ପଞ୍ଚାୟତ ଦୃଢ଼ୀକରଣରେ ବାଧା କେଉଁଠି

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ତୃଣମୂଳ ପରିବାରଠାରୁ ଗ୍ରାମ୍ୟ ଉନ୍ନୟନ ବିକାଶର ପରିଚୟ। କିନ୍ତୁ ଏ ପରିଚୟ ହରାଇବାକୁ ବସୁଛି ଓଡ଼ିଶା। ପଞ୍ଚାୟତ ପ୍ରତି ଦିନକୁ ଦିନ ଲୋକଙ୍କ ବିଶ୍ୱାସ ତୁଟିବାରୁ ବ୍ଲକ ହେଉ ଅବା ଜିଲାପାଳଙ୍କଠାରେ ଦିନକୁ ଦିନ ଅଭିଯୋଗ ବଢ଼ିବାରେ ଲାଗିଛି। ତାହା ପୁଣି ଗ୍ରାମାଞ୍ଚଳ ସଂଖ୍ୟା ଅଧିକ। ପଞ୍ଚାୟତ ନେତୃତ୍ୱ ବି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ସେତେଟା ସଚେତନ ଏହା ବୁଝାପଡୁନି। ପଞ୍ଚାୟତ ହାତରେ ସରକାର ପ୍ରାୟତଃ ସମସ୍ତ ମୌଳିକ ଆବଶ୍ୟକତା ଓ ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ, କୃଷି ଭଳି ବହୁ କ୍ଷମତା ପ୍ରଦାନ କରିଥିବା ସତ୍ତ୍ୱେ ଏଥିପ୍ରତି ସେମାନେ ଯେ ସଚେତନ ଅବା ଏ ଦିଗରେ ତାଙ୍କ ମୂଳ ସେବା ରହିଛି ଭଳି ସେମାନଙ୍କ ଠାରେ ଏଭଳି ଭାବନା ସୃଷ୍ଟି ହେଉଥିବ ତାହା ଦେଖାଯାଉନି। ବରଂ ଅଧିକାଂଶ ଜନ ପ୍ରତିନିଧି ଠିକା କାମକୁ ନେଇ ଯେତିକି ମନ ପୂରାଇ ବେନିୟମ କାରବାରରେ ଲିପ୍ତ ରହୁଛନ୍ତି ସେମାନଙ୍କ ମଧ୍ୟରୁ ସାମାଜିକ ସେବାର ନେତୃତ୍ୱ ନେବା ଭଳି ଜନ ପ୍ରତିନିଧିଙ୍କ ସଂଖ୍ୟା ହାତ ଗଣତି। ପଞ୍ଚାୟତ ଓ ପଞ୍ଚାୟତସମିତିଗଡ଼ିକ ଏଭଳି ପରିସ୍ଥିତିର ବର୍ତ୍ତମାନ ସାମ୍ନା ହେଉଥିବା ବେଳେ ଯଦି ଏହା ଆଗକୁ ବଢ଼ିଚାଲେ ତେବେ ପରବର୍ତ୍ତୀ ସମୟରେ ଗ୍ରାମ୍ୟ ବିକାଶ ପାଇଁ ଏକ ଅଚଳାଚଳ ପରମ୍ପରାର ଭୟ ଆଗକୁ ରହିଥିବା ବାରି ହେଉଛି।
ପ୍ରତିଟି ପରିବାର ସମସ୍ତ ପ୍ରକୃତ ତଥ୍ୟ ଜଣେ ୱାର୍ଡମେମ୍ବର ପାଖରେ ରହିବା ବାଞ୍ଛନୀୟ ଏବଂ ୱାର୍ଡ ସ୍ତରରୁ ଯଦି ପ୍ରକୃତ ସେବାକୁ ମୌଳିକ ଅଧିକାର ଭାବେ ଗୁରୁତ୍ୱ ଦେଇ କାର୍ଯ୍ୟ ହୁଅନ୍ତା ନିଜ ମାଟିରୁ ଓଡ଼ିଶାର ଭାଗ୍ୟ ବଦଳାଇବାରେ ପଞ୍ଚାୟତ ପ୍ରତିନିଧିଙ୍କ ଏକ ବିଶେଷ ସ୍ଥାନ ରହି ସମାଜରେ ପୂଜ୍ୟ ପୂଜାର ଅଧିକାରୀ ହୋଇପାରନ୍ତେ। ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକ ମାନବିକତା ସଂହତିରେ ବନ୍ଧା ମଣିଷ ସମାଜ ସବୁବେଳେ ବିକାଶ ଉପରେ ଆଶାବାଦୀ। ଆମର ଏହି ଜନ ପ୍ରତିନିଧିମାନେ ଏଥିପାଇଁ କେତେ ଦକ୍ଷ! ଆମମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ଏମାନେ କେତେ ସଚେତନ। ଏହା ଚିନ୍ତାକରି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ନେତୃତ୍ୱର ଆବଶ୍ୟକତାକୁ ଉପଲବ୍ଧି କରାଯାଇଥାଏ। ଏଥିପାଇଁ ଆମ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଓ ଜିଲାପରିଷଦ ସଦସ୍ୟ ଏକତ୍ର ପଲ୍ଲିସଭାଠୁ ଗ୍ରାମସଭାର ଯଦି ସବୁ ଯୋଜନାକୁ ଏକାଠି କରିପାରିବେ ତେବେ ଯାଇ ଆମେ ଆମ ବିକାଶର ସାଥି ହୋଇ ଗଣତନ୍ତ୍ର ବଞ୍ଚାଇ ଆମ ଗାଁକୁ ଏକ ନୂଆଁ ରୂପ ଦେଇ ପାରନ୍ତେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭାଷାରେ ‘ପଲ୍ଲୀ ହଲିଲେ ଦିଲ୍ଳୀ ହଲିବ’। ଏ ହେଉଛି ପଞ୍ଚାୟତ ଶାସନ। ଆସ ଆମେ ଆମ ନିଜ କାମ କରିବା। ‘ଛାୟାରେ ନାହିଁ କି ମାୟାରେ’। ନିଜ ଗାଁ ବଦଳାଇବାକୁ ଏହାହିଁ ଆମ ନେତୃତ୍ୱର ପରିଚୟ। ଆସ ଏକାଠି ହେବା:ଆମ ଗାଁକୁ ଆମେ ସଜାଇବା। ଯିଏ ନେତୃତ୍ୱ ନେଉଛନ୍ତି ସମସ୍ତଙ୍କୁ ପ୍ରଗତିର ରଥ ଚଲାଇବାକୁ ହେବ। ଦୀର୍ଘ ଦଶନ୍ଧିଧରି ଅଧିକାଂଶ ସମୟରେ ପଞ୍ଚାୟତ ଅଫିସରେ ତାଲା ଝୁଲିଥାଏ। ସରପଞ୍ଚ, ନାଏକ ସରପଞ୍ଚ, ନର୍ବାହୀ ଅଧିକାରୀ, ଯୋଗାଣ ସହାୟକ, ଗ୍ରାମ ରୋଜଗାର ସାଥୀ ଏକାଠି ହେବାର ଦୃଶ୍ୟ କମ୍‌ ଦେଖିବାକୁ ମିଳେ। ଏମାନେ ପରା ପଞ୍ଚାୟତର ହର୍ତ୍ତାକର୍ତା ଭାଗ୍ୟ ବିଧାତା। ଏହା ହୃଦୟଙ୍ଗମ କରି ପଞ୍ଚାୟତ ମଧ୍ୟ ଏକ ସରକାରୀ କାର୍ଯ୍ୟାଳୟ,ଏହାର ବି ସମୟ ନିର୍ଘଣ୍ଟ ରହିଛି। ଏ ଦିଗରେ ଜଣେ ନିର୍ବାଚିତ ପ୍ରତିନିଧି ଚାହିଁଲେ ନିଜ ପ୍ରୟାସରୁ ସମଗ୍ର ରାଜ୍ୟକୁ ଏକ ନୂଆଁ ଦିଶା ଦେଖାଇପାରିବ। ଅନେକ ପଞ୍ଚାୟତ ପ୍ରତିନିଧି ବହୁତ ଗୁଣୀ, ଜ୍ଞାନୀ ଓ ଅଭିଜ୍ଞ ରହିଛନ୍ତି। ସେମାନେ ଚାହିଁଲେ ସରକାରୀ କାର୍ଯ୍ୟାଳୟ ପରି ପଞ୍ଚାୟତ କାର୍ଯ୍ୟାଳୟକୁ ଏକ ସମୟ ନିର୍ଘଣ୍ଟରେ ଚଲାଇ ସମାଜରେ ଏକ ଦୃଷ୍ଟାନ୍ତ ନେତୃତ୍ୱର ସହଭାଗୀ ହୋଇପାରନ୍ତେ। ଏପରିକି ଜନସାଧାରଣଙ୍କ ଅତି ନିକଟତର ହୋଇ ନିଜ କ୍ଷେତ୍ରରେ ମୌଳିକ ସମସ୍ୟାର ସମାଧାନ କରାଇ ବ୍ଲକ ଅବା ଜିଲା ପ୍ରଶାସନ ଉପରୁ ଚାପ କମାଇ ପାରନ୍ତେ। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରୟାସ କରିଛନ୍ତି। କିନ୍ତୁ ସେଥିରେ ଶୀତଳ ପଡ଼ିଯାଇଛି। ପଞ୍ଚାୟତିରାଜ ବ୍ୟବସ୍ଥା ମିଳି ଭଗତେର ଏକ ମଧୁଚନ୍ଦ୍ରିକା ହୋଇ ଥିବାରୁ ପ୍ରଶାସନିକ କଳ ଏମାନଙ୍କୁ ନିଜ କବ୍‌ଜାରେ ରଖିବାକୁ କେବେବି ହାତଛଡ଼ା କରିବେନି। ଏଥିପାଇଁ ରାଜନୈତିକ ଦୃଢ଼ତାର କେବଳ ଆବଶ୍ୟକତା ରହିଛି। ପଞ୍ଚାୟତର ତୃଣମୂଳ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ ଅବା ଜିଲା ପରିଷଦ ସଦସ୍ୟ ଏକାଠି ହେବାକୁ ହେବ। ଅର୍ଥାତ ସବୁବେଳେ ସରକାର ଉପରେ ଦୋଷ ଲଦା ଚାଲିଛି। ଅଥଚ ଆମକୁ ଏବେ ବୁଝିବାକୁ ସମୟ ଆସିଛି ଗାଁ ଚଳାଇବାକୁ। ଗାଁର ସବୁ ଦାୟିତ୍ୱ ଦିଆଗଲା ପଞ୍ଚାୟତ ହାତରେ। ଅଥଚ ଦକ୍ଷତା ଓ ନିର୍ଭୀକତା ନ ଥାଇ ଯଦି ନେତୃତ୍ୱ ନେବା ତେବେ ଗାଁ ମୋ ସହର ହୋଇ କେବେ ବାସ୍ନା ହେବ ! ଏହାହିଁ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ନୈତିକ ମାନବିକତା ଗୁଣ ହେବା ଦରକାର।
ଗାଁ ଯଦି ଏମିତି ଚାଲିବ ତେବେ ତ ଆମକୁ ଠିକ୍‌ ବାଟରେ ଚାଲିବାକୁ ହେବ। ଦେଶ ପରା ଆଗଉଛି, ଆମେ ଏତେ ପଛରେ ପଡ଼ିରହିବା ମୂଳ ରହସ୍ୟ କେଉଁଠି ଏହାହିଁ ଆଜିର ପ୍ରସଙ୍ଗ। ହେଲେ ଏକ ସମୃଦ୍ଧ ୱାର୍ଡ ପଞ୍ଚାୟତରୁ ମୋ ଓଡ଼ିଶାର ସ୍ବପ୍ନ ସ୍ବଚ୍ଛ ଭାରତରେ ପହଞ୍ଚି ପାରିବ। ଏଥିପାଇଁ ଜଣେ ଯଦି ସରପଞ୍ଚ/ ପଞ୍ଚାୟତ ସମିତି ଅଧ୍ୟକ୍ଷା-ଅଧ୍ୟକ୍ଷ ଓ ଜିଲା ପରିଷଦ ସଭାପତି ଚାହିଁବେ ଓଡ଼ିଶାର ଭାଗ୍ୟ ବଦଳିଯିବ। ଅଥଚ ଏଭଳି ଜଣେ ପ୍ରତିଭାବାନ ଉଜ୍ଜ୍ୱଳ ନକ୍ଷତ୍ର ଉଭା ନ ହୋଇ ପାରିବା ପଛର କାରଣ କ’ଣ ତାହା ଜଳ ଜଳ ହୋଇ ସମସ୍ତଙ୍କୁ ଦିଶୁଥିବା ସହ ସବୁ ଜନ ପ୍ରତିନିଧି ଜାଣିଥିଲେବି ଚେଇଁ ଶୋଇଥିବା ଯୋଗୁ ଆଜି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଅଙ୍କୁଶରୁ ମୁକୁଳି ପାରୁନି ଆମ ଗଣତନ୍ତ୍ର। ଯେଉଁଦିନ ଆମ ଜନ ପ୍ରତିନିଧିମାନେ ପଞ୍ଚାୟତର ସେମାନେ ମୁଖ୍ୟ ବୋଲି ନିଜେ ହୃଦବୋଧ କରିବେ ସେତେବେଳେ ଯାଇ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ କିଛି ସୁଧାର ଆସିବ। ଜନତାଙ୍କ ନ୍ୟାୟ ପାଇଁ ସରକାରୀ ନୀତି ନିୟମକୁ ଯଦି ସମ୍ମାନ ଜଣାଇ ନିଜର ନେତୃତ୍ୱର ଭାଗୀଦାରିତାକୁ ପ୍ରତିପାଦନ କରିପାରନ୍ତେ ତେବେ ସେ ସାଧାରଣ ୱାର୍ଡ ମେମ୍ବର ବା ସରପଞ୍ଚ ଯାହାବି ହୁଅନ୍ତୁ ଦେଶ ଓ ଜାତି ପାଇଁ ଏକ କିମ୍ବଦନ୍ତୀ ପୁରୁଷ ପାଲଟି ଯାଆନ୍ତେ। କିନ୍ତୁ କିଭଳି ଏହା ତାଙ୍କୁ ଦେଖାଯାଉ ନାହିଁ ତାହାହିଁ ଆଶ୍ଚର୍ଯ୍ୟର ବିଷୟ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ନିଜ ନୈତିକତାର କାର୍ଯ୍ୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାର ବି ସମୟ ଉପନୀତ। ରାଜ୍ୟ ସରକାରଙ୍କ ନିର୍ମଳ ଭାବମୂର୍ତ୍ତିରୁ ପଞ୍ଚାୟତିରାଜ ପରିଚାଳନା କେତେ ଯେ ଅସ୍ବଚ୍ଛ ପାଖ ଲୋକହିଁ ଏହା ବାରିପାରିବେ। ତେଣୁ ରାଜ୍ୟ ସରକାର ପଞ୍ଚାୟତ ବ୍ୟବସ୍ଥାକୁ ଦୃଢୀକରଣ କରିବା ଉପରେ ବର୍ତ୍ତମାନ ଗୁରୁତ୍ୱ ଉପଲବ୍ଧି କରାଯାଉଛି।

ଡା. ରାଜାରାମ ଷଡ଼ଙ୍ଗୀ
ମୋ: ୯୪୩୭୪୦୫୪୫୫


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri