ବର୍ଷା ହେଲେ ବଢୁଛି ଦୁଃଖ

ଢେଙ୍କାନାଳ ଅଫିସ, ୭।୮ – ଲଘୁଚାପଜନିତ ଲଗାଣବର୍ଷାରେ ପ୍ରଭାବିତ ହୋଇଛି ଢେଙ୍କାନାଳ ସହରର ଜୀବନଯାତ୍ରା। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପୌରାଞ୍ଚଳର ଟାଉନପ୍ଲାନିଂ ଅଞ୍ଚଳ ଏବଂ କାରିଗର ସାହିର ବାମପାର୍ଶ୍ୱ ଜଳମଗ୍ନ ହୋଇପଡ଼ିଛି। ବର୍ଷା ପାଣି ଘରେ ପଶିଯାଇଛି। ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ।
ଟାଉନ ପ୍ଲାନିଂ ଅଞ୍ଚଳରେ ୫୦୦ ଏବଂ କାରିଗର ସାହି ବାମପାର୍ଶ୍ୱରେ ୪୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ସତ୍ତ୍ୱେ ବର୍ଷାଜଳ ନିଷ୍କାସନ ଲାଗି ଡ୍ରେନ୍‌ ନିର୍ମାଣ ଦିଗରେ ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ବର୍ଷାପାଣି ଜମି ରହିଲେ ଲୋକମାନେ ନିଜସ୍ବ ଖର୍ଚ୍ଚରେ ପମ୍ପ ଲଗାଇ ନିଷ୍କାସନ କରିଥାନ୍ତି। ବୁଧବାର ଏବଂ ଗୁରୁବାର ହୋଇଥିବା ବର୍ଷାରେ ନାଳନର୍ଦ୍ଦମା ଉଛୁଳି ଦୂଷିତ ପାଣି ଘରେ ପଶିଯାଇଛି। ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। କରୋନା ସମୟରେ ଏପରି ପରିମଳ ଅବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ଏ ଦିଗରେ ପଦକ୍ଷେପ ନ ନେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ଟାଉନ୍‌ ପ୍ଲାନିଂ ଅଞ୍ଚଳର ପାଣି ଜମୁଥିବା ସ୍ଥାନରେ କଲଭର୍ଟ ଉଚ୍ଚତା ବଢ଼ାଇବା ବ୍ୟବସ୍ଥା କରାଯାଇଛି। କାରିଗର ସାହି ଅଞ୍ଚଳରେ ରାସ୍ତା କଡରେ ଡ୍ରେନ୍‌ ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଟେଣ୍ଡର ହୋଇ ନ ଥିବାରୁ କାମ ବିଳମ୍ବିତ ହେଉଛି। ଉଭୟ ଅଞ୍ଚଳରେ ଡ୍ରେନ୍‌ ମାଧ୍ୟମରେ ଜଳ ନିଷ୍କାସନ କରିବାର ବାଟ ମିଳୁନାହିଁ। ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।

ପ୍ରତିବର୍ଷ ଜଣାଉଛୁ ସମସ୍ୟା
ଅସରାଏ ବର୍ଷାରେ କାରିଗର ସାହି ଅଞ୍ଚଳର କଂକ୍ରିଟ ରାସ୍ତା ପାଣିରେ ବୁଡ଼ିଯାଉଛି। ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହୁଛି। ଗାଡ଼ିମୋଟର ଯାତାୟାତ ତ ଦୂରର କଥା, ପାଦରେ ଚାଲିକରି ଯିବା କଷ୍ଟକର ହୋଇପଡୁଛି। ଦୂଷିତ ବର୍ଷା ପାଣି ଘରେ ପଶୁଛି। ପୌରସଂସ୍ଥାକୁ ପ୍ରତିବର୍ଷ ସମସ୍ୟା ଜଣାଉଛୁ। ହେଲେ ସମାଧାନ ହେଉନି।
-ଡା. ରାଜକିଶୋର ସେଠୀ, ବୁଦ୍ଧିଜୀବୀ
ଜନସ୍ବାର୍ଥ ମାମଲା କରିବୁ
ଟାଉନ ପ୍ଲାନିଂ ଅଞ୍ଚଳରେ ଜଳ ନିଷ୍କାସନ ସୁବିଧା ନାହିଁ। ଲଗାଣ ବର୍ଷା ହେଲେ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇପଡୁଛି। ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ପୌରସଂସ୍ଥା, ଜିଲା ପ୍ରଶାସନକୁ ଅନେକ ଥର ଲିଖିତ ଭାବେ ଅବଗତ କରାଯାଇଛି। ତଥାପି ପଦକ୍ଷେପ ନିଆଯାଉନାହିଁ। ଜଳ ନିଷ୍କାସନ ବ୍ୟବସ୍ଥା ନ କଲେ ଜନସ୍ବାର୍ଥ ମାମଲା କରିବାକୁ ନିଷ୍ପତ୍ତି ନେଇଛୁ ା
-ବାହାଦୁର ପାଟସାହାଣୀ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri