ଅମିତାଭ ବଚ୍ଚନଙ୍କୁ ପ୍ରେମ କରୁଥିଲେ କି, ରେଖା ଦେଲେ ଏମିତି ଉତ୍ତର

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରେଖା ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟ ‘ସିଲସିଲା’ ଏବଂ ‘ମୁକଦ୍ଦର କା ସିକନ୍ଦର’ ପରି ଅନେକ ହିଟ ଫିଲ୍ମରେ ଏକାଠି କାମ କରିଥିଲେ। ଏକ ସମୟ ଥିଲା, ଅମିତାଭ ଏବଂ ରେଖାଙ୍କ ସମ୍ପର୍କ ବିଷୟରେ ଅନେକ ଚର୍ଚ୍ଚା ହେଉଥିଲା। ସିମି ଗରେୱାଲଙ୍କ ଟକ୍‌ ଶୋ’ରେ ରେଖା ବଚ୍ଚନଙ୍କ ପ୍ରତି ଥିବା ଭାବନା ବିଷୟରେ କହିଥିଲେ। ତୁମେ କେବେ ଅମିତ ଜୀଙ୍କୁ ପ୍ରେମ କରିଥିଲ କି? ସିମିଙ୍କ ଏହି ପ୍ରଶ୍ନରେ ରେଖା ତୁରନ୍ତ କହିଥିଲେ ‘ଅବଶ୍ୟ’। ମୁଁ ଏପର୍ଯ୍ୟନ୍ତ ଅମିତାଭ ବଚ୍ଚନଙ୍କୁ ନ ଭଲପାଉଥିବା ପୁରୁଷ, ମହିଳା, ଶିଶୁ ଦେଖି ନାହିଁ। ସମସ୍ତେ ତାଙ୍କ ପ୍ରେମରେ ପଡନ୍ତି। ତେବେ ମୁଁ କାହିଁକି ଅଲଗା ହେବି। ମୁଁ ମଧ୍ୟ ତାଙ୍କୁ ପ୍ରେମ କରିଛି। ଅବଶ୍ୟ ବଚ୍ଚନଙ୍କ ସହିତ ମୋର କୌଣସି ବ୍ୟକ୍ତିଗତ ସମ୍ପର୍କ ନ ଥିଲା। ଏହା ହେଉଛି ସତ୍ୟ। ବିବାଦ ଏବଂ କଳ୍ପନାଜଳ୍ପନାରେ କୌଣସି ସତ୍ୟତା ନ ଥିଲା।
ଏହି ଶୋ’େୀ ରେଖା ଅମିତାଭଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କ ବିଷୟରେ ମଧ୍ୟ କହିଥିଲେ। ଜୟା ବଚ୍ଚନଙ୍କ ସହ ମଧ୍ୟ କୌଣସି ମତଭେଦ ନ ଥିଲା। ଆମ ଦୁହିଁଙ୍କର ବହୁତ ଭଲ ବନ୍ଧନ ଥିଲା କିନ୍ତୁ ଗଣମାଧ୍ୟମ ପୁରା ଆମ ଭାବମୂର୍ତ୍ତିକୁ ନଷ୍ଟ କରିଦେଲା। ଆମେ ଦୁହେଁ ଗୋଟିଏ ବିଲଡିଂରେ ରହୁଥିଲୁ । ସେ ମୋର ଦିଦିଭାଇ ଥିଲେ, ତଥାପି, ଯାହା ହେଉନା କାହିଁକି, କେହି ମୋ ଠାରୁ ତାଙ୍କୁ ଛଡ଼ାଇ ନେଇ ପାରିବେ ନାହିଁ। ଭଗବାନଙ୍କୁ ଧନ୍ୟବାଦ, ସେ ମଧ୍ୟ ଏହା ହୃଦୟଙ୍ଗମ କରିଛନ୍ତି। ଯେତେବେଳେ ବି ଆମେ ଦୁହେଁ ଭେଟୁ, ସେ ମୋତେ ବହୁତ ଭଲ ପାଇବା ଦିଅନ୍ତି ବୋଲି କୁହନ୍ତି ରେଖା।
ଅମିତାଭ ବଚ୍ଚନ, ରେଖା ଏବଂ ଜୟା ବଚ୍ଚନଙ୍କୁ ଶେଷଥର ପାଇଁ ୟଶ ଚୋପ୍ରାଙ୍କ ଫିଲ୍ମ ‘ସିଲସିଲା’ରେ ଦେଖିବାକୁ ମିଳିଥିଲା। ଏହା ପରେ ରେଖା ଏବଂ ବିଗ ବି ଏକାଠି କାମ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋତା ଚୋରାଇଲେ ଅଦିତି!

ମୁମ୍ବାଇ: ଏବେ ସବୁଠି ଚର୍ଚ୍ଚା ବଲିଉଡ୍ ବିୟୁଟି ଦିୟା ମିର୍ଜାଙ୍କ ବିବାହକୁ ନେଇ । ସୋମବାର ଦିୟା ବିଜନେସ୍‌ମ୍ୟାନ ବୈଭବ ରେଖିଙ୍କୁ ଟ୍ରାଡିଶନାଲ ଢଙ୍ଗରେ ବିବାହ...

ଘର ବିକିଦେଲେ ବିଗ୍‌ ବି! ଜାଣନ୍ତୁ କେତେ କୋଟିରେ ହେଲା ଡିଲ୍‌

ବମ୍ବେ: ଘର ବିକିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ। ଦକ୍ଷିଣ ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ନିଜ ଘରକୁ ବିକିଛନ୍ତି ସେ। ଉକ୍ତ ଘରେ ବିଗ୍‌ବିଙ୍କର...

ବିନା ମେକ୍‌ଅପ୍‌ରେ ଏମିତି ଦେଖାଯାଆନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବି-ଟାଉନ୍‌ର ଅଭିନେତ୍ରୀମାନେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କେହି କାହାଠାରୁ କମ୍‌ ନୁହନ୍ତି। କେବଳ ସୌନ୍ଦର୍ଯ୍ୟରେ ନୁହନ୍ତି ଷ୍ଟାଇଲ୍‌ ଏବଂ ଫ୍ୟାଶନ ଦୃଷ୍ଟିରୁ ମଧ୍ୟ ଏହି ସୁନ୍ଦରୀଙ୍କର...

‘ମିଶନ ମଙ୍ଗଲ’ ତୃତୀୟ ଦିନରେ ଆୟକଲା ୫୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ଏଥର ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଥିଲା। ସ୍ବାଧୀନତା ଦିବସରେ ରିଲିଜ୍‌ ହୋଇଥିବା...

ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏବେ ସେ ତାଙ୍କ ଏକ୍ସ...

ଚଳଚ୍ଚିତ୍ର ରିଲିଜର ଦିନକ ପୂର୍ବରୁ ଆଇନ ଛାଟ; ନାଁ ବଦଳାଇବାକୁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ରିଲିଜ ହୋଇଥାନ୍ତା ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’। ହେଲେ ଏହାର ଦିନକ ପୂର୍ବରୁ ନିର୍ମାତାଙ୍କୁ ଲାଗିଛି ଝଟ୍‌କା।...

କନ୍ନଡ ଫିଲ୍ମ ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ପରଲୋକ

ବେଙ୍ଗାଲୁରୁ,୧୦ ।୧୦: କନ୍ନଡ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କର ଶୁକ୍ରବାର ରାତିରେ ୮୪ ବର୍ଷ ବୟରେ ପରଲୋକ ହୋଇଛି । ତାଙ୍କ ପୁଅ ତ୍ରିପନ...

ଲକ୍‌ଡାଉନ୍‌ରେ ଗାଡ଼ି ଚଲାଉଛନ୍ତି ରିତେଶ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ର ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର...

Advertisement
Archives

Model This Week