୫ ଜଣ ଏକାଠି ହେଲେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର, ୨୯।୪ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ କରୋନାର ଦ୍ୱିତୀୟ ଲହରରେ ସ୍ଥିତି ଗୁରୁତର ହୋଇ ପଡୁଛି। ବିଶେଷ କରି ସହରାଞ୍ଚଳରେ କରନା ସଂଖ୍ୟା ଅଧିକ ଥିବାରୁ ଏହାର ସ୍ଥିତି ଅଧିକ ଗୁରୁତର ହୋଇ ପଡୁଛି। ଏଥିପାଇଁ ଜିଲାପାଳ ଆଶିଷ ଠାକରେ ଏକ ଖବରଦାତା ସମ୍ମିଳନୀ ଡାକି ଜାରି କରାଯାଇଥିବା ନୂତନ ଗାଇଡ ଲାଇନ ଓ ଏସଓପି ଉପରେ ଜଣାଇଥିଲେ। ସହରାଞ୍ଚଳ ତଥା ଏହାକୁ ଲାଗିଥିବା ପଞ୍ଚାୟତ ଅଞ୍ଚଳରେ ଏକସଙ୍ଗରେ ୫ ରୁ ଅଧିକ ଲୋକ ଏକାଠି ଉପରେ କଟକଣା ଲାଗୁକରାଯିବା ସହ ଧାରା ୧୪୪ ଲଗାଇବା ପାଇଁ ଉପଜିଲାପାଳ ମାନଙ୍କୁ ଆଦେଶ କରାଯାଇଛି।
କରୋନା ଟେଷ୍ଟ ପାଇଁ ମେଡିକାଲ ରେ ଦେଖାଦେଉଥିବା ଭିଡକୁ ଦେଖି ଏହାକୁ ପୂର୍ବ ବର୍ଷ ଭଳି ସ୍ଥାନୀୟ ଡି.ଏନ.ହାଇସ୍କୁଲରେ ଟେଷ୍ଟ କରିବା ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଟେଷ୍ଟ ପାଇଁ ନମୂନା ଦେବା ପରେ ସମସ୍ତେ ଘରେ ସଙ୍ଗରୋଧରେ ରହିବାକୁ କହିଥିଲେ। ଅଧିକ ରୋଗୀ ଗୁରୁତର ହୋଇ ପଡୁଥିବା କାରଣରୁ ଏବଂ ଅଧିକ ଅକ୍ସିଜେନର ଆବଶ୍ୟକତା ପଡୁଥିବାରୁ କୋଭିଡ ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରିବା ସହ କୋଭିଡ କେୟାର ସେଣ୍ଟରରେ ବେଡ ସଂଖ୍ୟା ବୃଦ୍ଧି କରାଯାଉଥିବା କହିଛନ୍ତି। ଏଥିପାଇଁ କର୍ମଚାରୀ ଓ ମେଡିକାଲ କର୍ମଚାରୀ ନିଯୁକ୍ତ ହୋଇସାରିଥିବା କହିଛନ୍ତି।
ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲରେ ଅକ୍ସିଜେନ ଯୁକ୍ତ ବେଡ ସଂଖ୍ୟାକୁ ୧୩୦କୁ ବୃଦ୍ଧି କରାଯାଇଛି। କେନ୍ଦୁଝରରେ ୨, ଯୋଡା, ବଡବିଲ ଚମ୍ପୁଆ, ଆନନ୍ଦପୁରରେ ଥିବା କୋଭିଡ କେୟାର ସେଣ୍ଟର୍‌ରେ ସମୁଦାୟ ୩୯୦ ସାଧାରଣ ଓ ୧୨୦ ଅକ୍ସିଜେନ ଯୁକ୍ତ ବେଡ୍‌ ରହିଛି ା ଜିଲା ମୁଖ୍ୟାଳୟରେ ଅଧିକ ୭୫୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯାଉଛି। ଜିଲାରେ ଅଧିକ ଅକ୍ସିଜେନ ବେଡ୍‌ ପ୍ରସ୍ତୁତ କରି ୪୫୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ରାଙ୍କି ହସ୍ପିଟାଲରେ ଜମ୍ବୋ ସିଲିଣ୍ଡର ୧୦୫ରୁ (୬୦ଟି ବ୍ୟବହାର ହେଉଛି) ଓ ଛୋଟ ସିଲିଣ୍ଡର ୧୩୯ରୁ (୫୯)ଟି ବ୍ୟବହାର ହୋଇଛି) ରହିଛି। ଅନ୍ୟ ହସ୍ପିଟାଲ ଓ ସେଣ୍ଟରରେ ୫୪୧-ବି ଟାଇପ ସିଲିଣ୍ଡର ଓ ୪୬-ଡି ଟାଇପ ସିଲିଣ୍ଡର ମହଜୁଦ ଅଛି। ସେହିପରି କୋଭିଡ ହସ୍ପିଟାଲର ଆବଶ୍ୟକତା ଦୂର କରିବା ପାଇଁ ଅକ୍ସିଜେନ ଜେନେରେଟର ପ୍ରତିଷ୍ଠା କରାଯାଇଥିବା ବେଳେ ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ସଂସ୍ଥା ସହିତ ଯୋଗାଯୋଗ ରଖାଯାଇଛି ବୋଲି ଜିଲାପାଳ କହିଛନ୍ତି। ଭୟ କରିବା ଦରକାର ନାହିଁ। ସମସ୍ତେ ସହଯୋଗ କରିବା ସହ ସଚେତନ ରହି କୋଭିଡ ନିୟମକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପଜିଟିଭ କେସ୍‌କୁ ଟ୍ରାକ କରାଯାଉଥିବାବେଳେ ଅଧିକ ଗୁରୁତର ଥିବା ରୋଗୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ କେନ୍ଦୁଝର ପୌରାଞ୍ଚଳରେ ଘର ଘର ବୁଲି ସର୍ଭେ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri