Posted inଖେଳ

୯ ବର୍ଷ ପୂର୍ବେ ଚେନ୍ନାଇ ସହ ଫାଇନାଲ ଖେଳିଥିଲା କୋଲକାତା; ପ୍ରଥମ ଚାମ୍ପିୟନ ଭାବେ ବାଜି ମାରିଥିଲା…

ଦୁବାଇ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର କ୍ୱାଲିଫାୟର-୨ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବାଜିମାତ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ ଟିମ୍‌ କୋଲକାତାଠାରୁ ୩ ଉଇକେଟରେ ପରାସ୍ତ ହୋଇଛି। ଫଳରେ ୭ ବର୍ଷ ପରେ ଦୁଇଥରର ଆଇପିଏଲ୍‌ ଚାମ୍ପିୟନ କେକେଆର୍‌ ଫାଇନାଲରେ ପ୍ରବେଶ କରିଛି। ୨୦୧୨ରେ ପ୍ରଥମ ଥର କେକେଆର୍‌ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଟାଇଟଲ ହାସଲ କରିଥିଲା।

ଚେନ୍ନାଇର ଏମ୍‌ଏସ୍‌ ଚିଦାମ୍ବରମ ଷ୍ଟାଡିୟମ୍‌ରେ ସିଏସ୍‌କେ ବିପକ୍ଷରେ କେକେଆର୍‌ ଫାଇନାଲ ଖେଳିଥିଲା। ସେତେବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍‌ରେ ଚେନ୍ନାଇ ୩ ଉଇକେଟ ହରାଇ ୧୯୦ରନ୍‌ର ସ୍କୋର କରିଥିଲା। ଜବାବରେ କୋଲକାତା ଟିମ୍‌ ଖରାପ ଆରମ୍ଭ କରିଥିଲା। ଖେଳାଳିମାନଙ୍କ ଉଇକେଟ ଯିବା ସତ୍ତ୍ୱେ ଦଳ ବିଜେତା ହୋଇଥିଲା। କେକେଆର୍‌କୁ ୭ ବଲ୍‌ରେ ୧୫ ରନ୍‌ର ଆବଶ୍ୟକତା ଥିଲା। ମଇଦାନରେ ମନୋଜ ତିଓ୍ବାରୀ ଏବଂ ଶାକିବ ଅଲ ହସନ ଥିଲେ। ଗୋଟିଏ ନୋ ବଲ୍‌(ଛକା) ପରେ ଦଳକୁ ୬ ବଲ୍‌ରେ ୮ ରନ୍‌ର ଆବଶ୍ୟକତା ଥିଲା। ମନୋଜ ଲଗାତାର ଦୁଇଟି ବଲ୍‌ରେ ଦୁଇଟି ଚୌକା ମାରି କେକେଆର୍‌କୁ ପ୍ରଥମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ କରିଥିଲେ।

୨୦୨୧ରେ ୨୦୧୨ର ଏହି ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି। ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଚେନ୍ନାଇକୁ କୋଲକାତା ଭେଟିବ। ଚେନ୍ନାଇ ଟିମ୍‌ର ପୂର୍ବ ମ୍ୟାଚ୍‌ ଖେଳିଥିବା ୬ ଖେଳାଳି ଅଛନ୍ତି। ସେମାନଙ୍କ ମଧରେ ଧୋନୀ, ସୁରେଶ ରାଇନା, ରବିନ୍ଦ୍ର ଜାଡେଜା ପ୍ରମୁଖ ଅଛନ୍ତି। ସେହିଭଳି କେକେଆର୍‌ ଟିମ୍‌ରେ ଶାକିବ ଏବଂ ସୁନୀଲ ନରେନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri