ବର୍ଷା ଆସିଲେ ସ୍ଥିତି ବିଷମ

ଢେଙ୍କାନାଳ ଅଫିସ୍‌, ୧୬ା୭ କାଦୁଅ ପଚପଚ ରାସ୍ତା। ଆବର୍ଜନାରେ ଭର୍ତ୍ତି ହୋଇଛି ନର୍ଦ୍ଦମା। ଡ୍ରେନ୍‌ ଉଛୁଳି ପଚା ପାଣି ମାଡୁଛି ରାସ୍ତାରେ। ଗାଡ଼ିମୋଟରରେ ଯିବା ତ ଦୂରର କଥା, ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ତଳି ଅଞ୍ଚଳର ଦୁର୍ଦ୍ଦଶା କହିଲେ ନ ସରେ। ସାରା ସହରର ଯେତକ ମଇଲା ପାଣି ପଶୁଛି ବସ୍ତିରେ। ଡ୍ରେନେଜ୍‌ ଏବଂ ରାସ୍ତାଘାଟ ଦୁରବସ୍ଥା ସୁଧୁରୁ ନ ଥିବାରୁ ବର୍ଷା ଆସୁ ଆସୁ ଢେଙ୍କାନାଳ ପୌରାଞ୍ଚଳରେ ସୃଷ୍ଟି ହେଉଛି ଏଭଳି ବିଷମ ସ୍ଥିତି। ସହରବାସୀ ପୂତିଗନ୍ଧମୟ ପରିବେଶରେ ଛଟପଟ ହେଉଥିବା ବେଳେ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେବାକୁ ବସିଲାଣି।
ଢେଙ୍କାନାଳକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ବସୁଛି ବୈଠକ ପରେ ବୈଠକ। କରାଯାଉଛି ସମୀକ୍ଷା। ହେଲେ ଯୋଜନା ଏବଂ କାର୍ଯ୍ୟକାରିତା ମଧ୍ୟରେ ଯେ ଆକାଶ ପାତାଳର ତଫାତ୍‌ ରହିଛି, ତାହା ଚଳିତ ମୌସୁମୀ ବର୍ଷାରୁ ସ୍ପଷ୍ଟ ହୋଇଛି। ଦୀର୍ଘଦିନ ଧରି ମରାମତି ହେଉ ନ ଥିବାରୁ ସହରର ପ୍ରମୁଖ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଲଗାଣ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଗର୍ତ୍ତରେ ପାଣି ଭର୍ତ୍ତି ହୋଇ ବିପଦକୁ ଆମନ୍ତ୍ରଣ କରୁଛି। ଟାଉନ ପ୍ଲାନିଂ ଅଞ୍ଚଳର କଂକ୍ରିଟ୍‌ ରୋଡ୍‌ ସାମାନ୍ୟ ବର୍ଷାରେ ବୁଡ଼ିଯାଉଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏହି ସମସ୍ୟା ଦୀର୍ଘଦିନର। ହେଲେ ସମାଧାନ କରିବାରେ ପୌର ପ୍ରଶାସନ ବିଫଳ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗୋପବନ୍ଧୁ ବଜାରର ଅବସ୍ଥା ମଧ୍ୟ ଅନୁରୂପ। ପୂର୍ତ୍ତ ବିଭାଗ ରାସ୍ତା ଉପରେ ଆବର୍ଜନା ଗଦା ହୋଇ ରହିଥିବାବେଳେ ପୋଚପାଣିରେ ନାକ ଫାଟୁଛି। ଯାନବାହନ ଚଳାଚଳରେ ବ୍ୟାପକ ସମସ୍ୟା ଉପୁଜୁଥିବାବେଳେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ କାଞ୍ଚନ ବଜାର, ଶିବମଣ୍ଡପ ଦେଇ ଯାଇଥିବା କଂକ୍ରିଟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ସମାନ କାରଣରୁ ୧୬ନଂ. ୱାର୍ଡ କାରିଗର ସାହି ମାରୁତିନଗର ଅଞ୍ଚଳରେ ପ୍ରାୟ ସପ୍ତାହେ ହେଲା ରାସ୍ତା ବର୍ଷାପାଣିରେ ବୁଡ଼ି ରହିଛି। ବର୍ଷା ହେବା ମାତ୍ରକେ ରଥଗଡ଼ାଠାରୁ ଗଣେଶ ବଜାରକୁ ସଂଯୋଗ କରୁଥିବା ପ୍ରମୁଖ ବ୍ୟସ୍ତବହୁଳ ରାସ୍ତାରେ ନିକଟସ୍ଥ ପୋଖରୀରୁ ପାଣି ଉଛୁଳି ପ୍ରବାହିତ ହେଉଛି। ଗଣେଶ ବଜାର-ରଥଗଡ଼ା-ଜିଲା କାର୍ଯ୍ୟାଳୟ-ବସ୍‌ଷ୍ଟାଣ୍ଡ ରାସ୍ତା, କୁଞ୍ଜକାନ୍ତ ଅଞ୍ଚଳ, ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପୂର୍ତ୍ତ ବିଭାଗ ରାସ୍ତାରେ ବଡ଼ବଡ଼ ଗାତ ସୃଷ୍ଟିହୋଇ ଶୋଚନୀୟ ହୋଇପଡ଼ିଛି। ସହର ମଧ୍ୟଦେଇ କୋରିଅଁାରୁ କଲେଜ ବାଇପାସ୍‌କୁ ଯୋଡୁଥିବା ପିଚୁ ରାସ୍ତା ମରାମତି କରିବାକୁ ପୂର୍ତ୍ତ ବିଭାଗ ସତେଯେମିତି ଭୁଲି ଯାଇଛି। ସହର ଦେଇ ଦୈନିକ ଶତାଧିକ ଭାରିଯାନ ଚଳାଚଳ କରୁଥିବାବେଳେ ରାସ୍ତା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଏବଂ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ଟାଉନ ପ୍ଲାନିଂ ଅଞ୍ଚଳରେ ଜମି ରହୁଥିବା ବର୍ଷା ଜଳ ନିଷ୍କାସନ କାମ ଆରମ୍ଭ ହୋଇଛି। କାଞ୍ଚନ ବଜାର ଶିବମଣ୍ଡପ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ବାଟ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଶନିବାର କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ମାରୁତିନଗରରେ ପାଣି ଜମି ରହୁଥିବା ରାସ୍ତାର ଉନ୍ନତୀକରଣ ପାଇଁ ୨୦ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ଏଥିଲାଗି ଘରୋଇ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଜମି ଅଧିଗ୍ରହଣ ହେଲେ କାମ ଆଗେଇବ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri