Posted inଖେଳ

୬ ବଲ୍‌ରେ ୭୭ ରନ୍‌: ଗୋଟିଏ ଓଭରରେ ସର୍ବାଧିକ ରନ୍‌ କରି ହାସଲ କରିଥିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ,୭।୧: ଗୋଟିଏ ଓଭରର ୬ ବଲ୍‌ରେ ୬ ଛକା ମାରିବାର ମୂହୁର୍ତ୍ତ ବହୁତ କମ୍‌ ଦେଖିବାକୁ ମିଳେ। ଏହାକୁ କ୍ରିକେଟ ପ୍ରଶଂସକ ସହଜରେ ଭୁଲି ନ ଥାନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ହର୍ଶଲ ଗିବ୍ସ ବିଶ୍ୱକପ୍‌ରେ ଏହି କମାଲ କରିଦେଖାଇଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ମଧ୍ୟ ଟି୨୦ ବିଶ୍ୱକପ୍‌ରେ ଏହି ସଫଳତା ହାସଲ କରିଥିଲେ। ଏହି ରେକର୍ଡଗୁଡ଼ିକୁ ଭାଙ୍ଗିବା ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ ସହଜ ନୁହେଁ। ହେଲେ ଯଦି ଆପଣଙ୍କୁ ଲାଗୁଛି କ୍ରିକେଟଜଗତରେ ୬ ବଲ୍‌ରେ ୩୬ ରନ୍‌ କରିବା ସର୍ବାଧିକ ରେକର୍ଡ, ତେବେ ଆପଣ ଭୁଲ ଭାବୁଛନ୍ତି।

୨୧ବର୍ଷ ପୂର୍ବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଓଭରରେ ବ୍ୟାଟ୍ସମ୍ୟାନ ୭୭ ରନ୍‌ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ୧୯୯୦ରେ ନ୍ୟୁଜିଲାଣ୍ଡର ଶେଲ ଟ୍ରଫି ଟୁର୍ନାମେଣ୍ଟରେ ବେଲିଙ୍ଗଟନ ଏବଂ କୈଟରବରୀଙ୍କ ମଧ୍ୟରେ ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌ରେ ବେଲିଙ୍ଗଟନ ଟିମ୍‌ ଅଡ଼ୁଆରେ ଫସିଥିଲା। ଟିମ୍‌ ମ୍ୟାଚ୍‌ ଡ୍ର କରିବାକୁ ଚାହୁଁ ନ ଥିଲା।

ମ୍ୟାଚ୍‌ରେ ବେଲିଙ୍ଗଟନ୍‌ ପ୍ରଥମେ ବ୍ୟାଟିଂ କରି ୨୦୨ ରନ୍‌ କରିଥିଲା। ଏହାର ଜବାବରେ କୈଟରବରୀ ୭ ଉଇକେଟ ହରାଇ ୨୨୧ ରନ୍‌ କରି ପାଳି ଘୋଷଣା କରିଥିଲେ। ପରେ ବେଲିଙ୍ଗଟନ ଦ୍ୱିତୀୟ ପାଳିରେ ୩୦୯ ରନ୍‌ କରିଥିଲେ ଏବଂ କୈଟରବରୀ ସମ୍ମୁଖରେ ୨୯୧ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲେ। ଶେଷ ପାଳିରେ ଦଳର ପ୍ରଭାବୀ ବ୍ୟାଟିଂ ସତ୍ତ୍ୱେ ମ୍ୟାଚ୍‌ ଡ୍ର ହୋଇଯାଇଥାନ୍ତା।

ଶେଷରେ କୈଟରବରୀକୁ ୧୨ ରନ୍‌ରେ ୯୫ ରନ୍‌ର ଆବଶ୍ୟକତା ରହିଥିଲା। ଏହା ସମ୍ଭବ ଲାଗୁ ନ ଥିବା ବେଳେ ହାତରେ ୨ ଉଇକେଟ ଥିଲା। ଅପରପକ୍ଷେ ବେଲିଙ୍ଗଟନର ଅଧିନାୟକ ବ୍ୟାଟ୍ସମ୍ୟାନ୍‌ଙ୍କୁ ରନ୍‌ କରିବାକୁ ଦିଆଯାଉ ବୋଲି ରଣନୀତି ପ୍ରସ୍ତୁତ କରିଥିଲେ। ଏହାଦ୍ୱାରା ବାକି ବ୍ୟାଟ୍ସମ୍ୟାନ୍‌ଙ୍କୁ ଉଇକେଟ ଦଳ ହାସଲ କରିହେବ ବୋଲି ସେ ଭାବିଥିଲେ। ହେଲେ ପର ଓଭରରେ ଯାହା ହୋଇଥିଲା ସମସ୍ତେ ଚମକି ଯାଇଥିଲେ।

ଏପରି ଥିଲା ବର୍ଟ ବାନ୍ସଙ୍କ ଓଭର:
ପ୍ରଥମ ବଲ୍‌ ନୋ ବଲ୍‌ ହେବା ପରେ ବ୍ୟାଟ୍ସମ୍ୟାନ୍‌ ଚଉକା ମାରିବା ପରେ(୫ ରନ୍‌)ହୋଇଥିଲା। ଏହାପରେ ବୋଲର୍‌ ଗୋଟିଏ ପରେ ଗୋଟିଏ ୧୫ ନୋ ବଲ୍‌ ପକାଇଥିଲେ। ଏଥିରେ ୮ ବଲ୍‌ରେ ଛକା, ୪ ବଲ୍‌ରେ ଚଉକା ଏବଂ ୩ ବଲ୍‌ରେ ଏକ ରନ୍‌ ମିଳିଥିଲା। ଏଣୁ ମୋଟ ରନ୍‌ ୬୪ ହୋଇଥିଲା। ତୃତୀୟ ବଲ୍‌ରେ କୌଣସି ରନ୍‌ ନାହିଁ। ଚତୁର୍ଥ ବଲ୍‌ରେ ନୋ ବଲ୍‌(ଚଉକା) ଏବଂ ଲିଗାଲ ବଲ୍‌ରେ ୦ ରନ୍‌। ପଞ୍ଚମ ବଲରେ କୌଣସି ରନ୍‌ ନାହିଁ। ୬ଷ୍ଠ ତଥା ଶେଷ ବଲ୍‌ରେ ୩ ରନ୍‌ ସହ ଗୋଟିଏ ଓଭରରେ ମୋଟ ୭୭ ରନ୍‌ ମିଳିଥିଲା। ଯାହାକି ଏଯାବତର ସବୁଠାରୁ ଅଧିକ ରନ୍‌ ହୋଇଥିବା ଓଭର ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ…

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?