୩ ଦଳ ମଧ୍ୟରେ ଜୋର୍‌ଦାର ଲଢ଼େଇ

ବିଞ୍ଝାରପୁର,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ଅଧୀନ ବିଞ୍ଝାରପୁର ବ୍ଲକ ୨୬ ନମ୍ବର ଜୋନ୍‌ରେ ବିଜେଡି, ଭାଜପା ଓ କଂଗ୍ରେସ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ମାଁସଡ଼ା, ବିଞ୍ଝାରପୁର, ସୟଦପୁର, ଚନ୍ଦ୍ରମୁଁ, କଏଣା-ରଘୁନାଥପୁର, ଚିକଣା ଓ ବରପଦା ୭ ପଞ୍ଚାୟତକୁ ନେଇ ଉକ୍ତ ଜୋନ୍‌ ଗଠିତ। ୧୫ ବର୍ଷ ହେଲା ବିଜେଡି ଏହି ଜୋନ୍‌କୁ ନିଜ ଅକ୍ତିଆରରେ ରଖିଥିଲାବେଳେ ଚଳିତ ନିର୍ବାଚନରେ ଦଳ ଟାଣୁଆନେତା ତଥା ୨ଥରର ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସରକାରର ବିକାଶ ସାଙ୍ଗକୁ ନବୀନଙ୍କ ଭାବମୂର୍ତ୍ତି ଓ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନୀତି ଆଦର୍ଶକୁ ପାଥେୟକରି ସାମଲ ବିଭିନ୍ନ ପଞ୍ଚାୟତକୁ ଯାଇ ଭୋଟ ଭିକ୍ଷା କରିବା ସହ ଦଳର ଗଡ଼ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ସାମଲଙ୍କ ସମେତ ବିଜେଡି ନେତା ସେକ ଓସିଉଲ୍ଲା, ଛାତ୍ର ସଭାପତି ଲେନିନ ଦାସ, ଯୁବ ସଭାପତି ଦିଲୀପ ରାଉଳ, ସୋସିଆଲ ମିଡିଆ ସଂଯୋଜକ ନିରଞ୍ଜନ ରାଉତ, ପ୍ରଦୀପ ମଲ୍ଲିକ, ବାଦଲ ମହାଳିକ, ସୁରଜ ସାହୁ, ମନୋଜ ମଲ୍ଲିକ ପ୍ରମୁଖଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି।
ସେହିପରି ଉକ୍ତ ଜୋନ ପାଇଁ ଭାଜପା ଅରୁଣଜିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ଭାଜପା ଚଳିତ ନିର୍ବାଚନରେ ଜଣେ ନୂଆ ଚେହେରା ଭାବେ ରାଉତରାୟଙ୍କୁ ବାଛିଛି। ବାତ୍ୟା, ବନ୍ୟା ଓ ମହାମାରୀ କରୋନାରେ ସମାଜ ସେବାକରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବ ସାମାଜିକ କର୍ମୀ ରାଉତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା ଓ ବିଜେଡିର ଦୋଷ ତ୍ରୁଟିକୁ ପାଥେୟକରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଜୋନରେ ଥିବା ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଭାଜପାକୁ ବିପୁଳ ଭୋଟ ଦେବାକୁ ରାଉତରାୟ ଲୋକଙ୍କୁ ନିବେଦନ କରୁଛନ୍ତି। ତାଙ୍କ ସହିତ ଭାଜପା ଯୁବନେତା ସଞ୍ଜୀବ ସାହୁ, ବିଶ୍ୱଜିତ ସାମଲ, ସୁଶାନ୍ତ ପୁହାଣ, ଗୋଲକଚନ୍ଦ୍ର ସାହୁ, ଗୋକୁଳାନନ୍ଦ ଯେନା, ବସନ୍ତ କୁମାର ସାମଲ ପ୍ରମୁଖଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି। ସେହିପରି କଂଗ୍ରେସ ଉକ୍ତ ଜୋନ୍‌ ଜୋନ୍‌ ପାଇଁ ସରୋଜ ନାୟକଙ୍କୁ ପ୍ରାର୍ଥୀ କରିଛି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ତୃତୀୟ ସ୍ଥାନ ଅକ୍ତିଆର କରିଥିବା କଂଗ୍ରେସ ଚଳିତ ନିର୍ବାଚନରେ ଜଣେ ନୂଆ ଚେହେରା ଭାବେ ନାୟକଙ୍କୁ ପ୍ରାର୍ଥୀ କରିଛି। ରକ୍ତଦାନ ସମେତ ବାତ୍ୟା, ବନ୍ୟାରେ ଲୋକଙ୍କ ସହିତ ଜଡ଼ିତରହି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବ ସାମାଜିକ କର୍ମୀ ନାୟକ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାସହ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶ, ଦରଦାମ ବୃଦ୍ଧି, ବେକାରି ସମସ୍ୟାକୁ ପାଥେୟକରି ଲୋକଙ୍କ ନିକଟତର ହେବାକୁ ଚାହିଁଛନ୍ତି। ଜୋନ୍‌ରେ ଥିବା ବିଭିନ୍ନ ପଞ୍ଚାୟତରେ ଘରକୁଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନାୟକ ଲୋକଙ୍କୁ ନିବେଦନ କରୁଛନ୍ତି। ନାୟକଙ୍କ ସମେତ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦିକା କନକଲତା ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା କିଶୋର ଚନ୍ଦ୍ର ଦାସ, ଯୁବନେତା କୁଞ୍ଜବିହାରୀ ବେହେରା, ଗୁରୁଚରଣ ମହାନ୍ତି ଓ ସେକ୍‌ ତଫିକ ପ୍ରମୁଖଙ୍କୁ ନାୟକଙ୍କ ସହିତ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି। ତେବେ ଚଳିତ ନିର୍ବାଚନରେ ଭୋଟର କାହାକୁ ବାଛୁଛନ୍ତି ଫଳାଫଳ ପରେ ହିଁ ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?