ବର୍ଷାଦିନ ଆସିଲେ ବଦଳିଯାଏ ବାଣିଦା ଗାଁର ଚିତ୍ର

ଜଳେଶ୍ୱର, ୧୮ା୭(ରବିନାରାୟଣ ପାତ୍ର): ଜଳେଶ୍ୱର ବ୍ଲକ ସଦରମହକୁମା ଠାରୁ ୮ କି.ମି. ଦୂର ସୁଗୋ ପଞ୍ଚାୟତ ଅଧୀନ ବାଣିଦା ଗାଁର ଲୋକମାନେ ବିଭିନ୍ନ ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି । ବର୍ଷା ଦିନ ଆସିଲେ ୫ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁର ଚିତ୍ର ବଦଳିଯାଏ। ଲୋକମାନେ ଜଳବନ୍ଦୀରେ ରହୁଥିବା ବେଳେ ରାସ୍ତା ନ ଥିବାରୁ ପିଲାମାନେ ସ୍କୁଲକୁ ଯିବା ସମ୍ଭବ ହୋଇପାରେନାହିଁ। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ଜଳେଶ୍ୱର ସହରପଟୁ ବର୍ଷାପାଣି ଗଡିଆସି ଗାଁକୁ ଘେରି ରଖିଥାଏ । ପୂର୍ବରୁ ଏହି ପାଣି ନାମ୍ପୋ ଖାଳ ଦେଇ ନିଷ୍କାସିତ ହେଉଥିବା ବେଳେ ଏବେ ଏକପ୍ରକାର ବନ୍ଦ ହୋଇଛି ା ଫଳରେ ହଜାର ହଜାର ଏକର ଚାଷଜମି ପଡିଆ ପଡୁଛି  । ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ରାସ୍ତା ନିର୍ମାଣ ହେଉଥିଲେ ମଧ୍ୟ ତାର କଚ୍ଛପ ଅଗ୍ରଗତି ଏବଂ ମାନକୁ ଦେଖି ଯେ କେହି ବି ଅଙ୍ଗୁଳି ନିର୍ଦ୍ଦେଶ କରିବ । ସବୁ ସାହିକୁ ରାସ୍ତା ନ ଥିବାରୁ ବର୍ଷାଦିନେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି । ରୋଗୀ ସେବା କିମ୍ବା ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇପାରେନାହିଁ । ଏହି ଗାଁର ବହୁ ଗରିବ ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ଏ ସମ୍ପର୍କରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ସହିତ ପ୍ରତିନିଧି ଦଳ ବାଣିଦା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅବଗତ ହେବା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଅବନୀ ରାଉତ ଓ ଠିକାଦାର ସୁବ୍ରତ ପଣ୍ଡାଙ୍କ ସହିତ ଆଲୋଚନା କରି କାର୍ଯ୍ୟର ମାନ ଠିକ ରଖିବା ଓ ଯଥାଶୀଘ୍ର ଲୋକଙ୍କୁ ସେବା ଯୋଗାଇବାକୁ କହିଥିଲେ । ଏହି ପ୍ରତିନିଧି ଦଳରେ ଦାସଙ୍କ ସହିତ କିଶାନ କଂଗ୍ରେସ ସଭାପତି ସୁଦାମ ପାତ୍ର, କଂଗ୍ରେସ ନେତା ତ୍ରିଲୋଚନ ନାୟକ, ଅକ୍ଷୟ ନାୟକ, ଉମାଶଙ୍କର ମହାପାତ୍ର, ଗୌତମ ଦାସ, ପ୍ରଦୀପ ଦାସ, ସତ୍ୟରଞ୍ଜନ ଆଚାର୍ଯ୍ୟ, ଉମାକାନ୍ତ ଦଳାଇ, ଦିଲୀପ ଦାସ, ବସନ୍ତ ମହାନ୍ତି, ନିର୍ମଳ ଦାସ, ୱାର୍ଡସଭ୍ୟ ସଞ୍ଜୀବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri