ଆକ୍ରୋଶର ଶେଷ କେବେ

ବର୍ତ୍ତମାନ ଜ୍ଞାନବାପି ମସ୍‌ଜିଦ ଚର୍ଚ୍ଚା ଦେଶରେ ସବୁଠୁ ଚର୍ଚ୍ଚିତ ବିଷୟ ହୋଇଛି। ଅଯୋଧ୍ୟା ବାବ୍ରି ମସ୍‌ଜିଦ ପ୍ରସଙ୍ଗ ଯେଭଳି ଅନେକ ଦଶନ୍ଧି ଧରି ରହିଥିଲା ସେଭଳି ଏହା ରହି ନ ପାରେ, କିନ୍ତୁ କିଛି ବର୍ଷ ରହିବାର ସମ୍ଭାବନା ରହିଛି। ସାମ୍ବାଦିକା ବରଖା ଦତ୍ତଙ୍କ ସହ ଏକ ସାକ୍ଷାତ୍‌କାରରେ ହାଇଦ୍ରାବାଦର ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ଲ’ର କୁଳପତି ଫୈଜାନ ମୁସ୍ତାଫା ଏହି ସମୟର ଆଇନଗତ ବିଷୟଗୁଡ଼ିକ ସମ୍ପର୍କରେ କହିଥିଲେ। ବାବ୍ରି ମସ୍‌ଜିଦ ଅଭିଯାନ ତାତି ଜୋର୍‌ଥିବାବେଳେ ପାର୍ଲାମେଣ୍ଟରେ ‘ପ୍ଲେସ୍‌ ଅଫ୍‌ ଓ୍ବରଶିପ୍‌ ଆକ୍ଟ’ ବା ପୂଜାସ୍ଥଳ ଆଇନ ପାସ୍‌ କରାଯାଇଥିଲା ଏବଂ ଉକ୍ତ ଆଇନ କାଶୀରେ ମସ୍‌ଜିଦକୁ ସୁରକ୍ଷା ଦେବ ବୋଲି କହିଥିଲେ। ମୁସ୍ତାଫା କହିଥିଲେ, ଏହା ବି ଜରୁରୀ ନ ଥିଲା। ପ୍ରଥମରେ, ଏହି ଆଇନ ନ୍ୟାୟିକ ଯାଞ୍ଚକୁ ଅନୁମତି ଦେଇ ନ ଥିବାରୁ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିପାରିଥାଆନ୍ତେ। ଅର୍ଥାତ୍‌ କୌଣସି ବିବାଦରେ ବର୍ତ୍ତମାନର ସ୍ଥିତି ପରିବର୍ତ୍ତେ ପୂର୍ବରୁ ପୂଜାସ୍ଥଳ ବାସ୍ତବରେ ମସ୍‌ଜିଦ ଥିଲା ନା ମନ୍ଦିର କିମ୍ବା ଗୁରୁଦ୍ୱାର ଅବା ଚର୍ଚ୍ଚ ଥିଲା, ସେ ସମ୍ପର୍କରେ ରାୟ ଶୁଣାଇବାରୁ ବିଚାରପତିମାନଙ୍କୁ ବନ୍ଦ କରାଗଲା। ନ୍ୟାୟିକ ଯାଞ୍ଚକୁ ଏଭଳି ବନ୍ଦ କରିବା ସମ୍ବିଧାନ ସିଦ୍ଧାନ୍ତର ବିରୋଧରେ ଗଲା ଏବଂ ଏହି ଆଧାରରେ ପୂଜାସ୍ଥଳ ଆଇନକୁ ରଦ୍ଦ କରାଯାଇପାରିଥାଆନ୍ତା। ଜଣାପଡ଼ୁଛି ଅଯୋଧ୍ୟା ଘଟଣାରେ ଯାହା ହୋଇଥିଲା କାଶୀ ବିବାଦରେ ତାହା ହଁି ହେବ। ଦ୍ୱିତୀୟରେ, ପୂଜାସ୍ଥଳ ଆଇନକୁ ପ୍ରତ୍ୟାହାର କରିବାର ଅଧିକାର ପାର୍ଲାମେଣ୍ଟର ରହିଥିଲା। ବାସ୍ତବରେ ଭାଜପାର କେତେଜଣ ସଦସ୍ୟ ଏହା କରିବାକୁ ମଧ୍ୟ କହି ଆସୁଛନ୍ତି। ସଂସଦରେ ଏବକାର ସଂଖ୍ୟାକୁ ଦେଖିଲେ ଏହା ସମ୍ପୂର୍ଣ୍ଣ ସମ୍ଭବ। ମୁସ୍ତାଫା ସେତେବେଳେ କହିଥିଲେ ଯେ,ମୁସଲମାନଙ୍କ ପାଇଁ ବାସ୍ତବରେ କୌଣସି ନ୍ୟାୟିକ ସୁରକ୍ଷା ନାହିଁ ଏବଂ ଏହା ବଦଳରେ ସେମାନେ ହିନ୍ଦୁମାନଙ୍କ ସହ ସମନ୍ବୟ ରକ୍ଷା କରିବା ଉଚିତ। ଆଉ ଏକ ପ୍ରସଙ୍ଗରେ କିଛି ସମାନ ପ୍ରକାରେ କହିଥିଲେ ସାମ୍ବାଦିକ ସୟଦ ନକ୍‌ଭି, ଯାହାଙ୍କ ସହ ମୁଁ କିଛି ଦିନ ପୂର୍ବେ ବାଙ୍ଗାଲୋର ଇଣ୍ଟରନ୍ୟାଶନାଲ ସେଣ୍ଟରରେ ଆଲୋଚନା କରିଥିଲି। ନକ୍‌ଭିଙ୍କ ଅନୁଭବ ଭିନ୍ନ ଥିଲା। ସେ କହିଥିଲେ, ପାକିସ୍ତାନ ଏକ ମୁସଲମାନ ରାଷ୍ଟ୍ର ହେବାବେଳେ ଭାରତ ଧର୍ମ ନିରପେକ୍ଷ ହୋଇ ରହିଗଲା ଓ ଏହାକୁ ନେଇ ହିନ୍ଦୁମାନେ ଚିନ୍ତିତ ହୋଇପଡ଼ିଲେ। ଓପଚାରିକ ଭାବେ ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଥାଆନ୍ତା ସେତେବେଳେ ହିନ୍ଦୁମାନଙ୍କ ମଧ୍ୟରେ ସେହି ଅଭିଯୋଗର ବିଚାର ଶେଷ ହୋଇଯାଇଥାଆନ୍ତା। ନକ୍‌ଭ ମଧ୍ୟ କହିଥିଲେ ଯେ, ଏହା ନିଶ୍ଚିତ ଭାବେ ଭାରତ ପାଇଁ ଖୁବ୍‌ ଭଲ ହୋଇଥାନ୍ତା। ସେ ଇଂଲଣ୍ଡକୁ ଇଙ୍ଗିତ କରିଥିଲେ, ଯାହା ସରକାରୀ ଭାବେ ଏକ ରାଜତନ୍ତ୍ର ଯେଉଁଠି ଇଂଲଣ୍ଡ କିମ୍ବା ଅନ୍ୟ ଇଂରାଜୀ ଭାଷାଭାଷୀ ଦେଶର ଚର୍ଚ୍ଚର ସଦସ୍ୟ ଶାସକ ରହିଛନ୍ତି। ଯେଉଁଠି ଋଷି ସୌନକ ଏବଂ ସାଜିଦ୍‌ ଜାଭିଡଙ୍କ ଭଳି ବ୍ୟକ୍ତି ମଧ୍ୟ ଉଚ୍ଚ ଅଧିକାରୀ ହେବାର ଆକାଂକ୍ଷା ରଖିପାରିଲେ। କିନ୍ତୁ ଭାରତରେ ଭିନ୍ନ ସ୍ଥିତି।
ଉଭୟ ମୁସ୍ତାଫା ଏବଂ ନକ୍‌ଭି ଯାହା କହୁଛନ୍ତି ତାହାକୁ ଅଗ୍ରାହ୍ୟ କରିଦେବା ହୁଏତ ଠିକ୍‌ ହେବ ନାହଁି। ସେମାନଙ୍କ କଥାଗୁଡ଼ିକୁ ବିଚାରକୁ ନେଲେ ଆମେ ଭଲ କରିପାରିବା। ତେବେ ଏଠାରେ ମୁଁ ଅନ୍ୟ ବିଷୟ ଉପରେ ବିଚାର କରିବାକୁ ଚାହେଁ। ହିନ୍ଦୁମାନେ ସେମାନଙ୍କ ନିଜ ସମ୍ବିଧାନ ବିରୋଧରେ ଅଭିଯୋଗ କଲେ କୌଣସି ପ୍ରଶ୍ନ ନ ଉଠାଇ ତାହାକୁ ଗ୍ରହଣ କରାଯିବ କି? ଦ୍ୱିତୀୟରେ, କାଶୀରେ ଯାହା ଘଟୁଛି ଓ ଅଯୋଧ୍ୟାରେ ଯାହା ଘଟିଲା,ତା ପଛରେ ଥିବା ଅଭିଯୋଗର ଐତିହାସିକ ବିଚାର ରହିଛି କି? ସମ୍ଭବତଃ ଏହା ଅଛି। ତେବେ ଆଗକୁ କ’ଣ ହେଉଛି ଦେଖିବାକୁ ହେବ। ଆମ ଚାରିପାଖରେ କ’ଣ ସବୁ ଘଟିଆସୁଛି ତାହା ଲକ୍ଷ୍ୟ କରିବାକୁ ହେବ ଏବଂ କୋର୍ଟରେ ରହିଥିବା ଏବକାର ନୂଆ ବିବାଦ ସହ ଏହାକୁ ଦେଖିବାକୁ ପଡ଼ିବ। ୨୦୧୪ ପରଠାରୁ, ବିଶେଷକରି ୨୦୧୯ ପରଠୁ ଭାଜପା ସରକାରଙ୍କ ଦ୍ୱାରା ମୁସଲମାନଙ୍କ ବିରୋଧରେ ଅନେକ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଇଛି ଓ ଏଥିରେ ଦେଶ ବ୍ୟସ୍ତ ରହିଛି। ମୁସ୍ତାଫା ଏବଂ ନକ୍‌ଭି ଯାହା କହୁଛନ୍ତି ତାହା ବୁଝି ସେଥିରେ ଆମେ ଜଡ଼ିତ ହେବାକୁ ହେଲେ ଆମକୁ ମାନିିନେବାକୁ ହେବ ଯେ, ଯାହା ଲେଖାଯାଉଛି ଓ କୁହାଯାଉଛି ତାହା ସବୁ ହିନ୍ଦୁ ଆକ୍ରୋଶରୁ ସୃଷ୍ଟି ହୋଇଛି। ଏହା କ’ଣ ସତରେ ଘଟୁଛି। ତାହାର ଉତ୍ତର ମୁଁ ଏଠାରେ ରଖିବାକୁ ଚାହେଁନାହିଁ। କିନ୍ତୁ ଆମେ ଯଦି ଭାବୁଥିବା ଏହା ପଛରେ କିଛି ମୂଳ କାରଣ ରହିଛି ତେବେ ତାହା କ’ଣ ବୋଲି ନିଜକୁ ପ୍ରଶ୍ନ କରିବା ଉଚିତ। ଆମେ ଦେଶର ନାମକୁ ପରିବର୍ତ୍ତନ କରି ହିନ୍ଦୁ ରାଷ୍ଟ୍ର ରଖିବା କି ନାହିଁ; ମୁସଲମାନଙ୍କୁ କରୁଥିବା ବ୍ୟବହାରରେ ପରିବର୍ତ୍ତନ ଏବଂ ସେମାନଙ୍କୁ ରାଜନୈତିକ କ୍ଷମତାରେ ସାମିଲ କରିପାରିବା କି ନାହିଁ ସେ ବିଷୟରେ ମଧ୍ୟ ପ୍ରଶ୍ନ କରିବା ଦରକାର। ଆମେ ସ୍ବୀକାର କରିବା ଯେ, ଏହି ସମୟରେ ଭାରତରେ କୌଣସି ମୁସଲମାନ ଇଂଲଣ୍ଡରେ ସୌନକ କିମ୍ବା ଜାଭିଡଙ୍କ ଭଳି ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିଲାଷ ରଖିପାରିବେ ନାହିଁ। ମୁସଲମାନଙ୍କୁ ବାହାରେ ରଖିବା ଧାରା ଦେଶର ନାମ ବଦଳାଇଲେ ପରିବର୍ତ୍ତନ ହେବ କି? ପ୍ରତ୍ୟେକଙ୍କ ଧର୍ମୀୟ ପରିଚିତି ହ୍ରାସ କରିବା ଏବଂ ସମାଜକୁ ହିନ୍ଦୁ ଓ ମୁସଲମାନ ଦୃଷ୍ଟିକୋଣରେ ଦେଖିବାରେ ମଧ୍ୟ ସମସ୍ୟା ରହିଛି। ଆମ ସମ୍ବିଧାନରେ (ଅନୁଚ୍ଛେଦ୧୪)ରେ ପ୍ର୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସମାନ ଅଧିକାର ନିଶ୍ଚିତ କରାଯାଇଛି। ସମାନତାରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ। ଦେଶ କୌଣସି ନାଗରିକଙ୍କ ବିରୋଧରେ ବାଛବିଚାର ଭାବ ପୋଷଣ କରିପାରିବ ନାହିଁ (ଅନୁଚ୍ଛେଦ୧୫)।
ଏହି ସବୁ ମାମଲା ଏବେ ବିଚାର ଅପେକ୍ଷାରେ ରହିଛି। ଆମ ପାଖରେ ଦୁଇ ଉଦାରବାଦୀ ବ୍ୟକ୍ତି ଯାହା ଚିନ୍ତା କରିଛନ୍ତି ତାହା ଆମ ସାମ୍ନାରେ ରଖିଛନ୍ତି। ତାହାକୁ ଏକ ଶାନ୍ତି ତଥା ମୈତ୍ରୀପୂର୍ଣ୍ଣ ଦୃଷ୍ଟିକୋଣରୁ ବିଚାର କରାଯିବା ଉଚିତ। ଭାଜପା ସରକାରରେ ଥିବାରୁ ଏବଂ ସବୁ ଅଭିଯାନ, ଆଇନ ଓ ନୀତିର ଆଗରେ ରହିଥିବାରୁ ଏହା ତା’ପାଇଁ ଭଲ ହେବ। ଯାହା ଚାହଁୁଛି ତାହା ସ୍ପଷ୍ଟ ଭାବେ ବ୍ୟକ୍ତ କରିବା ବି ଭଲ ହେବ। ଘଟଣା ହେଉଛି, ଶତ୍ରୁତା, ଆକ୍ରୋଶ ଏବଂ ହିଂସା ଶେଷ କରିପାରିବ କି?

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri