କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା? ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଏସିଏଫ….

ସମ୍ବଲପୁର,୭।୧୨: ଏସିଏଫଙ୍କୁ ବାନ୍ଧିଲା ପୋଲିସ । ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍‌ ରେବତୀ ରମଣ ଯୋଶୀ । ତାଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି । ରବିବାର ବିଳମ୍ବିତ ରାତି ଯାଏ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ତାଙ୍କୁ ପଚରାଉଚରା ସହ କାଗଜପତ୍ର ଯାଞ୍ଚ ହୋଇଥିଲା । କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା, ସେନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି ଏସିଏଫ୍‌ ।
ଗତକାଲି ଦିନ ତମାମ ତାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ରେଡ ଚାଲିଥିଲା। ସମ୍ବଲପୁର ଟାଉନରୁ ଏକ ୩ ମହଲା ସମେତ ୩ କୋଠା ଠାବ ହୋଇଛି । ଭୁବନେଶ୍ୱରରେ ଗୋଟିଏ, ସମ୍ବଲପୁର ଟାଉନରୁ ମିଳିଛି ୩ଟି ଫ୍ଲାଟ । ସମ୍ବଲପୁର ଓ ବରଗଡ଼ରୁି ୭ଟି ପ୍ଲଟ ଓ ୧୫୦ ଗ୍ରାମ ସୁନା ଠାବ ହୋଇଛ।

ଦୁର୍ନୀତି ନିବାରଣ ବିଭାଗର ୩ ଜଣ ଭିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି, ସମ୍ବଲପୁରଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ସମ୍ବଲପୁର ଓ ବରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା। ସେଥିମଧ୍ୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କରେ ଥିବା ସରକାର କ୍ୱାର୍ଟର୍ସ, ସମ୍ବଲପୁର କାର୍ଯ୍ୟାଳୟ ଚାମ୍ବର, ସମ୍ବଲପୁରର ଅଇଁଠାପାଲିସ୍ଥିତ ତାଙ୍କର ତିନି ମହଲା କୋଠା, ସମ୍ବଲପୁର ବ୍ରିଜଧାମମ ହାଉସିଂ ସୋସାଇଟି, କାହ୍ନେୟା ବ୍ଲକରେ ସ୍ଥାନ ଫ୍ଲାଟ ନମ୍ବର ଜି-୫, ଓ ଜି-୬, ସମ୍ବଲପୁର ଫାର୍ମ ରୋଡ, ସିଟି ପ୍ରାଇଡ ଆପାର୍ଟମେଣ୍ଟ ବିଲଡିଂ ଫ୍ଲାଟ ନମ୍ବର ଏ-୪୦୬, ସମ୍ବଲପୁର-ଝିରସୁଗୁଡା ରାସ୍ତା ସମ୍ବଲପୁରର ମାଲିପାଲିରେ ଏକ ମହଲା ବିଶିଷ୍ଟ ବ୍ୟବସାୟିକ କୋଠା, ବରଗଡ଼ ଜିଲା ପଦ୍ମପୁରର ଥିବା ଏକ ମହଲା କୋଠା, ବରଗଡ଼ ଜିଲା ବିଜେପୁର ବଲଣ୍ଡା ଯୋଶୀଙ୍କ ପୈତୃକ ଘର ଅନ୍ତର୍ଭୁକ୍ତ। ଚଢ଼ାଉ ବେଳେ ପ୍ରାଥମିକ ପର୍ଯାୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କସ୍ଥିତ ସରକାର କ୍ୱାର୍ଟର୍ସରୁ ନଗଦ ୧୪.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?