Posted inଖେଳ

ଏକଦା ପଡ଼ିଆରେ ଓ୍ବାଟ୍‌ସନଙ୍କ ମଜା ଉଡ଼ାଇଥିଲେ ଧଓ୍ବନ-ରାଇନା: ଗବ୍ବର କରିଥିଲେ ଏଭଳି ଖୁଲାସା

ନୂଆଦିଲ୍ଲୀ,୧୬।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ଗୁଡ଼ିକ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ମୁହଁାମୁହିଁ ସ୍ଥିତି ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଭଳି ଏକ ଘଟଣା ୨୦୧୩ରେ ଦେଖିବାକୁ ମିଳିଥିଲା। ସେତେବେଳେ ଭାରତ ଗସ୍ତରେ ଆସିଥିଲା ଅଷ୍ଟ୍ରେଲିଆ ଟିମ୍‌। ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯାଉଥିଲା। ମ୍ୟାଚ୍‌ ସମୟରେ ଶିଖର ଧଓ୍ବନ ଏବଂ ସୁରେଶ ରାଇନା ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଶେନ୍‌ ଓ୍ବାଟ୍‌ସନ୍‌ଙ୍କୁ ଚିଡ଼ାଇଥିଲେ। ଧଓ୍ବନ-ରାଇନା ଫିଲ୍ଡିଂ କରିବା ସମୟରେ ଓ୍ବାଟ୍‌ସନଙ୍କ ଭଳି ଛୋଟାଇ ଛୋଟାଇ ଚାଲିବାର ନକଲ କରିଥିଲେ। ଏହାକୁ ଦେଖି କଙ୍ଗାରୁ ଟିମ୍‌ର ଅନ୍ୟ ଖେଳାଳି ନିରାଶ ହୋଇଥିଲେ। କେବଳ ଏତିକି ନୁହେଁ ଭାରତୀୟ ଖେଳାଳିଙ୍କ ଏଭଳି ଆଚରଣକୁ କ୍ରିକେଟ ପ୍ରଶଂସକ ମଧ୍ୟ ପସନ୍ଦ କରି ନ ଥିଲେ।

ଅଷ୍ଟ୍ରେଲିଆ ଖେଳୁଥିବା ସମୟରେ ଓ୍ବାଟ୍‌ସନଙ୍କୁ ଆଘାତ ଲାଗିଥିଲା। ସେ ପ୍ରଥମ ପାଳିରେ ୫ ଓଭର କରିବା ପରେ ମଇଦାନରୁ ବାହାରକୁ ଚାଲିଯାଇଥିଲେ। ଏହାପରେ ତୃତୀୟ ନମ୍ବର ବଦଳରେ ସାତ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ ଦଳକୁ ୩୮୩ ରନ୍‌ କରିବାକୁ ଥିବା ବେଳେ ସ୍କୋର ୧୩୮/୬ ହୋଇଥିଲା। କ୍ରିଜ୍‌ରେ ଓ୍ବାଟ୍‌ସନ ଥିବାରୁ ସମୟ କଷ୍ଟକର ଥିଲା। ଏଭଳି ସମୟରେ ଭାରତୀୟ ଖେଳାଳିଙ୍କ ବ୍ୟବହାରକୁ ସମାଲୋଚନାର ଶିକାର ହୋଇଥିଲା। ଏନେଇ ଓ୍ବାଟ୍‌ସନ ଅମ୍ପାୟାରଙ୍କ ଆଗରେ ଅଭିଯେkାଗ ମଧ୍ୟ କରିଥିଲେ। ପରେ ସେତେବେଳେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ହସ୍ତକ୍ଷେପ କରିଥିଲେ। ଫଳରେ ବିବାଦର ଅନ୍ତ ହୋଇଥିଲା। ତେବେ ପୂର୍ବରୁ ଓ୍ବାଟ୍‌ସନ୍‌ ମଧ୍ୟ ସମାନ ଆଚରଣ କରିଥିବାରୁ ସେ ଅନୁରୂପ କରିଥିଲେ ବୋଲି ଏକ ସାକ୍ଷାତକାରରେ ଧଓ୍ବନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri