ରେପୋ ହ୍ରାସ କରିପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୨୭।୭: କରୋନା ଭାଇରସ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ସବୁ କିଛି ଟ୍ରାକକୁ ଫେରିବା କଷ୍ଟକର ହେଉଛି। ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଟ୍ରାକ୍‌କୁ ଆଣିବାକୁ ସରକାର ପଦକ୍ଷେପ ହାତକୁ ନେଉଛନ୍ତି। ହେଲେ କରୋନା ଯେଉଁ ଭଳି ବଜାରକୁ କ୍ଷତିଗ୍ରସ୍ତ କରିଛି ବଜାର ଶୀଘ୍ର ସ୍ଥିତାବସ୍ଥାକୁ ଫେରିବ ନାହିଁ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଅଗଷ୍ଟରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ୨୫ ବେସିସ୍‌ ପଏଣ୍ଟ ରେପୋ ହ୍ରାସ କରିପାରେ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ଅଗଷ୍ଟ ୪ରେ ହେବାକୁ ଥିବା ୩ ଦିନିଆ ମନିଟାରୀ ପଲିସି କମିଟି (ଏମ୍‌ପିସି) ବୈଠକ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଦ୍ରା ନୀତି ସମ୍ପର୍କରେ ୬ ତାରିଖରେ ଘୋଷଣା କରାଯିବ। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ପୂର୍ବର ବୈଠକଗୁଡିକରେ ରିଜର୍ଭ ବ୍ୟାଙ୍କ ୧୧୫ ବେସିସ ପଏଣ୍ଟ ହ୍ରାସ କରିଛି। ଜୁନ ମାସରେ ଖାଉଟି ମୁଦ୍ରାସ୍ଫୀତି ୬.୦୯%କୁ ବୃଦ୍ଧି ଘଟିଛି। ରେପୋରେ ୨୫ ବେସିସ ପଏଣ୍ଟ ଏବଂ ରିଜର୍ଭ ରେପୋ ୩୫ ବେସିସ ପଏଣ୍ଟ ହ୍ରାସ ହୋଇପାରେ ବୋଲି ଇକ୍ରାର ପ୍ରିନ୍ସପାଲ ଇକୋନୋମିଷ୍ଟ ଆଦିତି ନାୟାର କହିଛନ୍ତି। ଏଭଳି ସ୍ଥିତିରେ ୨୫ ବେସିସ ପଏଣ୍ଟ ହ୍ରାସ ହେବାର ସମ୍ଭାବନା ଥିବା ୟୁନିୟନ ବ୍ୟାଙ୍କ ସିଇଓ ରାଜକିରନ ରାଏ କହିଛନ୍ତି।
ଶିଳ୍ପ ସଂଘ ଆସୋଚାମ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଶିଳ୍ପଗୁଡିକର ସମସ୍ୟାକୁ ଧ୍ୟାନରେ ରଖି ଋଣ ପୁନର୍ଗଠନ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ଏଭଳି ବିଭିନ୍ନ ଦିଗ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଲେ ଶିଳ୍ପ ଜଗତ ଉପରେ ଭଲ ପ୍ରଭାବ ପଡିବ ବୋଲି ଆସୋଚାମ ମହାସଚିବ ଦୀପକ ସୁଦ କହିଛନ୍ତି। ଅନ୍ୟ କିଛି ବିଶେଷଜ୍ଞ କହିଛନ୍ତି ଯେ, ସୁଧହାର ହ୍ରାସ ହୋଇ ନ ପାରେ। ବଜାରରେ ନଗଦ ଉନ୍ନତ ରହିଛି। ପୂର୍ବର ସୁଧହାର ହ୍ରାସ ସୁବିଧା ମିଳୁଛି। ଅଧିକ ସୁଧହାର ହ୍ରାସ ହେଲେ ବେଶି କିଛି ଲାଭ ମିଳି ନ ପାରେ। ମାତ୍ର ବଜାରରେ ସୁଧାର ଆସି ନ ଥିବା ଯୋଗୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ପଦକ୍ଷେପ ନେଇପାରେ । ରିୟଲ ଇଷ୍ଟେଟ କ୍ଷେତ୍ରର ବିକାଶ ଲାଗି ଷ୍ଟାମ୍ପ ଡ୍ୟୁଟି ହ୍ରାସ ହେଉ ବୋଲି ଅନ୍ୟ କିଛି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି

ମୁମ୍ବାଇ,୮-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି କରିଛି। ୨୦୦୦ କୋଟି ଅଥବା ଏହାଠାରୁ ଊର୍ଦ୍ଧ୍ୱ ଟଙ୍କାର ବକେୟା ଋଣ ଫେରସ୍ତ...

ସୁନା ଛୁଇଁବା ହେବ ସାତ ସପନ: ମାର୍ଚ୍ଚ-ଏପ୍ରିଲ୍‌ରେ ଟପିବ ୪୫ ହଜାର; ଡିସେମ୍ବରରେ ୫୦ ହଜାର !

ନୂଆଦିଲ୍ଲୀ,୨୦।୨: ଆଗକୁ ସୁନା ଛୁଇଁବା ସାତ ସପନ ପରି ହେବାକୁ ଯାଉଛି। ମାର୍ଚ୍ଚ-ଏପ୍ରିଲ୍‌ରେ ସୁନା ୧୦ ଗ୍ରାମ ପିଛା ଦାମ ୪୫ ହଜାର ଟଙ୍କା ଟପିବାର...

ଲେହ୍‌ରେ ଏସ୍‌ବିଆଇ ଖୋଲିଲା ନୂଆ ବ୍ରାଞ୍ଚ

ଲେହ୍‌,୧୫-୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) କ୍ରମାଗତ ନିଜର ସୁବିଧା ବଢ଼ାଇବା ସହିତ ସୁଦୂର କ୍ଷେତ୍ରରେ ଉପସ୍ଥିତି ଜାହିର କରିବାରେ ଲାଗିଛି। ଏହି କ୍ରମରେ ଲଦାଖର ଲେହ୍‌ରେ...

ବିକାଶ ହାର ୪.୯% ରହିବା ଅନୁମାନ

ନୂଆଦିଲ୍ଲୀ,୨୨-୨: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ବିକାଶ ହାର ୪.୯% ରହିବା ନେଇ ଅନୁମାନ କରାଯାଇଛି। ବିକାଶ ହାର ଚଳିତ ଆର୍ଥତ୍କ ବର୍ଷ ୫%...

ଜିଏସ୍‌ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହୁଛି। ଏହା ସରକାରଙ୍କ...

ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧି ରୋକିଲା;ଜୁନ୍‌ ତ୍ରୈମାସରେ ବିକାଶ ହାର ୫%

ନୂଆଦିଲ୍ଲୀ,୩୧-୮: ମାନ୍ଦାବସ୍ଥା କାରଣରୁ ଦେଶର ଆର୍ଥିକ ଅଭିବୃଦ୍ଧି ବଢ଼ିବା ପରିବର୍ତ୍ତେ କମିଛି। ଦେଶର ବିକାଶ ହାର ଜୁନ୍‌ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୫%କୁ ହ୍ରାସ ପାଇଛି, ଯାହା କି...

ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ଲାଗି ୭୦ ହଜାର ଆବେଦନ

ନୂଆଦିଲ୍ଲୀ,୧୨-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ହଜାର...

ପେଟ୍ରୋଲ,ଡିଜେଲ ଉତ୍ପାଦ ଟିକସରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ରାଜକୋଷ ଉପରେ ଖର୍ଚ୍ଚଜନିତ ଚାପ ବଢ଼ିଥିବା ବେଳେ ସରକାର ଏହାକୁ ନେଇ ବିକଳ୍ପ ପନ୍ଥା ବାହାର କରିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର...

Coronavirus Update


Archives

Model This Week

Why Dharitri