ବର୍ଷା ଆସିଲେ ସ୍ଥିତି ବିଷମ

ଢେଙ୍କାନାଳ ଅଫିସ୍‌, ୧୬ା୭ କାଦୁଅ ପଚପଚ ରାସ୍ତା। ଆବର୍ଜନାରେ ଭର୍ତ୍ତି ହୋଇଛି ନର୍ଦ୍ଦମା। ଡ୍ରେନ୍‌ ଉଛୁଳି ପଚା ପାଣି ମାଡୁଛି ରାସ୍ତାରେ। ଗାଡ଼ିମୋଟରରେ ଯିବା ତ ଦୂରର କଥା, ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ତଳି ଅଞ୍ଚଳର ଦୁର୍ଦ୍ଦଶା କହିଲେ ନ ସରେ। ସାରା ସହରର ଯେତକ ମଇଲା ପାଣି ପଶୁଛି ବସ୍ତିରେ। ଡ୍ରେନେଜ୍‌ ଏବଂ ରାସ୍ତାଘାଟ ଦୁରବସ୍ଥା ସୁଧୁରୁ ନ ଥିବାରୁ ବର୍ଷା ଆସୁ ଆସୁ ଢେଙ୍କାନାଳ ପୌରାଞ୍ଚଳରେ ସୃଷ୍ଟି ହେଉଛି ଏଭଳି ବିଷମ ସ୍ଥିତି। ସହରବାସୀ ପୂତିଗନ୍ଧମୟ ପରିବେଶରେ ଛଟପଟ ହେଉଥିବା ବେଳେ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେବାକୁ ବସିଲାଣି।
ଢେଙ୍କାନାଳକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ବସୁଛି ବୈଠକ ପରେ ବୈଠକ। କରାଯାଉଛି ସମୀକ୍ଷା। ହେଲେ ଯୋଜନା ଏବଂ କାର୍ଯ୍ୟକାରିତା ମଧ୍ୟରେ ଯେ ଆକାଶ ପାତାଳର ତଫାତ୍‌ ରହିଛି, ତାହା ଚଳିତ ମୌସୁମୀ ବର୍ଷାରୁ ସ୍ପଷ୍ଟ ହୋଇଛି। ଦୀର୍ଘଦିନ ଧରି ମରାମତି ହେଉ ନ ଥିବାରୁ ସହରର ପ୍ରମୁଖ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଲଗାଣ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଗର୍ତ୍ତରେ ପାଣି ଭର୍ତ୍ତି ହୋଇ ବିପଦକୁ ଆମନ୍ତ୍ରଣ କରୁଛି। ଟାଉନ ପ୍ଲାନିଂ ଅଞ୍ଚଳର କଂକ୍ରିଟ୍‌ ରୋଡ୍‌ ସାମାନ୍ୟ ବର୍ଷାରେ ବୁଡ଼ିଯାଉଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏହି ସମସ୍ୟା ଦୀର୍ଘଦିନର। ହେଲେ ସମାଧାନ କରିବାରେ ପୌର ପ୍ରଶାସନ ବିଫଳ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗୋପବନ୍ଧୁ ବଜାରର ଅବସ୍ଥା ମଧ୍ୟ ଅନୁରୂପ। ପୂର୍ତ୍ତ ବିଭାଗ ରାସ୍ତା ଉପରେ ଆବର୍ଜନା ଗଦା ହୋଇ ରହିଥିବାବେଳେ ପୋଚପାଣିରେ ନାକ ଫାଟୁଛି। ଯାନବାହନ ଚଳାଚଳରେ ବ୍ୟାପକ ସମସ୍ୟା ଉପୁଜୁଥିବାବେଳେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ କାଞ୍ଚନ ବଜାର, ଶିବମଣ୍ଡପ ଦେଇ ଯାଇଥିବା କଂକ୍ରିଟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ସମାନ କାରଣରୁ ୧୬ନଂ. ୱାର୍ଡ କାରିଗର ସାହି ମାରୁତିନଗର ଅଞ୍ଚଳରେ ପ୍ରାୟ ସପ୍ତାହେ ହେଲା ରାସ୍ତା ବର୍ଷାପାଣିରେ ବୁଡ଼ି ରହିଛି। ବର୍ଷା ହେବା ମାତ୍ରକେ ରଥଗଡ଼ାଠାରୁ ଗଣେଶ ବଜାରକୁ ସଂଯୋଗ କରୁଥିବା ପ୍ରମୁଖ ବ୍ୟସ୍ତବହୁଳ ରାସ୍ତାରେ ନିକଟସ୍ଥ ପୋଖରୀରୁ ପାଣି ଉଛୁଳି ପ୍ରବାହିତ ହେଉଛି। ଗଣେଶ ବଜାର-ରଥଗଡ଼ା-ଜିଲା କାର୍ଯ୍ୟାଳୟ-ବସ୍‌ଷ୍ଟାଣ୍ଡ ରାସ୍ତା, କୁଞ୍ଜକାନ୍ତ ଅଞ୍ଚଳ, ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପୂର୍ତ୍ତ ବିଭାଗ ରାସ୍ତାରେ ବଡ଼ବଡ଼ ଗାତ ସୃଷ୍ଟିହୋଇ ଶୋଚନୀୟ ହୋଇପଡ଼ିଛି। ସହର ମଧ୍ୟଦେଇ କୋରିଅଁାରୁ କଲେଜ ବାଇପାସ୍‌କୁ ଯୋଡୁଥିବା ପିଚୁ ରାସ୍ତା ମରାମତି କରିବାକୁ ପୂର୍ତ୍ତ ବିଭାଗ ସତେଯେମିତି ଭୁଲି ଯାଇଛି। ସହର ଦେଇ ଦୈନିକ ଶତାଧିକ ଭାରିଯାନ ଚଳାଚଳ କରୁଥିବାବେଳେ ରାସ୍ତା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଏବଂ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ଟାଉନ ପ୍ଲାନିଂ ଅଞ୍ଚଳରେ ଜମି ରହୁଥିବା ବର୍ଷା ଜଳ ନିଷ୍କାସନ କାମ ଆରମ୍ଭ ହୋଇଛି। କାଞ୍ଚନ ବଜାର ଶିବମଣ୍ଡପ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ବାଟ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଶନିବାର କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ମାରୁତିନଗରରେ ପାଣି ଜମି ରହୁଥିବା ରାସ୍ତାର ଉନ୍ନତୀକରଣ ପାଇଁ ୨୦ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ଏଥିଲାଗି ଘରୋଇ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଜମି ଅଧିଗ୍ରହଣ ହେଲେ କାମ ଆଗେଇବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri