କରୋନା ଭୂତାଣୁ ଆସିଛି କେଉଁଠୁ: ୯୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି…

ଓ୍ବାଶିଂଟନ,୨୭।୫: ପୃଥିବୀରେ ତାଣ୍ଡବ ରଚିଥିବା କରୋନା ମହାମାରୀ ଭୂତାଣୁ କେଉଁଠୁ ଆସିଛି ତାହାର ରିପୋର୍ଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୯୦ ଦିନ ମଧ୍ୟରେ ଲୋଡିଛନ୍ତି। କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷଙ୍କ ପାଖକୁ ଆସିଛି ଅବା ଏହାକୁ ଚାଇନାର ଉହାନ ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇଛି ସେନେଇ ରିପୋର୍ଟ ଦାଖଲ ପାଇଁ ବାଇଡେନ୍‌ ଇଣ୍ଟେଲଜେନ୍ସ୍‌ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତରେ ଆମେରିକାର ନ୍ୟାଶନାଲ ଲ୍ୟାବ୍‌ ସମ୍ପୃକ୍ତ ଏଜେନ୍ସିଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବ। ଏହା ସହିତ ବାଇଡେନ୍‌ ଚାଇନା ସରକାରଙ୍କୁ ମଧ୍ୟ ଏହି ତଦନ୍ତ କାର୍ଯ୍ୟରେ ସହାୟତା କରିବା ଲାଗି ଅପିଲ୍‌ କରିଛନ୍ତି। ଏହା ଦ୍ୱାରା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ବାଇଡେନ୍‌ କହିଛନ୍ତି ଯେ, ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ନେଇ ଦୁଇଟି ଥିଓରୀ ଉପରେ ଆଲୋଚନା ହେଉଛି। ପ୍ରଥମଟି ପ୍ରାଣୀଙ୍କଠାରୁ ଭୂତାଣୁ ମଣିଷଙ୍କ ପାଖକୁ ଆସିଥିବାର ସନ୍ଦେହ କରାଯାଇଛି। ସେହିପରି ଦ୍ୱତୀୟ ଥିଓରୀ ଅନୁସାରେ ଏହାକୁ ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇଛି। ତେଣୁ ପୃଥିବୀରେ ସଙ୍କଟ ସୃଷ୍ଟି କରିଥିବା କରୋନା ଭୂତାଣୁ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ...

ଥମୁଛି କରୋନା…

ନୂଆଦିଲ୍ଲୀ, ୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୧୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି...

କାର୍‌ ବୋମା ବିସ୍ଫୋରଣ

କାବୁଲ,୭।୮: ଆଫଗାନିସ୍ତାନ କାବୁଲରେ କାର୍‌ ବୋମା ବିସ୍ଫୋରଣରେ ୯୫ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଉପରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଆରମ୍ଭ କରିବ ଆମେରିକା

କାନବେରା,୨୬।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶରେ ଉଦ୍ୟମ ଅବ୍ୟାହତ ରହିଛି। ଆମେରିକାର...

ଜମାତ ନେତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା

ନୂଆଦିଲ୍ଲୀ,୧୭।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ତବ୍‌ଲିଘି ଜମାତ ନେତା ମୌଲାନା ସାଦ୍‌ କାନ୍ଦାଲ୍‌ଭି, ଟ୍ରଷ୍ଟ ସଦସ୍ୟଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ...

ରିଲିଫ ପାଣ୍ଠିକୁ ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ଦେଲା ୫ ଲକ୍ଷ

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ବୁଧବାର ଲକ୍‌ଡାଉନକୁ ୧୫ଦିନ ବିତିଯାଇଛି।...

ପ୍ରସ୍ତୁତ ରୁହ : ବାତ୍ରା

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- ପରିସ୍ଥିତିରେ ସୁଧାର ଆସିଲେ କୋଭିଡ୍‌-୧୯ ଯୋଗୁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫିକେଶନ ଇଭେଣ୍ଟଗୁଡ଼ିକ ଅନୁଷ୍ଠିତ ହେବ। ହେବାକୁଥିବା ଟୁର୍ନାମେଣ୍ଟଗୁଡ଼ିକର ଏକ...

Advertisement
Archives

Model This Week