ଚାଲିବା କେଉଁଠି

ସୁପ୍ରିମକୋର୍ଟ ୧୯ ଜୁନ୍‌ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍‌ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି)ରେ ଦିଆଯାଇଥିବା ମୁକ୍ତ ଓ ସୁରକ୍ଷିତ ଭାବେ ଚଳପ୍ରଚଳ କରିବା ଏବଂ ଅନୁଚ୍ଛେଦ ୨୧ରେ ସୂଚିତ ବଞ୍ଚତ୍ବାର ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତାର ଅଂଶବିଶେଷ ବୋଲି ରାୟରେ କୁହାଯାଇଛି। କର୍ନାଟକରେ ଜଣେ ବାପା ତାଙ୍କ ୫ ବର୍ଷର ପୁଅକୁ ସ୍କୁଲ ନେଉଥିବା ବେଳେ ଦୁର୍ଘଟଣାରେ ତାଙ୍କୁ ହରାଇଥିଲେ। ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟରେ ଫୁଟ୍‌ପାଥକୁ ସୁରକ୍ଷିତ ରଖିବା ଲାଗି କହିଛନ୍ତି। ଭାରତବର୍ଷରେ ସଡ଼କ ସୁରକ୍ଷା କଥା ଉଠିଲେ କେବଳ ମୋଟରଗାଡ଼ି ଚଳାଚଳ ଓ ତାହାକୁ ନେଇ ଦୁର୍ଘଟଣା ବିଷୟରେ ଚିନ୍ତା କରାଯାଇଥାଏ। ତେବେ ଚଲାପଥ ବ୍ୟବହାର କରୁଥିବା ପଥଚାରୀଙ୍କ ସୁରକ୍ଷା ପ୍ରସଙ୍ଗ ପ୍ରାୟତଃ ଆଢୁଆଳରେ ରହିଯାଏ। ଭୁବନେଶ୍ୱର ସମେତ ଦେଶର ବହୁ ଉନ୍ନତ ସହରରେ ଫୁଟ୍‌ପାଥ ଉପରେ ପାର୍କିଂ, ବୁଲାବିକାଳି ଏବଂ ଏପରିକି ଅନେକ ସ୍ଥାନରେ ନିର୍ମାଣ କାର୍ଯ୍ୟରେ ଲାଗୁଥିବା ବାଲି, ଗୋଡ଼ି କିମ୍ବା କୋଠାବାଡ଼ିର ଭଙ୍ଗା ଅଂଶ ଆଦି ପଡ଼ି ରହିଥିବା ଦେଖାଯାଏ। ଏଥିସହିତ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଯେଭଳି ଫୁଟ୍‌ପାଥ ସହରସାରା ବିନା ବାଧାରେ ଲମ୍ବିଥାଏ, ଭାରତରେ ଏଠି ଖଣ୍ଡେ ତ ସେଠି ଖଣ୍ଡେ। ପୁଣି ଯେଉଁଠାରେ ବିଧିବଦ୍ଧ ଫୁଟ୍‌ପାଥ ଅଛି, ତାହା ମଧ୍ୟ ସୁରକ୍ଷିତ ରହିପାରୁନାହିଁ। ଏହା ଅସୁରକ୍ଷିତ ଥିବାରୁ ତାହାକୁ ନେଇ ଅଘଟଣର ନଜିର ମଧ୍ୟ ଅନେକ ରହିଛି। କେତେକ ସ୍ଥାନରେ ଡ୍ରେନ୍‌ ଉପରେ ଫୁଟ୍‌ପାଥ ଥିବାରୁ ଓ ସେଥିରେ ଗାତ ହୋଇଥିଲେ ଜୀବନ ଯିବା ଥୟ। ୨୦୨୪ ଜୁନ୍‌ ୧୯ରେ ଭୁବନେଶ୍ୱର ୟୁନିଟ୍‌ ୩ ଅଞ୍ଚଳରେ ୧୦ ବର୍ଷର ପିଲାଟିଏ ଏଭଳି ଖାତରେ ପଡ଼ିଯିବାରୁ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ବେପରୁଆ ଚାଳନା ଯୋଗୁ ଫୁଟ୍‌ପାଥକୁ ଗାଡ଼ି ମାଡ଼ି ଆସି ଧନଜୀବନ ନଷ୍ଟ ହେବାର ଅସଂଖ୍ୟ ଦୃଷ୍ଟାନ୍ତ ରହିଛି। ବର୍ଷକ ମଧ୍ୟରେ ଘଟିଥିବା କେତୋଟି ଘଟଣାକୁ ଦେଖିଲେ ୧୫ ଜୁନ୍‌ ୨୦୨୬ରେ ଭୁବନେଶ୍ୱର ଗାଡ଼କଣ ଅଞ୍ଚଳରେ ଏକ ଦ୍ରୁତଗାମୀ ଇଭି କାର୍‌ ସ୍ପିଡ୍‌ ବ୍ରେକର ଉପରକୁ ଚଢ଼ିଯାଇ ଚା’ ଦୋକାନ ଓ ପଥଚାଚାରୀଙ୍କ ଉପରକୁ ମାଡ଼ିଯାଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୧୬ ଜୁନ୍‌ ୨୦୨୬ରେ ନଭି ମୁମ୍ବାଇରେ ଏକ କାର୍‌ ନିୟନ୍ତ୍ରଣ ହରାଇ ଏକ ନିର୍ଦ୍ଦିଷ୍ଟ ଫୁଟ୍‌ପାଥ ଉପରେ ଚାଲୁଥିବା ୪ ଜଣ ପଥଚାରୀଙ୍କୁ ଧକ୍କା ଦେବା ସହ ଏକ ଦୋକାନର ସମ୍ମୁଖ ଭାଗରେ ପିଟି ହୋଇଥିଲା। ଏଥିରେ ସେହି ୪ ଜଣ ଗୁରୁତର ହୋଇଥିଲେ। ୧୦ ଅଗଷ୍ଟ ୨୦୨୫ରେ ଦିଲ୍ଲୀର ଚାଣକ୍ୟପୁରୀରେ ଏକ ଦ୍ରୁତଗାମୀ ଗାଡ଼ି ଫୁଟ୍‌ପାଥ ଉପରକୁ ମାଡ଼ିଯାଇ ପଥଚାରୀଙ୍କୁ ଚାପି ଦେଇଥିଲା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏଥିସହିତ ବହୁଚର୍ଚ୍ଚିତ ସଲମାନ ଖାନ୍‌ଙ୍କ ହିଟ୍‌ ଆଣ୍ଡ୍‌ ରନ୍‌ କଥା ସମସ୍ତଙ୍କ ମନେଥିବ।
ସହରଗୁଡ଼ିକରେ ମ୍ୟୁନିସିପାଲିଟି ଅଧିକାରୀମାନେ ଭେଣ୍ଡିଂ ଜୋନ୍‌ କେଉଁଠାରେ ହେବ ଓ କେଉଁ ଉଠାଦୋକାନୀକୁ ଫୁଟ୍‌ପାଥ ପାଖରେ ସୁରକ୍ଷା ଦେଇ ହେବ ଆଦି ବିଷୟରେ ବ୍ୟସ୍ତ ଥାଆନ୍ତି। ମୋଟା ଅଙ୍କ ଏହିସବୁ କାର୍ଯ୍ୟରୁ ହିଁ ମିଳିଥାଏ। ଲୋକଙ୍କ ସୁରକ୍ଷା ପଛରେ ପଡ଼ିଯାଏ। ନିର୍ଦ୍ଦିଷ୍ଟ ପାଦଚଲା ରାସ୍ତା କିଭଳି ହେବା ଦରକାର ଓ ତାହା ଠିକ୍‌ ଅଛି କି ନାହିଁ, ସେସବୁର ନିୟମିତ ଯାଞ୍ଚ ହେବା ନିହାତି ଆବଶ୍ୟକ। ଭୁବନେଶ୍ୱର ଓ କଟକ ଭଳି ସହରରେ ଦେଖୁଛେ କିଭଳି ଭାବେ ପୁଟ୍‌ପାଥ ଉପରେ ପାର୍କିଂ କରାଯାଉଛି ଓ ବିକାଳିମାନେ କିଭଳି ତାହାକୁ ଅକ୍ତିଆର କରି ରଖିଛନ୍ତି। ଯେଉଁଠି ଡ୍ରେନ୍‌ ଉପରେ ପାଦଚଲା ରାସ୍ତା ରହିଛି ତାହା ଉପରେ କେତେକେ ଦୁଇଚକିଆ ଯାନ ନେଇଯିବାରୁ ସେଗୁଡ଼ିକ ଦବିଯାଇ ପଥଚାରୀଙ୍କ ପାଇଁ ବିପଦ ଡାକିଆଣୁଛି। ସୁପ୍ରିମକୋର୍ଟ ଫୁଟ୍‌ପାଥରେ ଚାଲିବା ଏକ ମୌଳିକ ଅଧିକାର କହିଦେଲେ ସେଥିରେ ସମାଧାନ ମିଳିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସ୍ମାର୍ଟ ସିଟି ପାଇଁ ଅନେକ ଶହ କୋଟି ଟଙ୍କା ବରାଦ କଲା ବେଳେ ଫୁଟ୍‌ପାଥ ସୁରକ୍ଷା ସକାଶେ କୌଣସି ଠୋସ୍‌ ନୀତି ଆପଣାଯାଉ ନାହିଁ। ମଝିରେ ମଝିରେ କୌଣସି ବଡ଼ ନେତା ଆସିବା ଆଗରୁ ତରବରିଆ ଭାବେ ଫୁଟ୍‌ପାଥ କଡ଼ରେ ରଙ୍ଗ ବୋଳାଯିବା ଦେଖିବାକୁ ମିଳିଥାଏ। ଏଥିସହିତ ଭାରତରେ ଲୋକଙ୍କ ନାଗରିକବୋଧର ଘୋର ଅଭାବ ରହିଛି। ଫୁଟ୍‌ପାଥକୁ ଅପରିଷ୍କାର କରିବା ଓ ଘରୁ ଜିନିଷପତ୍ର ନେଇ ସେଠାରେ ଗଦା କରିବା ଏକ ଦୈନନ୍ଦିନ କଥା। ଏପରିକି ଲୋକେ ରାସ୍ତାମଝିରେ ମଧ୍ୟ ଧାନ, ଲଙ୍କା ଆଦି ଶୁଖାଇଥିବାର ଦେଖାଯାଏ।
ସଡ଼କରେ ଯାତାୟାତ ପାଇଁ ଟିକସ ଦେଇ ମଧ୍ୟ ସୁରକ୍ଷିତ ରାସ୍ତା ଓ ଚଲାପଥ ପାଇବା ସ୍ବପ୍ନ ଭଳି ଲାଗୁଛି। ସେହିଭଳି ଭାରତବର୍ଷରେ ପାଣି ବିଲ୍‌ ଦେବା ସତ୍ତ୍ୱେ ବିଶୁଦ୍ଧ ପାଣି ପାଇବା, ଟଙ୍କା ଦେଇ ନିରନ୍ତର ବିଦ୍ୟୁତ୍‌ ପାଇବା, ଟିକସ ଦେଇ ଭଲ ଶିକ୍ଷା ପାଇବା ଆଶା ମଉଳିଯାଉଛି। ଆଜିର ସ୍ଥିତିରେ ସାଧାରଣରେ ଭଲ ପିଇବା ପାଣି ଆଶା ଛାଡ଼ି ଲୋକେ ଘରେ ଓ୍ବାଟର ଫିଲ୍ଟର ଲଗାଇଲେଣି, ସରକାରୀ ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥା ଦେଖି ଯେଉଁମାନେ ପାରୁଛନ୍ତି ବହୁତ ଖର୍ଚ୍ଚାନ୍ତ ହୋଇ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ନାମ ଲେଖାଉଛନ୍ତି, ଆପାର୍ଟମେଣ୍ଟ ଓ ଗେଟେଡ୍‌ କମ୍ୟୁନିଟିଗୁଡ଼ିକରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଲେ ଜେନେରେଟର, ପାଣି ପାଇଁ ପମ୍ପ୍‌, ଗରମ ହେଲେ ଏସି, ସୁରକ୍ଷା ପାଇଁ ଗାର୍ଡ, ଗେଟ୍‌ ଭିତରର ରାସ୍ତାଠୁ ମରାମତି ଯାଏ ନିଜେ ଦାୟିତ୍ୱ ନେବା, ପିଲାଙ୍କ ଲାଗି ପାର୍କ ଭଳି ସବୁକିଛି ମଧ୍ୟମବର୍ଗ ପରିବାର ଏବେ ନିଜ ହାତକୁ ନେଲେଣି। ଅବଶ୍ୟ ବାହାର ରାସ୍ତାକୁ ସଜାଡ଼ିବା ଏମାନଙ୍କ ସାମର୍ଥ୍ୟ ବାହାରେ। ଏପରି ଭୁଶୁଡ଼ି ପଡ଼ୁଥିବା ବ୍ୟବସ୍ଥାରେ ସାଧାରଣ ଓ ଗରିବ ଲୋକର ଯନ୍ତ୍ରଣା କଥା ନ କହିବା ଭଲ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ, ୧୨ ତାରିଖରେ ହେବ…

ଭୁବନେଶ୍ୱର,୭ା୮: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର…

ତ୍ରିଷାଙ୍କୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ବିଜୟ, ଉଦୟନିଧିଙ୍କୁ କହିଲେ ମୁଁ…

ନୂଆଦିଲ୍ଲୀ, ୭।୮: ତାମିଲନାଡୁ ଏବଂ କର୍ନାଟକ ମଧ୍ୟରେ କାବେରୀ ନଦୀ ଜଳକୁ ନେଇ ବିବାଦ ଜାରି ରହିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି କହିଛନ୍ତି ଯେ,…

ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ; ଅଭିଜିତ ଦୀପକେଙ୍କୁ ମିଳିଲା ବଡ଼ ପଦ

ନୂଆଦିଲ୍ଲୀ, ୭।୮: କକରୋଚ ଜନତା ପାର୍ଟି (CJP)ର ଜାତୀୟ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏଥିରେ ଅଭିଜିତ ଦୀପକେଙ୍କ ସମେତ ୧୨ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ଦୀପକେଙ୍କ…

ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍‌: CBI କଲା ବଡ଼ ଖୁଲାସା, ଦେଶରେ ଚହଳ

ନୂଆଦିଲ୍ଲୀ, ୭।୮: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲାରେ CBIର ଚାର୍ଜସିଟ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି…

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

ସୋନମ ୱାଙ୍ଗଚୁକଙ୍କ ଚାଞ୍ଚଲ୍ୟକର ଖୁଲାସା: ରାହୁଲ ଗାନ୍ଧୀଙ୍କ ହାତରୁ ପିଇଥାନ୍ତି ଜୁସ୍‌, ହେଲେ…

ନୂଆଦିଲ୍ଲୀ, ୭।୮: ସିଜେପି (CJP) ପ୍ରତିବାଦ ସମୟରେ ଅନଶନ କରିଥିବା ସୋନମ ୱାଙ୍ଗଚୁକ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଖୁଲାସା ସହ ସେ ରାହୁଲ ଗାନ୍ଧୀଙ୍କ…

ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ…

ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri