ହାତୀ ଫେରିଲେ ପଶୁଛି ଛନକା

ବଇଣ୍ଡା, ୨୭ା୭ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜରେ ଥମୁନି ହାତୀ ଉପଦ୍ରବ। ରେଢାଖୋଲ ବନାଞ୍ଚଳରୁ ଏକ ହାତୀପଲ ହଣ୍ଡପା ରେଞ୍ଜକୁ ବାରମ୍ବାର ପଶିଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଗତ ୭ ବର୍ଷ ମଧ୍ୟରେ ୧୦୧୭ ଏକର ଜମିରେ ଫସଲ ନଷ୍ଟ କରିଛନ୍ତି। ଉକ୍ତ ପଲରେ ଥିବା ଏକ ଦନ୍ତା ୮ ଜଣଙ୍କ ଜୀବନ ନେଇଥିବାରୁ ହାତୀପଲ ହଣ୍ଡପା ଫେରିଲେ ଛାତିରେ ଛନକା ପଶୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

୧୮ ହଜାର ୮୯୪ ହେକ୍ଟର ବିଶିଷ୍ଟ ହଣ୍ଡପା ରେଞ୍ଜ ଆଖପାଖରେ ରହିଛି ୧୫ଟି ପଞ୍ଚାୟତ। କିନ୍ତୁ କିଛିବର୍ଷ ହେଲା କାଠ ମାଫିଆଙ୍କ ପ୍ରାଦୁର୍ଭାବ ଓ ବନ ବିଭାଗର ବିଫଳତା ଯୋଗୁ ରେଞ୍ଜ ଅଞ୍ଚଳର ଅନେକ ଜଙ୍ଗଲ ପଦା ହେବାକୁ ବସିଲାଣି। ଫଳରେ ରେଢ଼ାଖୋଲ ଜଙ୍ଗଲରୁ ପଳାଇ ଆସୁଥିବା ହାତୀପଲ ହଣ୍ଡପା ଜଙ୍ଗଲରେ ଖାଦ୍ୟାଭାବର ଶିକାର ହୋଇ ଗାଁ ମୁହାଁ ହେଉଛନ୍ତି। ଉକ୍ତ ପଲରେ ଥିବା ଏକ ଦନ୍ତା ୨୦୧୪ ଫେବୃୟାରୀ ୨୭ରେ ହଣ୍ଡପା ଗ୍ରାମର ତାରା ବିଶ୍ୱାଳଙ୍କୁ ପାଦରେ ଦଳିଦେଇଥିଲା। ୨୦୧୬ ମେ ୩ରେ ପୁରୁଣାପାଣି ଗ୍ରାମର ଲୋଚନ ପ୍ରଧାନ, ଠେଲକନାଳୀ ଗ୍ରାମର ତରୁଣୀ ଦେହୁରୀଙ୍କୁ କଚାଡି ମାରିଥିଲା। ୨୦୧୭ ଏପ୍ରିଲ ୨୪ରେ କୁଣ୍ଡାଳୀ ଗ୍ରାମର ହାଡିବନ୍ଧୁ ନାଥ, ୨୦୧୯ ଅଗଷ୍ଟ ୧ରେ ପ୍ରତାପପୁର ଗ୍ରାମର ମଞ୍ଜୁଲତା ସାହୁ, ସେପ୍ଟେମ୍ବର ୧୫ରେ ବିଦ୍ୟାଧର ସାହୁ, ଡିସେମ୍ବର ୨୬ରେ ବାତ୍ରାଖୋଲ ଗ୍ରାମର ବିଚିତ୍ର ବେହେରା, ୨୦୨୦ ମାର୍ଚ୍ଚ ୫ରେ କମରେଇ ଗ୍ରାମର ଦେବକୀ ବେହେରାଙ୍କ ଜୀବନ ନେଇଥିଲା। ସେହିପରି ଏହି ହାତୀପଲ ୧୨୭ଟି ଚାଳ, ଆଜବେଷ୍ଟସ ଘର ଭାଙ୍ଗିରୁଜି ନଷ୍ଟ କରିଛନ୍ତି। ୧୫ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ୫୯୨ ଏକର ଜମିରେ ଧାନ, ୨୬୫ ଏକର ପରିବା ଚାଷ ଓ ୧୬୦ ଏକରରେ ଲାଗିଥିବା ଆମ୍ବ, କଦଳୀ, ପଣସ ଗଛ ନଷ୍ଟ କରିଛନ୍ତି। ବନ ବିଭାଗ ପକ୍ଷରୁ କାଁ ଭାଁ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଦିଆଯାଇଥିବା ବେଳେ ଅଧିକାଂଶ ସହାୟତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ହାତୀ ଉପଦ୍ରବରୁ ସୁରକ୍ଷା ଦେବାରେ ବନ ବିଭାଗର ବିଫଳତା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କୁହନ୍ତି, ଲୋକେ ଜଙ୍ଗଲ ନଷ୍ଟ କରୁଥିବାରୁ ହାତୀଙ୍କ ବାସସ୍ଥଳୀ ସହ ଖାଦ୍ୟ ନଷ୍ଟ ହେଉଛି। ଫଳରେ ହାତୀପଲ ଗ୍ରାମାଭିମୁଖୀ ହେଉଛନ୍ତି। ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ କରାଯାଇ ହାତୀ ଘଉଡାଇବାକୁ ପଦକ୍ଷେପ ନିଆଯାଉଛି। ଏଥିସହ କ୍ଷତିପୂରଣ ମଧ୍ୟ ଯୋଗାଇ ଦିଆଯାଉଛି।

ବନ ବିଭାଗର ବିଫଳତା
ହଣ୍ଡପା ପଞ୍ଚାୟତରେ ଗୋଟିଏ ଦନ୍ତା ହାତୀ ଦୀର୍ଘବର୍ଷ ହେବ ଉପଦ୍ରବ କରୁଛି। ଫସଲ ନଷ୍ଟ, ଘର ଭାଙ୍ଗିବା ସହ ମଣିଷଙ୍କ ଜୀବନ ନେଉଛି। କ୍ଷତିଗ୍ରସ୍ତଙ୍କୁ ଠିକ୍‌ ଭାବେ କ୍ଷତିପୂରଣ ଦେଇପାରୁ ନ ଥିବା ବନ ବିଭାଗ ଏହା ରୋକିବାରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛି।
– ଅମିୟ ପ୍ରଧାନ, ସରପଞ୍ଚ, ହଣ୍ଡପା

ବହୁ ସମ୍ପତ୍ତି ନଷ୍ଟ ହୋଇଛି
ହାତୀ ଉପଦ୍ରବ ଯୋଗୁ ୬/୭ ବର୍ଷ ମଧ୍ୟରେ ବହୁ ସମ୍ପତ୍ତି ନଷ୍ଟ ହୋଇଛି। ଏ ନେଇ ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି ହେଉଛି। ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସ୍ଥାୟୀ ସମାଧାନ କଲେ ଅଞ୍ଚଳବାସୀ ଉପକୃତ ହେବେ।
– ଅଜୟ କୁମାର ସାହୁ, ଲକ୍ଷ୍ମୀପ୍ରିୟାପୁର

ପାଟ୍ରୋଲିଂର ଅଭାବ
ଏହି ରେଞ୍ଜ ଅଞ୍ଚଳର ଗ୍ରାମଗୁଡ଼ିକରେ ଆବଶ୍ୟକ ମୁତାବକ ମୋବାଇଲ ଟାଓ୍ବାର ନ ଥିବାରୁ ହାତୀ ଉପଦ୍ରବ ସମୟରେ ବନ ବିଭାଗକୁ ଖବର ଦେଇହେଉ ନାହିଁ। ବନ ବିଭାଗ କର୍ମଚାରୀମାନେ ମଧ୍ୟ ଠିକ୍‌ ଭାବେ ପାଟ୍ରୋଲିଂ କରୁନାହାନ୍ତି।
– ସୁଜିତ ମହାପାତ୍ର, ରାଜନପାଳ

ଟ୍ରାଙ୍କୁଲାଇଜ୍‌ କରାଯାଉ
ରେଞ୍ଜ ଅଞ୍ଚଳର ଚାଷୀମାନେ ବର୍ଷ ବର୍ଷ ଧରି ଫସଲରେ କ୍ଷତି ସହୁଛନ୍ତି। ବିଶେଷକରି ପରିବା ଚାଷ ସହ କଦଳୀ ବଗିଚା ହାତୀ ନଷ୍ଟ କରୁଛି। କ୍ଷତି ଅନୁଯାୟୀ କ୍ଷତିପୂରଣ ଦିଆଯିବା ସହ ଉକ୍ତ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍‌ କରି ନନ୍ଦନକାନନ ପଠାଯାଉ।
– ପତି ସାହୁ, କଣ୍ଟେଇକୁଳିଆ

ରାତି ଉଜାଗର ହେଉଛନ୍ତି ଚାଷୀ
ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗ ଉପଯୁକ୍ତ ପଦକ୍ଷେପ ନେଉନାହିଁ। ଗ୍ରାମବାସୀ ରାତି ଉଜାଗର ହୋଇ ନିଅଁା ହୁଳା ଧରି ଫସଲ ଜଗୁଥିବା ବେଳେ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ବାଣ କିଣି ଫୁଟାଇବାକୁ ବାଧ୍ୟ ହେଉଛନ୍ତି।
– ସୁନୀଲ ସେଠୀ, ଅଁଳାବେରେଣୀ

ଗାଁରେ ପଶି ଘର ଭାଙ୍ଗୁଛି
ଋଣ କରି ଚାଷ କରିଥିବା ଚାଷୀ କେବଳ ଫସଲରେ କ୍ଷତି ସହୁନାହିଁ ଅନେକ ସମୟରେ ଗଁାରେ ପଶି ହାତୀ ଘର ମଧ୍ୟ ଭାଙ୍ଗି ଦେଉଛି। ଉକ୍ତ ଦନ୍ତାହାତୀକୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବହୁବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଉ ନାହିଁ।
– ଅପି ଦେହୁରୀ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri