![](https://www.dharitri.com/wp-content/uploads/2020/07/6-21.gif)
କରୋନା ଯୋଗୁ ଅଧିକାଂଶ ସ୍ଥାନରେ ଜାରି ରହିଛି ଲକ୍ଡାଉନ୍। ଏହି ସମୟରେ କରୋନା ଯୋଦ୍ଧା ନିଜର କର୍ତ୍ତବ୍ୟ କରିବା ସାଙ୍ଗକୁ ମାନବିକତା ଦେଖାଉଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଛତିଶଗଡ଼ ଦୁର୍ଗ ସହରର ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଦୁର୍ଗ ସହରରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଜଣେ ବୃଦ୍ଧା ରାସ୍ତା ଉପରେ ବସି ପରିବା ବିକ୍ରି କରୁଥିଲେ। ଏହି ସମୟରେ ଜିଲାପାଳ ଅଙ୍କିତ ଆନନ୍ଦଙ୍କ ସହ କିଛି ପୋଲିସ ଅଧିକାରୀ ତାଙ୍କୁ ଘରକୁ ଯିବାକୁ କହିଲେ। ମାତ୍ର ପେଟ ପୋଷିବା ପାଇଁ ଏହା ଏକମାତ୍ର ପନ୍ଥା ବୋଲି ବୃଦ୍ଧା କହିବା ସହ ଘରକୁ ଯାଇ ନ ଥିଲେ। ଫଳରେ ଜିଲାପାଳ ଆନନ୍ଦ ବୃଦ୍ଧାଙ୍କର ସମସ୍ତ ପରିବା କିଣି ନେଇଥିଲେ। ଏହାପରେ ବୃଦ୍ଧାଜଣଙ୍କ ନିଜଘରକୁ ଚାଲିଯାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଭରଓ୍ବନ୍ଦର ନାମକ ଜଣେ ବ୍ୟକ୍ତି ଶେୟାର କରିଛନ୍ତି।