ଆମେ କେବେ ବାହା ହେବା?

ମୁମ୍ବାଇ: ଯେବେ ବି-ଟାଉନ୍‌ର ଅବିବାହିତ ଯୋଡ଼ିଙ୍କ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ଅଭିନେତା ରଣବୀର କପୁର ଏବଂ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଥା ପ୍ରଥମେ ଆସିଥାଏ। ଗତ ବର୍ଷ ଏକ ସାକ୍ଷାତକାରରେ ରଣବୀର ଆଲିଆଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ସେବେଠାରୁ ପରସ୍ପର ଅନେକ ଥର ନଜର ଆସୁଛନ୍ତି। ଏପରିକି ଉଭୟଙ୍କ ବିବାହ କଥାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି।

ନିକଟରେ ଫିଲ୍ମ ଆରଆରଆରର ଟ୍ରେଲର ରିଲିଜ ଅବସରରେ ଆଲିଆ ମଧ୍ୟ ତାଙ୍କ ଜୀବନରେ ‘ଆର୍‌’ ଅକ୍ଷରକୁ ଅତ୍ୟନ୍ତ ସ୍ବତନ୍ତ୍ର ବିବେଚନା କରିଥିଲେ। ରଣବୀରଙ୍କ ନାମ ଇଂରାଜୀରେ ‘ଆର’ ଅକ୍ଷରରୁ ଆରମ୍ଭ। ରଣବୀର ଏବଂ ଆଲିଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର ପାଇଁ ପରସ୍ପର ସହ କାମ କରୁଛନ୍ତି। ନିକଟରେ ଏହି ଫିଲ୍ମ ମୋଶନ ପୋଷ୍ଟର ରିଲିଜ ହୋଇଥିଲା। ଏହି ସମୟରେ ଯତେବେଳେ ପ୍ରଶଂସକମାନେ ରଣବୀରଙ୍କୁ ଆଲିଆଙ୍କ ସହ ତାଙ୍କ ବିବାହ ବିଷୟରେ ପଚାରିଥିଲେ, ରଣବୀର ହସି ହସି କହିଥିଲେ, ‘ବର୍ଷକ ମଧ୍ୟରେ ଆମେ ଅନେକ ଲୋକଙ୍କୁ ବିବାହ କରିଥିବାର ଦେଖି ନାହୁଁ କି? ମୁଁ ଭାବୁଛି ସେଥିରେ ଆମେ ଖୁସି ହେବା ଉଚିତ୍‌।

ଏହା ପରେ ରଣବୀର ପୁନର୍ବାର ଆଲିଆଙ୍କୁ ପଚାରିଥିଲେ, ଆମେ କେବେ ବାହା ହେବୁ? ‘ଏହା ଉପରେ ତୁମେ କ’ଣ କହିବାକୁ ଚାହୁଁଛ? ରଣବୀରଙ୍କ ଏପରି ପ୍ରଶ୍ନ ଶୁଣି ସମସ୍ତଙ୍କ ସାମ୍ନାରେ ଲାଜେଇ ଯାଇଥିଲେ ଆଲିଆ। ଏହି କଥା ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା।

ରଣବୀର-ଆଲିଆ ଚଳିତ ବର୍ଷ ବିବାହ କରିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ଉଭୟ ବିବାହକୁ ଆସନ୍ତା ବର୍ଷକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି, ୨୦୨୨ ଏପ୍ରିଲରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?