୩ ଦଳ ମଧ୍ୟରେ ଜୋର୍‌ଦାର ଲଢ଼େଇ

ବିଞ୍ଝାରପୁର,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ଅଧୀନ ବିଞ୍ଝାରପୁର ବ୍ଲକ ୨୬ ନମ୍ବର ଜୋନ୍‌ରେ ବିଜେଡି, ଭାଜପା ଓ କଂଗ୍ରେସ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ମାଁସଡ଼ା, ବିଞ୍ଝାରପୁର, ସୟଦପୁର, ଚନ୍ଦ୍ରମୁଁ, କଏଣା-ରଘୁନାଥପୁର, ଚିକଣା ଓ ବରପଦା ୭ ପଞ୍ଚାୟତକୁ ନେଇ ଉକ୍ତ ଜୋନ୍‌ ଗଠିତ। ୧୫ ବର୍ଷ ହେଲା ବିଜେଡି ଏହି ଜୋନ୍‌କୁ ନିଜ ଅକ୍ତିଆରରେ ରଖିଥିଲାବେଳେ ଚଳିତ ନିର୍ବାଚନରେ ଦଳ ଟାଣୁଆନେତା ତଥା ୨ଥରର ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସରକାରର ବିକାଶ ସାଙ୍ଗକୁ ନବୀନଙ୍କ ଭାବମୂର୍ତ୍ତି ଓ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନୀତି ଆଦର୍ଶକୁ ପାଥେୟକରି ସାମଲ ବିଭିନ୍ନ ପଞ୍ଚାୟତକୁ ଯାଇ ଭୋଟ ଭିକ୍ଷା କରିବା ସହ ଦଳର ଗଡ଼ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ସାମଲଙ୍କ ସମେତ ବିଜେଡି ନେତା ସେକ ଓସିଉଲ୍ଲା, ଛାତ୍ର ସଭାପତି ଲେନିନ ଦାସ, ଯୁବ ସଭାପତି ଦିଲୀପ ରାଉଳ, ସୋସିଆଲ ମିଡିଆ ସଂଯୋଜକ ନିରଞ୍ଜନ ରାଉତ, ପ୍ରଦୀପ ମଲ୍ଲିକ, ବାଦଲ ମହାଳିକ, ସୁରଜ ସାହୁ, ମନୋଜ ମଲ୍ଲିକ ପ୍ରମୁଖଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି।
ସେହିପରି ଉକ୍ତ ଜୋନ ପାଇଁ ଭାଜପା ଅରୁଣଜିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ଭାଜପା ଚଳିତ ନିର୍ବାଚନରେ ଜଣେ ନୂଆ ଚେହେରା ଭାବେ ରାଉତରାୟଙ୍କୁ ବାଛିଛି। ବାତ୍ୟା, ବନ୍ୟା ଓ ମହାମାରୀ କରୋନାରେ ସମାଜ ସେବାକରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବ ସାମାଜିକ କର୍ମୀ ରାଉତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା ଓ ବିଜେଡିର ଦୋଷ ତ୍ରୁଟିକୁ ପାଥେୟକରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଜୋନରେ ଥିବା ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଭାଜପାକୁ ବିପୁଳ ଭୋଟ ଦେବାକୁ ରାଉତରାୟ ଲୋକଙ୍କୁ ନିବେଦନ କରୁଛନ୍ତି। ତାଙ୍କ ସହିତ ଭାଜପା ଯୁବନେତା ସଞ୍ଜୀବ ସାହୁ, ବିଶ୍ୱଜିତ ସାମଲ, ସୁଶାନ୍ତ ପୁହାଣ, ଗୋଲକଚନ୍ଦ୍ର ସାହୁ, ଗୋକୁଳାନନ୍ଦ ଯେନା, ବସନ୍ତ କୁମାର ସାମଲ ପ୍ରମୁଖଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି। ସେହିପରି କଂଗ୍ରେସ ଉକ୍ତ ଜୋନ୍‌ ଜୋନ୍‌ ପାଇଁ ସରୋଜ ନାୟକଙ୍କୁ ପ୍ରାର୍ଥୀ କରିଛି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ତୃତୀୟ ସ୍ଥାନ ଅକ୍ତିଆର କରିଥିବା କଂଗ୍ରେସ ଚଳିତ ନିର୍ବାଚନରେ ଜଣେ ନୂଆ ଚେହେରା ଭାବେ ନାୟକଙ୍କୁ ପ୍ରାର୍ଥୀ କରିଛି। ରକ୍ତଦାନ ସମେତ ବାତ୍ୟା, ବନ୍ୟାରେ ଲୋକଙ୍କ ସହିତ ଜଡ଼ିତରହି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବ ସାମାଜିକ କର୍ମୀ ନାୟକ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାସହ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶ, ଦରଦାମ ବୃଦ୍ଧି, ବେକାରି ସମସ୍ୟାକୁ ପାଥେୟକରି ଲୋକଙ୍କ ନିକଟତର ହେବାକୁ ଚାହିଁଛନ୍ତି। ଜୋନ୍‌ରେ ଥିବା ବିଭିନ୍ନ ପଞ୍ଚାୟତରେ ଘରକୁଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନାୟକ ଲୋକଙ୍କୁ ନିବେଦନ କରୁଛନ୍ତି। ନାୟକଙ୍କ ସମେତ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦିକା କନକଲତା ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା କିଶୋର ଚନ୍ଦ୍ର ଦାସ, ଯୁବନେତା କୁଞ୍ଜବିହାରୀ ବେହେରା, ଗୁରୁଚରଣ ମହାନ୍ତି ଓ ସେକ୍‌ ତଫିକ ପ୍ରମୁଖଙ୍କୁ ନାୟକଙ୍କ ସହିତ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି। ତେବେ ଚଳିତ ନିର୍ବାଚନରେ ଭୋଟର କାହାକୁ ବାଛୁଛନ୍ତି ଫଳାଫଳ ପରେ ହିଁ ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri