ଜୁଆର ଉଠିଲେ ସମୁଦ୍ରପାଣି ଘରେ ପଶୁଛି

କେନ୍ଦ୍ରାପଡ଼ା ଅଫିସ,୨୬ା୫: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରତିବର୍ଷ ଜିଲାସ୍ତରୀୟ ପ୍ରଶାସନିକ କମିଟିର ବୈଠକ ହେଉଛି। ବୈଠକରେ ଚିରାଚରିତ ଢଙ୍ଗରେ ବିପର୍ଯ୍ୟୟ ସମୟରେ ଏହାର ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ଏଥିରେ ବିପର୍ଯ୍ୟୟ ସମୟରେ ପ୍ରାକ୍‌ ପ୍ରସ୍ତୁତି, ଉଦ୍ଧାର, ଥଇଥାନ, କ୍ଷତିଭରଣା ଆଦି ସମ୍ପର୍କରେ ଆଲୋଚନା ହେଉଛି। ତେବେ ପ୍ରାକୃତିକ ବିପର୍ଯ୍ୟୟରେ କିପରି କମ କ୍ଷତି ମଧ୍ୟରେ ସୀମତ ରହିବ, ସେପରି କୌଣସି ସ୍ବତନ୍ତ୍ର ଯୋଜନା ଆଲୋଚନା ନ ହେବା ବହୁ ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିି କରିଛି। ପୂର୍ଣ୍ଣିମା ଓ ଅମାବାସ୍ୟାରେ ସମୁଦ୍ରରୁ ଉଠୁଥିବା ଜୁଆର ପାଣି ଘରେ ପଶୁଥିବା ବେଳେ ଜିଲା ପ୍ରଶାସନ ଓ ରାଜନେତା ଏହାକୁ ଅଣହେଳା କରିବା ଆଦୌ ଉଚିତ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ମଞ୍ଚ ସଭାପତି ଭୁବନମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, କୃଷକ ନେତା ଗୟାଧର ଧଳ, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ପ୍ରାକୃତିକ ବିପର୍ଯ୍ୟୟ ଭୟ ସର୍ବଦା ଲାଗିରହୁଛି। ଚଳିତ ମାସରେ ମହାକାଳପଡ଼ା ଲାଞ୍ଜୁଡ଼ା ପଞ୍ଚାୟତର ୩୦ ଘରକୁ ସମୁଦ୍ର ଜୁଆର ପାଣି ମାଡ଼ି ଯାଇଥିଲା। ସାମାନ୍ୟ ବର୍ଷା ପବନରେ ସମୁଦ୍ର ଉତାଳ ରହି ଜିଲାର ୪୮ କିଲୋମିଟର ତଟାଞ୍ଚଳକୁ ମାଡ଼ିଯାଉଛି। ତଟକ୍ଷୟ ଏହି ଜିଲାରେ ପ୍ରବଳ ହୋଇଥିଲେ ମଧ୍ୟ ଏହାର ନିରାକରଣ ପାଇଁ ହେନ୍ତାଳ ବଣ ସୃଷ୍ଟି ହୋଇପାରୁନାହିଁ। ସାତଭାୟା ଅଞ୍ଚଳ ସମୁଦ୍ର ଅଁାରେ ନଷ୍ଟ ହୋଇଥିବା ବେଳେ ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଲାଞ୍ଜୁଡା ସମେତ ସୁନୀତି, ବାବର ଆଦି ୫ଟି ପଞ୍ଚାୟତ ସମୁଦ୍ର ଗର୍ଭକୁ ଯିବ। ଏହି ଜିଲାରେ ରାଜ୍ୟର ଦ୍ୱିତୀୟ ସର୍ବ ବୃହତ୍ତମ ଜଳପଥ ଅଛି। ତେବେ ଏହି ଜଳପଥ ପ୍ରତିବର୍ଷ ଜିଲାର ୪୫୭ଟି ଗ୍ରାମକୁ ବନ୍ୟା ବିପତ୍ତି ଆଣୁଛି। ଉପାନ୍ତ ଅଞ୍ଚଳର ନଦୀ, ନାଳ, ଜୋର ଆଦିରେ ବନ୍ଧବାଡ଼ ନ ଥିବାରୁ ଅଧିକ ପାଣି ଚାଷ ଜମି ଓ ଗ୍ରାମ ମଧ୍ୟକୁ ପଶୁଛି। ବନ୍ୟା ସମୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧା ମିଳପାରୁନାହିଁ। କେବଳ ବନ୍ଧବାଡ଼ ମରାମତିକୁ ପ୍ରଶାସକ ଓ ରାଜନେତା ଗୁରୁତ୍ୱ ଦେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ଅଥବା ନିରାକରଣ ପାଇଁ ସ୍ବତନ୍ତ୍ର ଯୋଜନା ନାହିଁ। କେନ୍ଦ୍ରାପଡ଼ା ଜିଲାର ୬୪ ଗ୍ରାମକୁ ସୁନାମିପ୍ରବଣ ଚିହ୍ନଟ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂଚନା ପାଇଁ ୨୦ଟି ସାଇରନ ଆଲର୍ଟ କେନ୍ଦ୍ର ସ୍ଥାପନ ହୋଇଛି। ତେବେ ସମସ୍ତ କେନ୍ଦ୍ରରୁ ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ସମୟରେ ସାଇରନ ବାଜି ପାରି ନ ଥିଲା। ସେହିପରି ପର୍ଯ୍ୟାପ୍ତ ଜଳପଥ ସତ୍ତ୍ୱେ ଜିଲାରେ ମରୁଡ଼ି ପରି ପ୍ରାକୃତିକ ବିପଦ ଦେଖାଦେଉଛି। ତଟାଞ୍ଚଳରେ ଏକ ବୃହତ କେନାଲ ମାଧ୍ୟମରେ ନଦୀ ସଂଯୋଗୀକରଣ କରାଯାଇ ଏହାର ନିରାକରଣ ହୋଇପାରନ୍ତା। ଏବେ ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ବଡ଼ବଡ଼ କୋଠା, ମଲ୍‌ ଆଦି ନିର୍ମାଣ ହେଉଛି। ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତନଖି ହେଉନାହିଁ। ଅଂଶୁଘାତ, ସର୍ପାଘାତ ବଢ଼ୁଥିଲେ ମଧ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। କେନ୍ଦ୍ରାପଡ଼ା ଜିଲାରେ ପ୍ରକୃତିର ବରଦାନ ଭାବେ ଭିତରକନିକା ଜାତୀୟ ଉଦ୍ୟାନ ରହିଛି। ମାତ୍ର ପ୍ରତିବର୍ଷ ଏହି ଜଙ୍ଗଲରେ ଅଗ୍ନିକାଣ୍ଡ ଦେଖିବାକୁ ମିଳୁଛି। ଏହି ଜାତୀୟ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁଠାରୁ ଅଧିକ ସଂଖକ ଲୋକ ବେଆଇନ ଭାବେ ବସବାସ କରୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବନ୍ୟା ପ୍ରତିକାର ପାଇଁ ତଳମୁଣ୍ଡରେ ନଦୀବନ୍ଧ ସୁଦୃଢ଼ କରାଯାଉଛି। ସୁନାମିର ପ୍ରଭାବ ହ୍ରାସ ପାଇଁ ତଟାଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯାଉଛି। ଏହାବ୍ୟତୀତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହାର ମୁକାବିଲା କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri