ଘର କରିବୁ କେବେ

ଡ.ସତ୍ୟ ନାରାୟଣ ମିଶ୍ର

 

ପ୍ରତ୍ୟେକ ମଣିଷ ଆଶା କରିଥାଏ ଜୀବନର ସାଂସାରିକ ପୂର୍ଣ୍ଣାଙ୍ଗ ପ୍ରାପ୍ତି, ଯାହା ନିର୍ଭର କରିଥାଏ ଆବଶ୍ୟକତାକୁ ସମ୍ମୁଖୀନ ହେବା ପାଇଁ ରୋଜଗାର, ପରିବାର ଲାଗି ବିବାହ ଓ ବାସ ନିମନ୍ତେ ଘର। ତେବେ ରୋଜଗାର ଓ ବିବାହ ଏକ ନିର୍ଦ୍ଦିଷ୍ଟ ସମୟର ମଧ୍ୟରେ ନିର୍ବାହ ହେଉଥିବା ବେଳେ, ଘର କରିବା ନିର୍ଭର କରିଥାଏ ବିଶେଷତଃ ଆର୍ଥିକ ସ୍ଥିରତା ଓ ମନୋବୃତ୍ତିର ବ୍ୟାବହାରିକ ଚିନ୍ତାଧାରା ଉପରେ। ସାମ୍ପ୍ରତିକ ସମାଜରେ ଯେତେବେଳେ ଜଣେ ଅନ୍ୟ ସହ ସାକ୍ଷାତ୍‌ ହୋଇଥାଏ ସେତେବେଳେ ଗୋଟିଏ ପ୍ରଶ୍ନ ଆଘାତ କରିଥାଏ ଯେ ଘର କରିବୁ କେବେ?
କାରଣ ମଣିଷର ଜୀବନରେଖା ଧୀରେଧୀରେ ଅସ୍ତମିତ ହୋଇଥାଏ ଓ ପ୍ରୌଢ଼ାବସ୍ଥା ପୂର୍ବରୁ ମଣିଷ ଘର କରିବା ଉଚିତ ବୋଲି ସାଧାରଣରେ ଆଲୋଚନା ହୋଇଥାଏ। ତେବେ ଅନେକେ ଗ୍ରହଣ କରିଥାନ୍ତି ଯେ ଜୀବନରେ ଘର କରିବା ଅର୍ଥ ଆଡ଼ମ୍ବରପୂର୍ଣ୍ଣ ସରଞ୍ଜାମରେ ସୌଖୀନ ଅଟ୍ଟାଳିକା ନିର୍ମାଣ କରିବା। ବର୍ତ୍ତମାନ ସମାଜରେ ଯଦି କୌଣସି ବ୍ୟକ୍ତି ନିକଟରେ ଉଚ୍ଚମାନର ସୁରମ୍ୟ ଅଟ୍ଟାଳିକା ନ ଥାଏ, ତେବେ ସେ ସମାଜରେ ପ୍ରଗତିଶୀଳ ବ୍ୟକ୍ତି ନୁହେଁ ବୋଲି ଅନେକେ ଚିନ୍ତା କରିଥା’ନ୍ତି । ଅତଏବ ଘରର ସଂଜ୍ଞାକୁ ଆଲୋଚନା କଲେ ପ୍ରତୀୟମାନ ହୋଇଥାଏ ଯେ ଘର ହେଉଛି ତାହା ଯେଉଁଠି ମଣିଷ ଆନନ୍ଦରେ ବସବାସ କରିଥାଏ ଓ ଉତ୍ତମ ବାସସ୍ଥାନର ମର୍ଯ୍ୟାଦାରେ ଅଭିମନ୍ତ୍ରିତ ହୋଇଥାଏ। ସହଜ ଶବ୍ଦରେ କହିବାକୁ ଗଲେ, ଗୋଟିଏ ଗୃହ ହେଉଛି ଚାରୋଟି କାନ୍ଥ ଓ କୋଠରି ସହିତ ଏକ କୋଠା। ସୁଖ, ଶାନ୍ତି, ସ୍ନେହ, ସୌହାର୍ଦ୍ଦ୍ୟ, ଆନ୍ତରିକତା, ସମନ୍ବୟ ଓ ନିଜ ନିଜ ମଧ୍ୟରେ ଶ୍ରଦ୍ଧା ହେଉଛି ଏକମାତ୍ର ବାସ୍ତବ ଯାହା ଏକ ଅଟ୍ଟାଳିକା ବା ଚାରିକାନ୍ଥଯୁକ୍ତ କୋଠରିକୁ ଘର କରିପାରେ। ଜଣେ ବ୍ୟକ୍ତି ମାନସିକ ବିଷାଦ ଓ ଅଶାନ୍ତ ହୃଦୟରେ ଗୋଟିଏ ବଡ଼ ପ୍ରାସାଦରେ ରହିପାରେ, ମାତ୍ର ସେ ଅବାଞ୍ଛିତ ଓ ଏକାକୀ ଅନୁଭବ କରିବେ। କିନ୍ତୁ ଯେତେବେଳେ ଜଣେ ଦରିଦ୍ର ଶାନ୍ତିପୂର୍ଣ୍ଣ ଜୀବନଯାପନ କରୁଥିବେ ସେତେବେଳେ ସେ ଘରେ ଥିବେ ବୋଲି ନିଶ୍ଚୟ ଅନୁଭବ କରିବେ, କାରଣ ଘର ହେଉଛି ଏକ ଚିନ୍ତା, କାର୍ଯ୍ୟ ଓ ସହମତିର ସମନ୍ବୟ। ସମାଜରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଆଭିଜାତ୍ୟପୂର୍ଣ୍ଣ ସୁରମ୍ୟ ଅଟ୍ଟାଳିକାରେ ରହନ୍ତି, କିନ୍ତୁ କୌଣସି କ୍ଷେତ୍ରରେ ସନ୍ତୁଷ୍ଟ ନୁହନ୍ତି ତଥା ପାରିବାରିକ ବିଶୃଙ୍ଖଳା, ଅବାଞ୍ଛିତ ଆଶାର ରୋଗ ଦ୍ୱାରା ମର୍ମାହତ ହୋଇଥା’ନ୍ତି । ମାତ୍ର ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ପରିବାର ସହିତ ଗୋଟିଏ ଛୋଟ ନିମ୍ନ ଶ୍ରେଣୀର କୋଠରିରେ ରହନ୍ତି, ତଥାପି ସେମାନେ ଖୁସି ଓ ଆନନ୍ଦରେ ଜୀବନ ଅତିବାହିତ କରନ୍ତି। ସେମାନଙ୍କ ନିକଟରେ ପରିବାର ହେଉଛି ଏକ ଚୁମ୍ବକୀୟ ଆକର୍ଷଣ ଓ ସ୍ନେହ ବନ୍ଧନର ଘର।
ମଣିଷର ବଞ୍ଚତ୍ବା ପାଇଁ ଉଭୟ ଗୃହ ଓ ଘର ଆବଶ୍ୟକ। ଗୃହ ଓ ଘର ଦୁଇଟି ଶବ୍ଦ ଯାହାକି ସମ୍ପୂର୍ଣ୍ଣ ଭିନ୍ନ, ତଥାପି, ଅଧିକାଂଶ ସମୟରେ, ଏହାର ଅର୍ଥ ସମାନ ଭାବରେ ଦେଖାଯାଏ। ଘର ଏକ ଶାରୀରିକ ବସ୍ତୁ ଭାବରେ ବିବେଚନା କରାଯାଏ ଯାହା ରୌଦ୍ରତାପ, ବର୍ଷା, ଶୀତ ଆଦିରୁ ରକ୍ଷା କରିଥାଏ। ଅନେକେ ବିଶ୍ୱାସ କରନ୍ତି ଯେ ଯଦି ସେମାନଙ୍କ ଘର ବଡ଼ ହୁଏ, ତେବେ ସେମାନେ ସମାଜର ସବୁଠାରୁ ଧନୀ ଏବଂ ସୁଖୀ ବ୍ୟକ୍ତି। ଅନ୍ୟପକ୍ଷରେ ସମ୍ପର୍କର ଘର ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଚିନ୍ତାଧାରା, ଯେଉଁଠି କେବଳ ବିଦ୍ୟମାନ ଥାଏ ଆନନ୍ଦ, ସନ୍ତୁଷ୍ଟ, ପ୍ରସନ୍ନତା, ସେବା ଇତ୍ୟାଦି।
ଅନେକ ବ୍ୟକ୍ତି ଅତ୍ୟନ୍ତ ମୂଲ୍ୟବାନ ବଡ଼ ଓ ସୁନ୍ଦର ଘର କିଣିବାକୁ ସକ୍ଷମ ହୋଇପାରନ୍ତି, କିନ୍ତୁ ସେମାନେ ପରିବାର ସଦସ୍ୟଙ୍କଠାରୁ ଉତ୍ପନ୍ନ ହେଉଥିବା ଆନନ୍ଦ କ୍ରୟ କରିପାରିବେ ନାହିଁ। ଉକ୍ତ ଘରକୁ ନିର୍ମାଣ କରିବାକୁ ହେଲେ ଆବଶ୍ୟକ ଉପକରଣ କୌଣସି କ୍ରୟ ବିକ୍ରୟ ସ୍ଥାନରେ ଉପଲବ୍ଧ ନ ଥାଏ, ତାହା ଥାଏ କେବଳ ମଣିଷର ଜିହ୍ବାରେ ଓ ବ୍ୟବହାରରେ। ଯେଉଁଥିରେ ସୃଷ୍ଟି ହୋଇଥାଏ ହୃଦୟର ଘର ଓ ଯାହା କେବେ ଧରାଶାୟୀ ହୋଇପାରେନା। ସ୍ନେହ ଶ୍ରଦ୍ଧା ସମ୍ପର୍କର ଘର ପାଇଁ ଅର୍ଥ ଆବଶ୍ୟକ ହୋଇ ନ ଥାଏ, ସେଥିପାଇଁ ଆବଶ୍ୟକ ହୋଇଥାଏ କେବଳ ମନୋବୃତ୍ତି ଓ ଇଚ୍ଛାଶକ୍ତି। ଘର ହେଉଛି ଏକ ସ୍ଥାନ ଯାହା ସମସ୍ତଙ୍କୁ ସାନ୍ତ୍ୱନା ଦେଇଥାଏ। ଘର ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଜଣେ କେବଳ ଆରାମଦାୟକ ଅନୁଭବ କରେ ନାହିଁ, ବରଂ ଏହା ଏପରି ଏକ ସ୍ଥାନ ଯେଉଁଠି ମଣିଷ ନିଜକୁ ସୁରକ୍ଷିତ ଓ ସହବନ୍ଧନରେ ବାନ୍ଧି ହୋଇ ନିର୍ମାଣ କରିଥାଏ ଏକ ସମ୍ପର୍କର ସେତୁ। ଘର ଇଟା କିମ୍ବା କାଠ ଦ୍ୱାରା ନୁହେଁ ବରଂ ପରିବାରର ବନ୍ଧନ ଦ୍ୱାରା ନିର୍ମିତ। ଘର ହେଉଛି ଏକ ସ୍ଥାନ ଯାହା ଜଣେ ବ୍ୟକ୍ତିଙ୍କୁ ଅଗଣିତ ସ୍ମୃତି ଓ ମୂଲ୍ୟବୋଧକୁ ମନେ ପକାଇଥାଏ। ଯେତେବେଳେ ଜଣେ ବ୍ୟକ୍ତି ଅଧିକ ବିଷୟବସ୍ତୁ ପ୍ରବଣ ହୋଇଥାନ୍ତି, ସେତେବେଳେ ସେ ଘର ନିର୍ମାଣ ପରିବର୍ତ୍ତେ ଭୋଗ୍ୟ ବସ୍ତୁର ସଂଗ୍ରହ ଉପରେ ଅଧିକ ଦୃଷ୍ଟି ନିକ୍ଷେପ କରିଥାନ୍ତି, ଯାହା ଜୀବନରେ ଶାନ୍ତି ଅପସରି ନେଇଥାଏ।
ଜଣେ ବ୍ୟକ୍ତି ସମଗ୍ର ଦୁନିଆର ପ୍ରତ୍ୟେକ ବସ୍ତୁ ପାଇପାରେ କିନ୍ତୁ ଯଦି ଏହାର ଉତ୍ତର ଦାୟିତ୍ୱ ସୁଚାରୁରୂପେ ନିରୂପଣ କରିବାରେ ସକ୍ଷମ ହୋଇ ନ ଥାଏ ବା ନିଜକୁ ପରିଚିତ କରାଇବାରେ ବିଫଳ ହୋଇଥାଏ, ତେବେ ଉକ୍ତ ବସ୍ତୁବାଦୀ ଘର ବା ଅଟ୍ଟାଳିକାର ମୂଲ୍ୟ କିଛି ନ ଥାଏ ବୋଲି ସ୍ବୀକାର କରିବାକୁ ହୋଇଥାଏ। ମାତ୍ର ସମୟ ଯେତିକି ଆଗକୁ ବଢୁଛି, ଘରର ସଂଜ୍ଞା ଓ ଘର ଭାବରେ ଯାହା ଦେଖାଯାଉଛି ତାହା ବଦଳି ଯାଉଛି । ବର୍ତ୍ତମାନ ବ୍ୟକ୍ତି ନିକଟରେ ଅନେକ ଅର୍ଥ, କ୍ଷମତା, ବୁଦ୍ଧି, କୌଶଳ ଆଦି ପରିପୂର୍ଣ୍ଣ ହୋଇଛି ଓ ଅତ୍ୟାଧୁନିକ ଗୃହ ମଧ୍ୟ ନିର୍ମାଣ କରୁଛି, ହେଲେ ଘର ରୂପକ ବାସସ୍ଥାନ କରିବାରେ ଅନେକେ ଅକ୍ଷମ। ମଧୁସୂଦନ ରାଓଙ୍କ ଉକ୍ତିରେ ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର’। ମଣିଷର ବୟସ ଅତିକ୍ରାନ୍ତ ହୋଇ ଚାଲିଛି ଓ ଇଟା ବାଲି ପଥର ସିମେଣ୍ଟ ତଥା ସୌଖୀନ ସରଞ୍ଜାମର ସଂଗ୍ରହ କରିବାରେ ମଣିଷ ନିରନ୍ତର ପ୍ରୟାସ ଜାରି କରୁଛି ଓ ସେଥିରୁ ସେ କେବଳ ପାଉଛି ଗୃହ ନିର୍ମାଣର ସାଙ୍କେତିକ ଠିକଣା। ପରିଶେଷରେ ଅନେକ କ୍ଷେତ୍ରରେ ଗୃହ ନିର୍ମାଣ କରି ମଣିଷର ଶେଷ ଜୀବନ ଅତିବାହିତ ହୋଇଥାଏ ସେବାଘରେ ବା ଜରା ନିବାସରେ। ତେଣୁ ଜୀବନର ସମସ୍ତ ସମୟ ଯଦି ଗୃହ ଉପକରଣ ସଂଗ୍ରହ କରିବାରେ ନିୟୋଜିତ କରିବୁ, ତେବେ ‘ଘର କରିବୁ କେବେ’?
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର, ଭାରତ ସରକାର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri