କେବେ ଖୋଲିବ ହାଡ଼ବନ୍ଧ ପୋଖରୀ

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରରେ ସୌନ୍ଦର୍ଯ୍ୟକରଣ ହୋଇଥିବା ହାଡ଼ବନ୍ଧ ପୋଖରୀ ସର୍ବସାଧାରଣଙ୍କ ପାଇଁ ଖୋଲିପାରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତ ସମୟରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଆଦର୍ଶ ପୋଖରୀକୁ ଲୋକର୍ପଣ କରିଥିଲେ। ଏହାକୁ ମାସେ ପୂରିଥିଲେ ହେଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ନ ଯିବା ଏବଂ ଜନସାଧାରଣଙ୍କ ବ୍ୟବହୃତ ପୋଖରୀକୁ ପାର୍କରେ ରୂପାନ୍ତରିତ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ରାଜାରାଜୁଡ଼ା ଅମଳର ପୋଖରୀକୁ ଖଣିଜ ପାଣ୍ଠି ଅର୍ଥରେ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏଥିରେ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୋଖରୀ ମଧ୍ୟରେ ଥିବା ପଥର ଉତ୍ତୋଳନ କରାଯାଇ ନାହିଁ। ଫଳରେ ଏହାକୁ ବୋଟିଂ ଭଳି କାମରେ ବ୍ୟବହାର କରାଯାଇ ପାରିବନାହିଁ। ଉପଯୁକ୍ତ ତଦାରଖ ଅଭାବରୁ କାମର ମାନ ଠିକ୍‌ ହୋଇ ନାହିଁ। ଅନ୍ୟପକ୍ଷେ ପୂର୍ବରୁ ପୋଖରୀରେ ଲୋକମାନେ ଗାଧୋଇବା ସହ ଧାର୍ମିକ ଓ ଶୁଦ୍ଧି କାମ କରୁଥିଲେ। ପାର୍କ ହେବା ପରେ ପୌର ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। ନିକଟରେ ସେଭଳି ବିକଳ୍ପ ବ୍ୟବସ୍ଥା ଯଥା ପୋଖରୀଟିଏ ନ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି। ପୂର୍ବରୁ ଉକ୍ତ ସ୍ଥାନରେ ଏକ ବ୍ୟୟବହୁଳ ପାର୍କ ନିର୍ମାଣ କରାଯାଇଥିବା ବେଳେ ମାତ୍ର ୫୦ ମିଟର ବ୍ୟବଧାନରେ ପୋଖରୀର ସୌନ୍ଦର୍ଯ୍ୟକରଣ କରି ଅର୍ଥଶ୍ରାଦ୍ଧ କରାଯାଇଛି। ବରଂ ଏଠାରେ ବୋଟିଂ ଭଳି ବ୍ୟବସ୍ଥା କରାଯାଇଥିଲେ ଅଧିକ ଆକର୍ଷଣୀୟ ହୋଇଥାନ୍ତା ବୋଲି ସ୍ଥାନୀୟ ଆଇନଜୀବୀ ସନ୍ତୋଷ ଦାସ କହିଛନ୍ତି। ରାଜାରାଜୁଡ଼ା ଅମଳର ଏହି ପୋଖରୀକୁ ଲୋକଙ୍କ ବ୍ୟବହାର କରିବା ପାଇଁ ରାଜା ପ୍ରତିଷ୍ଠା କରିଥିଲେ। ଏବେ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଲୋକଙ୍କୁ ବାରଣ କରାଯାଉଛି। ଏତେ ଟଙ୍କା କାହା ସ୍ବାର୍ଥରେ ଖର୍ଚ୍ଚ ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ତ୍ରିଲୋଚନ ମିଶ୍ର କହିଛନ୍ତି।
ପୋଖରୀର ନିର୍ମାଣ କାମ ୨୦୨୦ ଡିସେମ୍ବର ୩ ରେ ଆରମ୍ଭ ହୋଇ ୨୦୨୧ ଡିସେମ୍ବର୨ରେ ସରିବା ନେଇ ସୂଚନା ଫଳକରେ ଉଲ୍ଲେଖ ହୋଇଛି। କାର୍ଯ୍ୟ ଶେଷ ଅବଧି ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ହେଁ କାମ ସରୁ ନାହିଁ। ଏନେଇ ପ୍ରଶାସନ ପକ୍ଷରୁ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବାହାବା ନେବାକୁ ଅସମ୍ପୂର୍ଣ୍ଣ ପୋଖରୀକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଛି ବୋଲି ପୂର୍ବତନ ପୌର ଅଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି।
ଏନେଇ ଜିଲା ଖଣିଜ ପ୍ରତିଷ୍ଠାନ ଓ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ଖୁବ୍‌ ଶୀଘ୍ର ଲୋକଙ୍କ ପାଇଁ ଖୋଲାଯିବ। ଆଲୋକ ବ୍ୟବସ୍ଥା ସହିତ ବ୍ୟାୟାମ, ଯୋଗ ଆଦି କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସକାଳ ସମୟରେ ଫ୍ରି ରହିବ ଏବଂ ସନ୍ଧ୍ୟା ସମୟରେ ଏଣ୍ଟ୍ରି ଫି ଲାଗୁ ହେବ। ସେହି ପଇସାରେ ରକ୍ଷଣାବେକ୍ଷଣ କରାଯିବ ବୋଲି କହିଥିଲେ। ଏନେଇ ଡିଏମ୍‌ଏଫ୍‌ ମୁଖ୍ୟ ତଥା ଜିଲାପାଳ ଆଶିଷ ଠାକ୍‌ରେ କହିଛନ୍ତି, କାହିଁକି ଖୋଲାଯାଇ ନାହିଁ ତାହାର ଯାଞ୍ଚ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri