Posted inଫୁରସତ

ଉଦୀୟମାନ କଳାକାର

କାହାର ଅଭିନୟ ତ ଆଉ କାହାର ଗୀତ ଗାଇବାରେ ରୁଚି। ହେଲେ ଆଗକୁ ବଢ଼ିବାକୁ କେବେ ସୁଯୋଗ ପୁଣି କେବେ ମାର୍ଗଦର୍ଶନ ସାଙ୍ଗକୁ ପ୍ରୋତ୍ସାହନର ଅଭାବ। ତଥାପି ନିଜକୁ ପ୍ରତିଷ୍ଠିତ କରାଇବାକୁ ଇଚ୍ଛା ବି ଢେର୍‌। ଏମିତିରେ ଥରେ ଯଦି ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ସୁଯୋଗ ମିଳିଯାଏ, ସତେ ଯେମିତି ଖୋଲିଯାଏ ସ୍ବପ୍ନ ସାକାର କରିବାର ମାର୍ଗ । ଯେଉଁଠୁ ପାଦ ଆଉ ପଛକୁ ଫେରେନି। ସେହିଭଳି କେତେଜଣ ଉଦୀୟମାନ କଳାକାରଙ୍କୁ ନେଇ ଏଥରର ଉପସ୍ଥାପନା…

ମେଗା ଧାରାବାହିକ ଷ୍ଟାର ହେବାକୁ ଲକ୍ଷ୍ୟ: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଆଡ଼ିନଗା ଗ୍ରାମର ବିପ୍ଳବ ଦେ’। ପିଲାଟି ଦିନରୁ କଳା ପ୍ରତି ଥିବା ଆଗ୍ରହକୁ ପରିପ୍ରକାଶ କରିବା ପାଇଁ ବିଦ୍ୟାଳୟରେ ନାଟକ ଏବଂ ଏକକ ଅଭିନୟ ପ୍ରତିଯୋଗିତାରେ ଭାଗ ନେଉ ନେଉ ପହଞ୍ଚିଥିଲେ ମଞ୍ଚ ନାଟକ ଓ ମଡେଲିଂ ଶୋ’ରେ, ଯାହାକି ତାଙ୍କର କଳା ପ୍ରତି ଥିବା ଆଗ୍ରହର ଆଶାକୁ ଶାଣିତ କରିଥିଲା। ପରେ ସେ ଆଲବମ୍‌ରେ ଅଭିନୟ କରିବାକୁ ମନ ବଳାଇଲେ। ୨୦୨୦ରେ ସେ ପ୍ରଥମଥର ପାଇଁ ଆଲବମ୍‌ କରିବାର ସୁଯୋଗ ପାଇଥିଲେ ହେଁ କୋଭିଡ୍‌ର ଭୟଙ୍କର ସ୍ଥିତି ଭିତରେ ତାହା ରିଲିଜ୍‌ ହୋଇପାରି ନ ଥିଲା। ତଥାପି ସେ ଦୃଢ଼ ମନୋବଳ ସହ କାର୍ଯ୍ୟ ଜାରି ରଖିଥିଲେ। ୨୦୨୧ରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଗାଇଥିବା ଏକ ସଙ୍ଗୀତରେ ଅଭିନୟ କରି ନିଜକୁ ଏକ ଆଲ୍‌ବମ୍‌ କଳାକାର ଭାବେ ପରିଚିତ କରାଇ ପାରିଲେ। ଏହାପରେ ସେ ଗୋଟେ ପରେ ଗୋଟେ ଆଲବମ୍‌ରେ ଅଭିନୟ କରିଚାଲିଛନ୍ତି। ଆଗାମୀ ଦିନରେ ସନେଲ ଶେଖରଙ୍କ ପ୍ରଯୋଜନା ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାରଙ୍କ ନବ ନିର୍ମିତ ଆଲବମ୍‌ରେ ମଧ୍ୟ ଅଭିନୟର ସୁଯୋଗ ପାଇ କାର୍ଯ୍ୟରତ ଅଛନ୍ତି। ବିପ୍ଳବ କହନ୍ତି, ବର୍ତ୍ତମାନ ଶିକ୍ଷା ସହିତ ଅଭିନୟ ମଧ୍ୟ ଜାରି ରଖିଛି। କେତେକ ଓଡ଼ିଆ ଆଲବମ୍‌ରେ ଅଭିନୟ କରୁଛି ଏବଂ ମଡେଲିଂ ଶୋ’ ତଥା ରାମ୍ପ ଶୋ’ଗୁଡ଼ିକରେ ଅଂଶଗ୍ରହଣ କରୁଛି। ତେବେ ମୋର ପ୍ରତ୍ୟେକ ସଫଳତା ପଛରେ ମାଆବାପା (ସୁଜାତା ଏବଂ ସରୋଜ କୁମାର ଦେ)ଙ୍କ ପ୍ରେରଣା ଓ ପ୍ରୋତ୍ସାହନ ରହିଛି। ଭବିଷ୍ୟତରେ ଓଡ଼ିଆ ମେଗା ଧାରାବାହିକରେ ଏକ ଅଭିନେତା ଭାବେ କାର୍ଯ୍ୟ କରିବା ମୋର ଲକ୍ଷ୍ୟ।
ପେସା ବ୍ୟାଙ୍କିଙ୍ଗ୍‌, ନିଶା ଆକ୍ଟିଙ୍ଗ୍‌: ଅଭିନୟ ପ୍ରତି ରୁଚି ରଖୁଥିବା ଅଧିକାଂଶଙ୍କ ପାଇଁ ନିଜ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସବୁଠୁ ଭଲ ମାଧ୍ୟମ ସାଜିଛି ୟୁଟ୍ୟୁବ୍‌। ଆଉ ଏହା ମାଧ୍ୟମରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇ ପାରିଛନ୍ତି ଜଗତ୍‌ସିଂହପୁର ସାଇଣ୍ଟୋ ଗ୍ରାମର ଜଣେ ଉଦୀୟମାନ କଳାକାର ଅମିତ ବିକ୍ରମ ପରିଡ଼ା। ଫାଇନାନ୍ସରେ ମାଷ୍ଟର ଡିଗ୍ରୀ କରିବା ପରେ ବର୍ତ୍ତମାନ ସେ ଏକ ବ୍ୟାଙ୍କ୍‌ରେ କାର୍ଯ୍ୟରତ। ହେଲେ ଆକ୍ଟିଂ ପ୍ରତି ଆଗ୍ରହ ଥିବାରୁ ଅବ୍ନି ଏଣ୍ଟରଟେନ୍‌ମେଣ୍ଟ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଗଢ଼ି ଜଣେ ସଫଳ ଅଭିନେତା ହେବାର ଉଦ୍ୟମ ଜାରି ରଖିଛନ୍ତି। ସେ କୁହନ୍ତି, ‘ପିଲାବେଳୁ ବାପାଙ୍କୁ ଡ୍ରାମାରେ ଅଭିନୟ କରୁଥିବାର ଦେଖି ଏଥିପ୍ରତି ମୋର ଆଗ୍ରହ ସୃଷ୍ଟି ହୋଇଥିଲା। ହେଲେ ଏଥିପାଇଁ ସୁଯୋଗ ପାଇ ନ ଥିଲି। ୨୦୧୭ରେ ଟିକ୍‌ଟକ୍‌ରେ ଅଭିନୟ କରିବା ପରେ ଲୋକଙ୍କ ପ୍ରଶଂସା ମୋତେ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଥିଲା। ଟିକ୍‌ଟକ୍‌ ବ୍ୟାନ୍‌ ପରେ ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ ଆଦିରେ ରିଲ୍ସ କରୁଥିଲି। ମୋର ଆଗ୍ରହ ଦେଖି ଉଭୟ ମା’ବାପା (ସରୋଜିନୀ ଏବଂ ନାରାୟଣ ପରିଡ଼ା) ମଧ୍ୟ ଆଗକୁ ବଢ଼ିବାକୁ ଉତ୍ସାହିତ କରୁଥିଲେ। କିନ୍ତୁ ଗତବର୍ଷ କୋଭିଡ୍‌ ଆକ୍ରାନ୍ତ ହୋଇ ଉଭୟଙ୍କ ମୃତ୍ୟୁ ପରେ ମୋ ଦୁନିଆ ଯେମିତି ଅନ୍ଧାର ହୋଇଗଲା। ଏ ସମୟରେ ପାର୍ଥ ସାରଥି ପାଢ଼ୀ ନାମକ ଜଣେ ବ୍ୟକ୍ତିଙ୍କ ସହ ମୋର ପରିଚୟ ହେଲା, ଯିଏକି ମୋତେ ମୋର ଆକ୍ଟିଙ୍ଗ୍‌ ଦୁନିଆରେ ଆଗକୁ ବଢ଼ିବାରେ ବେଶ୍‌ ସାହାଯ୍ୟ ସହଯୋଗ କଲେ। ୟୁଟ୍ୟୁବ୍‌ ଜରିଆରେ ଆମେ ଓଡ଼ିଆ କଳାକାର ସୁଯୋଗ ପାଇଲେ ବହୁତ ଆଗକୁ ବଢ଼ିପାରିବୁ ଏକଥା ପ୍ରମାଣିତ କରିବା ମୋର ଲକ୍ଷ୍ୟ ।’ ବର୍ତ୍ତମାନ ଅମିତ୍‌ଙ୍କ ଅଭିନୀତ ଭିଡିଓଗୁଡ଼ିକ ବେଶ୍‌ ଦର୍ଶକାଦୃତ ହେଉଥିବାର ଦେଖିବାକୁ ମିଳୁଛି। କୋଭିଡ୍‌ରେ ପ୍ରାଣ ହରାଇଥିବା ବାପାଙ୍କ ଶେଷ ଜୀବନର କାହାଣୀକୁ ନେଇ ‘ରାଗିଛ କି ବାପା ତମେ’ ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ କରିଛନ୍ତି। ସେହିପରି ବିଶ୍ୱ ମାତୃ ଦିବସ ଅବସରରେ ସ୍ବର୍ଗତ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ‘ତୋ ପଣତ’ ନାମକ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ମା’ ଭୂମିକାରେ ଜଣାଶୁଣା ଅଭିନେତ୍ରୀ ସୋମା ଭୌମିକ ଅଭିନୟ କରିଛନ୍ତି । ତେବେ ତାଙ୍କର ଅନ୍ୟସବୁ ଭିଡିଓ ସହ ଏହି ଦୁଇଟି ଭିଡିଓକୁ ମଧ୍ୟ ଲକ୍ଷାଧିକ ଦର୍ଶକ ଦେଖିସାରିଲେଣି। ଆଗକୁ ଆହୁରି ନୂଆ ନୂଆ ଭିଡିଓ ଦର୍ଶକଙ୍କୁ ଭେଟି ଦେବା ସହ ସ୍କୋପ୍‌ ମିଳିଲେ ଆଗକୁ ବଡ଼ ପରଦାରେ ଅଭିନୟ କରିବାକୁ ଇଚ୍ଛା ଥିବା ସେ ପ୍ରକାଶ କରନ୍ତି।
ଗୀତ ଶିଖିବାକୁ ଯାଏ ୬୦୦ କିମି. :
ମାଲକାନଗିରି ବାଲିମେଳା ଅଞ୍ଚଳର ସରିତା ଏବଂ ରତିକାନ୍ତ ଜେନାମଣିଙ୍କ ଝିଅ ମାମାଲି ପ୍ରିୟଦର୍ଶିନୀ। ଗୀତ ଗାଇବା ପ୍ରତି ତାଙ୍କର ଆଗ୍ରହ ପିଲାଦିନୁ। ହେଲେ ନା ଥିଲା ଆଖ ପାଖରେ ଶିଖିବାର ସୁବିଧା ନା ମିଳିଥିଲା କେଉଁଠି ଗାଇବାର ସୁଯୋଗ। କେବଳ ସତ୍‌ସଙ୍ଗରେ ସେ ଗାଉଥିବା ଭଜନ ଶୁଣି ଉପସ୍ଥିତ ଲୋକେ କରୁଥିଲେ ଖୁବ୍‌ ପ୍ରଶଂସା। ତେଣୁ ସେ ଗୀତ ଶିଖିବା ଲାଗି ମନସ୍ଥ କଲେ। ସେ କୁହନ୍ତି, ‘ସଂଗୀତ ପ୍ରତି ଆଗ୍ରହ ଦେଖି ଗୀତ ଶିଖିବାକୁ ବାପା ମୋତେ ପ୍ରୋତ୍ସାହିତ କରିଥିଲେ। ୨ ବର୍ଷ ହେବ ଭୁବନେଶ୍ୱରରେ ଶ୍ରୀ ସାରଦା ପ୍ରସନ୍ନ ସାହୁଙ୍କଠାରୁ ସଂଗୀତ ଶିଖୁଛି। କେବଳ ଗୀତ ଶିଖିବା ଲାଗି ବାପା ମୋତେ ୬୦୦ କିମି. ମାଲକାନଗିରିରୁ ଭୁବନେଶ୍ୱର ସାଙ୍ଗରେ ଆଣନ୍ତି। ଯଦିଓ ଏଥିପାଇଁ ଲୋକେ ହସନ୍ତି ଏବଂ ପଛରେ ଅନେକ କଥା କୁହନ୍ତି ହେଲେ ବାପା ସେସବୁକୁ ଖାତିର ନ କରି ମୋତେ ଉତ୍ସାହିତ କରନ୍ତି। ଯେଉଁଥିପାଇଁ ଆଜି ମୁଁ ହ୍ୟୁମାନ୍‌ ସାଗର, ମଣ୍ଟୁ ଛୁରିଆ, ଦେବାଶିଷ ପତି, ସବିଶେଷ ମିଶ୍ରଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀଙ୍କ ସହ ଗାଇବାର ସୁଯୋଗ ପାଇଲି। ନିକଟରେ ଋତୁରାଜ ମହାନ୍ତିଙ୍କ ସହ ଏକ ହିନ୍ଦୀ ଗୀତ ମଧ୍ୟ ଗାଇଛି। ଆଗକୁ ଆହୁରି ଅନେକ ଗୀତ ଗାଇବାକୁ ଅଫର ମିଳିଛି। ବର୍ତ୍ତମାନ ମୋର ୩ଟି ଗୀତ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସରେ ଭାଇରାଲ୍‌ ହୋଇଥିବାରୁ ବେଶ୍‌ ଖୁସି ଲାଗୁଛି। ତେଣୁ ମୋର ସଫଳତାର ଶ୍ରେୟ ମୋ ମା’ବାପାଙ୍କୁ ଦେବି। ଭବିଷ୍ୟତରେ ଜଣେ ଜାତୀୟ ସ୍ତରରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହେବା ସହ ଗରିବ, ଅସହାୟଙ୍କ ସେବା କରିବା ମୋର ଲକ୍ଷ୍ୟ।
-ପୌର୍ଣ୍ଣମାସୀ

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?