା। ଆଶାୟୀଙ୍କ ମଧ୍ୟରୁ ୨୩% ଅର୍ଥାତ୍‌ ୮୦ ଲକ୍ଷ ହେଉଛନ୍ତି ମହିଳା। ଏହି ପରିସଂଖ୍ୟାନ କର୍ମକ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତି ପ୍ରଦାନରେ ଉଦାସୀନତାର ଚିତ୍ରକୁ ସାମ୍ନାକୁ ଆଣିଛି। ତେବେ ବେକାରି ସମସ୍ୟା ପାଇଁ କେବଳ କୋଭିଡ୍‌ ମହାମାରୀଜନିତ ଲକ୍‌ଡାଉନ୍‌ ଉପରେ ଦୋଷ ଲଦି ଦିଆଯାଇପାରିବ ନାହିଁ। କାରଣ ୨୦୧୯ ମାର୍ଚ୍ଚରେ କରୋନା ଭୂତାଣୁ ଭାରତକୁ ମାଡ଼ିବା ପୂର୍ବରୁ ଦେଶରେ ଏହି ସମସ୍ୟା ଜଟିଳ ରୂପ ଧାରଣ କରିସାରିଥିଲା। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ୨୦୧୯ ମେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ବେରୋଜଗାରୀ ହାର ୬.୧% ଥିଲା, ଯାହାକି ୪୫ ବର୍ଷରେ ସର୍ବାଧିକ। ୧୯୭୨-୭୩ ପରେ ଭାରତରେ ଏଭଳି ଅବସ୍ଥା କେବେ ସୃଷ୍ଟି ହୋଇ ନ ଥିଲା। ୨୦୧୬ ନଭେମ୍ବରରେ ମୋଦି ସରକାର ଦୁଇଟି ବଡ଼ ନୋଟ୍‌ (୫୦୦ ଓ ୧,୦୦୦ ଟଙ୍କିଆ)କୁ ହଠାତ୍‌ ଅଚଳ କରିଦେବା ଏବଂ ୨୦୧୭ ଜୁଲାଇରେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଲାଗୁ କରିବା ପରେ ବେରୋଜଗାରୀଙ୍କୁ ନେଇ ଏହା ଥିଲା ପ୍ରଥମ ବିସ୍ତୃତ ସମୀକ୍ଷା। ତେଣୁ ସେତେବେଳେ ଅର୍ଥନୀତିଜ୍ଞମାନେ ଏଥିପାଇଁ ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ ସୃଷ୍ଟି ହୋଇଥିବା ଦେଶର ଆର୍ଥିକ ଦୁରବସ୍ଥାକୁ ଦାୟୀ କରିଥିଲେ।
୨୦୧୮ରେ ୧ କୋଟି ୧୦ ଲକ୍ଷ ଚାକିରିଆ ନିଯୁକ୍ତି ହରାଇଥିଲେ ବୋଲି ଆଗଧାଡ଼ିର ସ୍ବାଧୀନ ବିଚାରମଞ୍ଚ ସିଏମ୍‌ଆଇଇ ପକ୍ଷରୁ ୨୦୧୯ ଜାନୁୟାରୀରେ ଦର୍ଶାଯାଇଥିଲା। କର୍ମ ସଂସ୍ଥାନ ନ ପାଇ ଲୋକେ ଆମତ୍ହତ୍ୟା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ କ୍ୟାବିନେଟ ସହଯୋଗୀ ଓ ଭାଜପା ନେତାମାନେ ପକୁଡ଼ି ବିକି ଆମତ୍ନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ କରୋନା ଯୋଗୁ ବିଭିନ୍ନ କଳକାରଖାନାରେ ତାଲା ଝୁଲିବାରୁ ବଡ଼ ବଡ଼ ସହରରୁ ପ୍ରବାସୀ ଶ୍ରମିକମାନେ ଗଁାମୁହଁା ହୋଇଥିଲେ। ଚାଲି ଚାଲି, ସାଇକେଲରେ ଲୋକେ ଘରକୁ ଫେରୁଥିବାବେଳେ କିଏ କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇଥିଲେ ତ ପୁଣି କେହି ବାଟରେ ପ୍ରାଣ ହରାଇଥିଲେ। କରୋନା ଯୋଗୁ ବେକାର ହୋଇଥିବା ଓ ମୃତ୍ୟୁ ମୁଖରେ ପଡ଼ିଥିବା ଶ୍ରମଜୀବୀଙ୍କ ସଂଖ୍ୟା କେତେ ବୋଲି ପାର୍ଲାମେଣ୍ଟରେ ପ୍ରଶ୍ନ ହେବାରୁ ମୋଦି ସରକାର ହିସାବ ଦେଇପାରି ନ ଥିଲେ। ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ପଲିସି ସତ୍ତ୍ୱେ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ୪ ବର୍ଷ ଧରି ମାନୁଫାକ୍ଚରିଂ ସେକ୍ଟରରେ ନିଯୁକ୍ତି ପ୍ରାୟ ୫୦% ହ୍ରାସ ପାଇଥିବାବେଳେ ଗତ ବଜେଟରେ ସରକାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ବିଶେଷ କିଛି କରି ନ ଥିବା କୁହାଯାଉଛି। ଏପରି କି ଗ୍ରାମାଞ୍ଚଳର ଶ୍ରମିକଙ୍କୁ ୧୦୦ ଦିନର କାମ ଗ୍ୟାରେଣ୍ଟି ପାଇଁ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ ଆରମ୍ଭ କରାଯାଇଥିବା ମହାମତ୍ା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ପାଇଁ ମଧ୍ୟ ଏହି ବଜେଟରେ ବିତ୍ତୀୟ ଆବଣ୍ଟନକୁ ପୂର୍ବ ଆର୍ଥିକ ବର୍ଷ ବଜେଟ ପରିମାଣରୁ ବୃଦ୍ଧି କରାଯାଇ ନାହିଁ। ଶ୍ରମିକମାନେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରୁ ପୂର୍ବ ବକେୟା ବାବଦକୁ ୩,୩୫୮ କୋଟି ଟଙ୍କା ମଜୁରି ଏ ଯାଏ ପାଇ ନାହାନ୍ତି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୧୬ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୧ରେ ରହିଛି। ଅତି ଗମ୍ଭୀର ସ୍ଥିତିକୁ ସାମ୍ନା କରୁଥିବା ୩୧ ରାଷ୍ଟ୍ର ମଧ୍ୟରୁ ଭାରତ ଅନ୍ୟତମ। ପାକିସ୍ତାନ (୯୨), ନେପାଳ ଓ ବାଂଲାଦେଶ (୭୬) ଭଳି ପଡ଼ୋଶୀ ଭାରତଠାରୁ ଭଲ ସ୍ଥିତିରେ ଥିବାବେଳେ ମୋଦି ସରକାରଙ୍କ ‘ସବ୍‌କା ସାଥ ସବ୍‌କା ବିକାଶ’ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ସୀମିତ ବୋଲି ବିରୋଧୀ ଦଳଗୁଡ଼ିକ ରାଜ୍ୟ ସଭାରେ ସମାଲୋଚନା କରିଛନ୍ତି। ଏସବୁ ସତ୍ତ୍ୱେ ୧୪ଟି କ୍ଷେତ୍ରରେ ପ୍ରଡକ୍ସନ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍‌ (ପିଏଲ୍‌ଆଇ) ୬୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜ ବଜେଟ ଅଭିଭାଷଣରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ବଜେଟ ଉପସ୍ଥାପନର ପରଦିନ ଅର୍ଥାତ୍‌ ଫେବୃୟାରୀ ୨ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ସମ୍ପ୍ରତି ୨ଟି ଭାରତ ରହିଛି। ଗୋଟିଏ ଅତି ଧନୀ ଓ ଅନ୍ୟଟି ହେଉଛି ଚାକିରି ଖୋଜୁଥିବା ଗରିବମାନଙ୍କର। ୧୦ ଜଣ ଧନୀଙ୍କ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ୪୦ କୋଟି ଭାରତୀୟଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ। ବଡ଼ କମ୍ପାନୀଗୁଡ଼ିକ ଟେକ୍ନୋଲୋଜିର ସହାୟତା ନେଉଥିବାବେଳେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଓ ଅସଙ୍ଗଠିତ କ୍ଷେତ୍ର ନୂଆ ନିଯୁକ୍ତି ଦେଉଥାଏ। ମୋଦି ସରକାରଙ୍କ ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଏହି କ୍ଷେତ୍ରରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛଡ଼ାଇ ନେଇଛନ୍ତି। ୨୩ କୋଟି ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲିଦେଇଛନ୍ତି। ଏହି ସ୍ଥଳେ ୬୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ ବୋଲି ଲୋକ ସଭାରେ ଓ୍ବାୟନାଡ୍‌ ଏମ୍‌ପି ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri