ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ ସେହିପରି କୁତ୍ସିତ ଅବସ୍ଥାରେ ରହିଛି। ଜାତିଭେଦ ଭଳି ଏକ ଅମାନୁଷିକ ପ୍ରଥା ଆଜିପର୍ଯ୍ୟନ୍ତ ସଭିଙ୍କ ମନରେ ବସାବାନ୍ଧି ରହିଛି। ମନ୍ଦିରଠାରୁ ନେଇ ମଶାଣି ଯାଏ ସବୁଠି ଏହି ଅସ୍ପୃଶ୍ୟତାର କାୟା ବଢ଼ିଚାଲିଛି। ଏହା କହିବାର କାରଣ ହେଉଛି, ଏବେ ବି ଯଦି ଲୋକଟି ନୂ୍ୟନ ଜାତିର ହୋଇଥିବ ତେବେ ତା’ର ମୃତ୍ୟୁ ପରେ ମଧ୍ୟ ମୃତଦେହର ଜାତି ନିର୍ଦ୍ଧାରଣ କରାଯାଏ। ଉଚ୍ଚଜାତିର ବ୍ୟକ୍ତି ତା’ର ଶବକୁ କାନ୍ଧ ଦିଅନ୍ତି ନାହିଁ। କେବଳ ଏତିକି ନୁହେଁ, ଉଚ୍ଚଜାତିର ଲୋକଙ୍କ ସ୍ଥାନରେ ସେମାନଙ୍କୁ ପୋଡ଼ିବା କାଳେ ଜାତି ପ୍ରତି କିଛି ବ୍ୟାଘାତ ଘଟିବ ସେଥିପାଇଁ ଭିନ୍ନ ସମ୍ପ୍ରଦାୟ ପାଇଁ ଭିନ୍ନ ସ୍ଥାନ ନିରୂପଣ କରାଯାଏ। ଏହା ବିଶେଷକରି ଗାଁଗୁଡ଼ିକରେ ଦେଖାଯାଏ। ତାଙ୍କ ସହ ଏକାଠି ପୋଖରୀ ତୁଠରେ ଗାଧୋଇବା ହେଉ କି ଭୋଜି ମହୋତ୍ସବରେ ଏକତ୍ର ବସି ଖାଦ୍ୟ ମଧ୍ୟ ଗ୍ରହଣ କରନ୍ତି ନାହିଁ। ବିବାହ ମଧ୍ୟ ଜାତି ମଧ୍ୟରେ ସୀମିତ ରହିଛି। ଯଦି ଉଚ୍ଚଜାତିର ଝିଅ ନୀଚଜାତିର ପୁଅକୁ ବିବାହକରେ ତେବେ ସମାଜ ତାକୁ ସହଜରେ ଗ୍ରହଣ କରିପାରେ ନାହିଁ। ଆମର ବିଶ୍ୱାସ କେବଳ ଅପାଠୁଆ ଲୋକମାନେ ଏହି ପ୍ରଥାକୁ ଜାବୁଡ଼ିଧରି ରଖିଛନ୍ତି, କିନ୍ତୁ ସତ କଥା ହେଲା ଆମ ଭଳି କେତେଜଣ ଶିକ୍ଷିତ ଯୁବପିଢ଼ି ମଧ୍ୟ ଛୁଆଁଅଛୁଆଁ ଭେଦଭାବକୁ ବିସ୍ତୃତ କରିଚାଲିଛନ୍ତି।
ଏବେ ଏକ ଘଟଣା ହେଲା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ର ନୂଆଗାଁ ଅଙ୍ଗନଓ୍ବାଡି ସହାୟିକାଙ୍କ କଥା। ଗତ ବର୍ଷ ନଭେମ୍ବରରେ ତାଙ୍କୁ ଏହି ଗାଁ ଅଙ୍ଗନୱାଡିର ନିଯୁକ୍ତି ମିଳିଥିଲା। ସେ ଦଳିତ ଜାତିର ହୋଇଥିବାରୁ ଗାଁ ଲୋକେ ବସି ନିଷ୍ପତ୍ତି ନେଇଗଲେ ଯେ ସେମାନେ ତାଙ୍କ ପିଲାଙ୍କୁ ଅଙ୍ଗନୱାଡିକୁ ଛାଡ଼ିବେ ନାହିଁ। କାରଣ ସେ ରୋଷେଇ କରିଥିବା ଖାଦ୍ୟ ଖାଇଲେ ସେମାନଙ୍କ ପିଲାମାନଙ୍କର ଜାତି ଚାଲିଯିବ, ଏଥିପାଇଁ ସେମାନେ ନିଜ ପିଲାଙ୍କୁ ଅଙ୍ଗନୱାଡି ଛାଡ଼ିଲେ ନାହିଁ। କଥା ସେତିକିରେ ସରିନି, ସେ ଗାଁର କୌଣସି ଗର୍ଭବତୀ ମହିଳା କିମ୍ବା ନବଜାତ ଶିଶୁଙ୍କ ଜନନୀ ଜାତି ଚାଲିଯିବା ଭୟରେ ଅଙ୍ଗନଓ୍ବାଡି ଦ୍ବାର ମାଡ଼ିଲେ ନାହିଁ। ଏହି ଘଟଣା କେବଳ ଓଡ଼ିଶାରେ ସୀମିତ ରହିଲା ନାହିଁ, ପାର୍ଲାମେଣ୍ଟରେ କଥା ଉଠିବା ସହ ଜାତୀୟ ଖବର ପାଲଟି ଗଲା। ଉକ୍ତ ଘଟଣାଟି ଦର୍ଶାଇବାର ତାତ୍ପର୍ଯ୍ୟ ହେଉଛି ଆକାଶରେ ଉପଗ୍ରହ ନେଇ ଚନ୍ଦ୍ରରେ ପାଦ ଥାପିବା ଯାଏ ଏବଂ ଏଆଇ ଯୁଗରେ ଅଗ୍ରଗତି କରିବା ସହ ଏକ ବିକଶିତ ଭାରତର ସ୍ବପ୍ନ ଦେଖିବା ଯାଏ ଆମେ ଧୀରେ ଧୀରେ ଉନ୍ନତି କରୁଥିଲେ ସୁଦ୍ଧା ଏହି କୁତ୍ସିତ ମାନସିକତାକୁ ଘଉଡ଼ାଇବାରେ ବିଫଳ ହୋଇଛନ୍ତି। ସମ୍ବଧାନର ଧାରା ୧୭ରେ ଅସ୍ପୃଶ୍ୟତାର ବିଲୋପ ସାଧନା କରାଯାଇଛି ଓ ଏହା ଦଣ୍ଡନୀୟ ଅପରାଧ ରୂପେ ଘୋଷଣା କରାଯାଇଛି। ଦଳିତ ଶ୍ରେଣୀ ଲୋକଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତି କରିଛନ୍ତି। କିନ୍ତୁ ଏହି ଘଟଣାକୁ ଦୃଷ୍ଟି ପକାଇଲେ ଲାଗୁଛି ଯେତେ ଯୋଜନା କଲେ ମଧ୍ୟ ଲୋକଙ୍କ ଆଚରଣ ଏବଂ ଦୃଷ୍ଟିଭଙ୍ଗୀ ଯଦି ପରିବର୍ତ୍ତନ ନ ହୁଏ ତେବେ ଏମାନେ ସଦାସର୍ବଦା ଏଭଳି ନିର୍ଯାତନାର ଶିକାର ହେଉଥିବେ, ଏଥିରେ ସନ୍ଦେହ ନାହିଁ।
ଏହା କେବଳ ଏବେ ନୁହେଁ ଯୁଗେ ଯୁଗେ ଏଭଳି ଘଟଣା ଘଟିଆସିଛି। ଇତିହାସର ପୃଷ୍ଠା ଯଦି ଓଲଟାଇ ଦେଖିବା ତେବେ ସର୍ବଦା ଦଳିତ ଶେଣ୍ରୀର ଲୋକ ଉଚ୍ଚଶ୍ରେଣୀର ଲୋକଙ୍କ ଦ୍ବାରା ନିର୍ଯାତିତ ହୋଇଛନ୍ତି। ଉଦାହରଣ ସ୍ବରୂପ, ଭାରତ ସମ୍ବିଧାନର ନିର୍ମାତା ଭୀମରାଓ ରାମ୍‌ଜୀ ଆମ୍ବେଡକରଙ୍କ ମଧ୍ୟ ଛୁଆଁ ଅଛୁଆଁ ଭେଦଭାବର ଶିକାର ହୋଇଥିଲେ। ବହୁ ପ୍ରତିକୂଳ ଅବସ୍ଥାରୁ ଉଠି ବିଦେଶରେ ପଢ଼ିବା ସହ ଦୁଇ ଦୁଇଟି ଡିଗ୍ରୀ ହାସଲ କରିଥିଲେ ଏବଂ ଆଇନରେ ମଧ୍ୟ ତାଲିମ ନେଇଥିଲେ। ଏହା ସତ୍ତ୍ବେ ସେ ସମୟରେ ଏତେ ଶିକ୍ଷା ହାସଲ କରିଥିଲେ ସୁଦ୍ଧା ସେ ମଧ୍ୟ ଭେଦଭାବର ଶିକାରର ବଶବର୍ତ୍ତୀ ହୋଇଥିଲେ। ପରେ ଆମ୍ବେଦକର ହିନ୍ଦୁ ଜାତି ପ୍ରତି ତିକ୍ତତା ଭାବ ପ୍ରକାଶକରି ବୌଦ୍ଧଧର୍ମ ଗ୍ରହଣ କରିଥିଲେ।
ଏହି ଘଟଣା ବର୍ଣ୍ଣନା କରିବାର କାରଣ ହେଉଛି ଏହା ଏକ ଛୋଟିଆ ପ୍ରସଙ୍ଗ ନୁହେଁ। ଯଦି ଅନୁମାନ କରିବେ ଯେବେ ଗୋଟିଏ ଦଳିତ ଶ୍ରେଣୀରେ ପିଲାଟି ଜନ୍ମହୁଏ ପରେ ବଡ଼ ହେବାକ୍ଷଣି ଶିକ୍ଷା କିମ୍ବା କର୍ମକ୍ଷେତ୍ରରେ ସେ କେଉଁଠି ନା କେଉଁଠି ଛୁଆଁ ଅଛୁଆଁର ଭେଦଭାବ ଭିତରେ ଛନ୍ଦି ହୋଇଯାଏ। ବେଳେବେଳେ ସେ ତା’ର ମାନସିକ ସ୍ଥିତି ହରାଇ ବସେ। ଉପରେ ଦର୍ଶାଯାଇଥିବା ଶର୍ମିଷ୍ଠାଙ୍କ କଥା ଯଦି ନେବା ସେ ଦୀର୍ଘ ୩ମାସ ଧରି ଏଭଳି ମାନସିକ ନିର୍ଯାତନା ପାଇଥିଲେ। ବେଳ ଥାଉ ଥାଉ ଯଦି ମାନସିକତାରେ ପରିବର୍ତ୍ତନ ନ କରିବା ତେବେ ବେଳ ଆସିବ ଅସ୍ପୃଶ୍ୟତାକୁ ନେଇ ଏଭଳି ତୁମୁଳକାଣ୍ଡ ଘଟିବ ଯେ ତାକୁ ରୋକିବାକୁ ମଧ୍ୟ କେହି ନ ଥିବେ। ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଓଡ଼ିଶାର ଘରେ ଘରେ ପଢ଼ାଯାଏ। ଜାତିପ୍ରଥା ବିରୋଧରେ ତାହା ଥିଲା ଏକ ସଶକ୍ତ ପଦକ୍ଷେପ। କିନ୍ତୁ ଆମେ ଲକ୍ଷ୍ମୀଙ୍କୁ କେବଳ ମୂର୍ତ୍ତି ଆଉ ପୂଜାରେ ସୀମିତ ରଖୁଛନ୍ତି। କିନ୍ତୁ ସେ ଏହି ଅସ୍ପୃଶ୍ୟତା ବିରୋଧରେ ଯେଉଁ କଷ୍ଟ ସହ୍ୟ କରିଥିଲେ ତାହା ଆମେ ଭୁଲିଯାଉଛନ୍ତି। କଥାରେ ଅଛି ଆଚାରେ ଲକ୍ଷ୍ମୀ ବିଚାରେ ପଣ୍ଡିତ। ଯଦି ଆମେ ଆଚାର ବ୍ୟବହାର ଠିକ୍‌ ନ ରଖିବା ତେବେ ସେ ମଣିଷ ବୋଲି ଗଣତି ନୁହେଁ। ଶିକ୍ଷା ଓ ସଂସ୍କାର, ଆଚାର ବ୍ୟବହାର, ପରିଷ୍କାର ପରିଚ୍ଛନ୍ନତା ନେଇ ଆଲୋଚନା କରାଯାଇପାରେ, କିନ୍ତୁ ଜାତିଭେଦରେ କାହାକୁ ନୂ୍ୟନକରି ଦେଖିବା ସମ୍ବିଧାନ ଓ ଈଶ୍ବର ଦୃଷ୍ଟିରେ ଅପରାଧ। ଲୋକଙ୍କୁ ଯେତେ ବୁଝାଇଲେ କ’ଣ ହେବ ଯେପର୍ଯ୍ୟନ୍ତ ସେମାନେ ନିଜେ ହୃଦୟଙ୍ଗମ କରିନାହାନ୍ତି ସବୁ ପ୍ରୟାସ ବୃଥା। ଦିନକୁ ଦିନ ଜାତି ଭେଦଭାବ ଦୂରହେବା ପରିବର୍ତ୍ତେ ସୁଦୁରପ୍ରସାରୀ ହୋଇଚାଲିଛି। ତେବେ ଏଠାରେ ସଭିଙ୍କୁ ଏକ ପ୍ରଶ୍ନ ଅସ୍ପୃଶ୍ୟତାର ଅନ୍ତ କେବେ ହେବ?

ରାନୀ ନାୟକ
ଢେଙ୍କାନାଳ
ମୋ:୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri