Advertisement

ବରଗଡ଼ରେ କୋଭିଡ ଟିକାକରଣ ଆରମ୍ଭ

ବରଗଡ଼ ଅଫିସ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୋଭିଡ ଟିକାକରଣର ଶୁଭାରମ୍ଭ କରିବା ପରେ ବରଗଡ଼ ଜିଲାରେ ମଧ୍ୟ ଏହି ପ୍ରକିୟା ଆରମ୍ଭ ହୋଇଛି। ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରୁଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ପରେ ଡା. ସୁରେଶ କୁମାର ତ୍ରିପାଠୀ ପ୍ରଥମେ ଟିକା ନେଇଥିଲେ। ତେବେ ଟିକା ନେବା ପରେ ତାଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଫଳରେ ଭୟଭୀତ ନ ହୋଇ ଏହି ଟିକା ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ବରଗଡ଼ ଜିଲାର ଖେଦାପାଲିସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ସମେତ ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା, ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଏବଂ ବରଗଡ଼ର ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏହି ଟିକାକରଣ ଚାଲିଛି। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଦିନକୁ ୧୦୦ ଜଣ ଲେଖାଏ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଟିକାକରଣ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୭୨୫୦ ଡୋଜ କୋଭିଡ ଟିକା ଆସିଥିବାବେଳେ ଇତିମଧ୍ୟରେ ଟିକା ନେବା ପାଇଁ ୧୦ହଜାର ୮୪୬ ଜଣ ପଞ୍ଜିକରଣ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ମକର ମଉଜ

ବାରିପଦା ଅଫିସ,୧୬।୧- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲରେ ଗଣପର୍ବ ଭାବେ ଖ୍ୟାତି ଲାଭ କରିଥିବା ମକର ପର୍ବ ବୁଧବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି। ବିଶେଷ...

ସୁନ୍ଦରଗଡ଼ ଜିଲାପାଳଙ୍କ ଅଭିନବ ପ୍ରୟାସ: ‘ବହିପଢ଼’ ଅଭିଯାନର ଶୁଭାରମ୍ଭ

ସୁନ୍ଦରଗଡ଼, ୨୭।୧୨ (ଡି.ଏନ୍‌.ଏ) – ସମ୍ପ୍ରତି ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଦ୍ୱାରା ପୁସ୍ତକ ପଠନ ଅଭ୍ୟାସ ହ୍ରାସ ପାଉଛି। ଛାତ୍ରୀ, ଛାତ୍ର, ଯୁବ ତଥା ସାଧାରଣବର୍ଗଙ୍କ...

ଜଳକା ନଦୀରେ ବନ୍ୟା: ସରକାରୀ କାର୍ଯ୍ୟାଳୟରେ ପଶିଲା ପାଣି

ବସ୍ତା,୨୨।୯(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ନେଇ ବନ୍ୟା ଜଳ ବସ୍ତା ଥାନା,...

ଜଗତ୍‌ସିଂହପୁର ଜିଲାରେ ରଜ କଟକଣା: ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ମନା

ଜଗତ୍‌ସିଂହପୁର ଅଫିସ, ୧୩ା୬: ଓଡ଼ିଶାର ଗଣ ପର୍ବ ରଜ। ରଜରେ ସହରରୁ ଗାଁ ସବୁଠି ଚଳଚଞ୍ଚଳ। ମାତ୍ର ଚଳିତବର୍ଷ କରୋନା ସଂକ୍ରମଣ ଓ କଟକଣା ଏକପ୍ରକାର...

ମହଣ ମହଣ ସୁନାରେ ଝଲସିଲେ ମହାପ୍ରଭୁ

ପୁରୀ ଅଫିସ୍‌,୧୦।୭: ରବିବାର ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଦାରୁଦିଅଁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଝଲସିଛନ୍ତି ବିଶ୍ୱନିୟନ୍ତା। ନିର୍ଦ୍ଧାରିତ ସମୟ ପୂର୍ବରୁ...

ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ

ବନ୍ତ,୨।୧(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁରେ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ଅନାବରଣ କରିଛନ୍ତି । ବାତ୍ୟା...

ଅବ୍ୟବସ୍ଥାରେ ମଧୁକୁଞ୍ଜ ପାର୍କ

କଟକ ଅଫିସ,୨୪ା୧୦: କଟକ ମହାନଗର ନିଗମ (ସିଏମ୍‌ସି)ର ୧୬ ନମ୍ବର ୱାର୍ଡ ଅଧୀନ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କରେ ଅନେକ ଅବ୍ୟବସ୍ଥା ରହିଛି। ରକ୍ଷଣାବେକ୍ଷଣ ଅଭାବରୁ...

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର: ପ୍ରଥମ ୩ଦିନ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ ଅଫିସ, ୨୧।୧୨: ଦୀର୍ଘ ମାସ ହେବ ନିଜ ପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୋଇ ଚାହିଁ ରହିଥିବା ଭକ୍ତଙ୍କୁ ମିଳିଛି ଆଶ୍ୱସ୍ତି। ଆଉ ମାତ୍ର...

Advertisement
Archives

Model This Week