ଭୁବନେଶ୍ୱର,୧୪ା୫: ରାଜ୍ୟର ବିଭିନ୍ନ ଜିଲାରେ ପେଟ୍ରୋଲ/ଡିଜେଲର ଅଭାବ ପରିଲକ୍ଷିତ ହୋଇଛି। କାଁ ଭାଁ ଯେଉଁ ପମ୍ପରେ ବି ତେଲ ମିଳୁଛି ସେଠି ଲମ୍ବା ଲାଇନ୍ ଲାଗୁଛି। ଏଥିସହିତ ଆବଶ୍ୟକୀୟ ପରିମାଣର ତେଲ ମଧ୍ୟ ମିଳୁ ନ ଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳର କେତେକ ଟାଙ୍କିରେ ତେଲ ନ ଥିବାରୁ ସମସ୍ୟା ବହୁଗୁଣିତ ହୋଇଛି।
ରାଜ୍ୟର କେନ୍ଦୁଝର, ଭଦ୍ରକ, ସୋର, ତେଲକୋଇ, ବଲାଙ୍ଗୀର, ଯାଜପୁର ସହରରେ ତେଲର ଅଭାବ ଦେଖାଦେଇଥିବାବେଳେ ଭଞ୍ଜନଗର, ରାଉରକେଲା, ନୀଳଗିରି, ପାରାଦୀପରେ ମଧ୍ୟ ତେଲର ସଂକଟ ଦେଖାଦେଇଛି। ଫଳରେ ଗାଡ଼ିଚାଳକମାନେ ତେଲ ଅଭାବ ଯୋଗୁ କାନ୍ଦିଲେଣି।