ବର୍ଷା ହେଲେ ବଢୁଛି ଦୁଃଖ

ଢେଙ୍କାନାଳ ଅଫିସ, ୭।୮ – ଲଘୁଚାପଜନିତ ଲଗାଣବର୍ଷାରେ ପ୍ରଭାବିତ ହୋଇଛି ଢେଙ୍କାନାଳ ସହରର ଜୀବନଯାତ୍ରା। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପୌରାଞ୍ଚଳର ଟାଉନପ୍ଲାନିଂ ଅଞ୍ଚଳ ଏବଂ କାରିଗର ସାହିର ବାମପାର୍ଶ୍ୱ ଜଳମଗ୍ନ ହୋଇପଡ଼ିଛି। ବର୍ଷା ପାଣି ଘରେ ପଶିଯାଇଛି। ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ।
ଟାଉନ ପ୍ଲାନିଂ ଅଞ୍ଚଳରେ ୫୦୦ ଏବଂ କାରିଗର ସାହି ବାମପାର୍ଶ୍ୱରେ ୪୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ସତ୍ତ୍ୱେ ବର୍ଷାଜଳ ନିଷ୍କାସନ ଲାଗି ଡ୍ରେନ୍‌ ନିର୍ମାଣ ଦିଗରେ ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ବର୍ଷାପାଣି ଜମି ରହିଲେ ଲୋକମାନେ ନିଜସ୍ବ ଖର୍ଚ୍ଚରେ ପମ୍ପ ଲଗାଇ ନିଷ୍କାସନ କରିଥାନ୍ତି। ବୁଧବାର ଏବଂ ଗୁରୁବାର ହୋଇଥିବା ବର୍ଷାରେ ନାଳନର୍ଦ୍ଦମା ଉଛୁଳି ଦୂଷିତ ପାଣି ଘରେ ପଶିଯାଇଛି। ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। କରୋନା ସମୟରେ ଏପରି ପରିମଳ ଅବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ଏ ଦିଗରେ ପଦକ୍ଷେପ ନ ନେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ଟାଉନ୍‌ ପ୍ଲାନିଂ ଅଞ୍ଚଳର ପାଣି ଜମୁଥିବା ସ୍ଥାନରେ କଲଭର୍ଟ ଉଚ୍ଚତା ବଢ଼ାଇବା ବ୍ୟବସ୍ଥା କରାଯାଇଛି। କାରିଗର ସାହି ଅଞ୍ଚଳରେ ରାସ୍ତା କଡରେ ଡ୍ରେନ୍‌ ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଟେଣ୍ଡର ହୋଇ ନ ଥିବାରୁ କାମ ବିଳମ୍ବିତ ହେଉଛି। ଉଭୟ ଅଞ୍ଚଳରେ ଡ୍ରେନ୍‌ ମାଧ୍ୟମରେ ଜଳ ନିଷ୍କାସନ କରିବାର ବାଟ ମିଳୁନାହିଁ। ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।

ପ୍ରତିବର୍ଷ ଜଣାଉଛୁ ସମସ୍ୟା
ଅସରାଏ ବର୍ଷାରେ କାରିଗର ସାହି ଅଞ୍ଚଳର କଂକ୍ରିଟ ରାସ୍ତା ପାଣିରେ ବୁଡ଼ିଯାଉଛି। ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହୁଛି। ଗାଡ଼ିମୋଟର ଯାତାୟାତ ତ ଦୂରର କଥା, ପାଦରେ ଚାଲିକରି ଯିବା କଷ୍ଟକର ହୋଇପଡୁଛି। ଦୂଷିତ ବର୍ଷା ପାଣି ଘରେ ପଶୁଛି। ପୌରସଂସ୍ଥାକୁ ପ୍ରତିବର୍ଷ ସମସ୍ୟା ଜଣାଉଛୁ। ହେଲେ ସମାଧାନ ହେଉନି।
-ଡା. ରାଜକିଶୋର ସେଠୀ, ବୁଦ୍ଧିଜୀବୀ
ଜନସ୍ବାର୍ଥ ମାମଲା କରିବୁ
ଟାଉନ ପ୍ଲାନିଂ ଅଞ୍ଚଳରେ ଜଳ ନିଷ୍କାସନ ସୁବିଧା ନାହିଁ। ଲଗାଣ ବର୍ଷା ହେଲେ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇପଡୁଛି। ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ପୌରସଂସ୍ଥା, ଜିଲା ପ୍ରଶାସନକୁ ଅନେକ ଥର ଲିଖିତ ଭାବେ ଅବଗତ କରାଯାଇଛି। ତଥାପି ପଦକ୍ଷେପ ନିଆଯାଉନାହିଁ। ଜଳ ନିଷ୍କାସନ ବ୍ୟବସ୍ଥା ନ କଲେ ଜନସ୍ବାର୍ଥ ମାମଲା କରିବାକୁ ନିଷ୍ପତ୍ତି ନେଇଛୁ ା
-ବାହାଦୁର ପାଟସାହାଣୀ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri