ଚାକର, ଭାଇ, ବନ୍ଧୁ ଏବଂ ସ୍ତ୍ରୀଙ୍କ ପରୀକ୍ଷା କେବେ ଓ କିଭଳି କରିବା ଆବଶ୍ୟକ ; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ନିରାକରଣକୁ ନେଇ ମତ ରଖିଛନ୍ତି। ସେଥିରେ କେଉଁ ପରିସ୍ଥିତିରେ କେଉଁ ବ୍ୟକ୍ତିଙ୍କ ପରୀକ୍ଷା ନେବା ଜରୁରୀ ବୋଲି ସେ କହିଛନ୍ତି। ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ମନରେ ଅନ୍ୟପାଇଁ ଥିବା ଭଲପାଇବା ଏବଂ ନିଷ୍ଠା ବିଷୟରେ ଜଣାପଡେ। ବିଶେଷକରି ଚାକର, ଭାଇ, ବନ୍ଧୁ ଏବଂ ସ୍ତ୍ରୀଙ୍କ ପରୀକ୍ଷା କେଉଁ ସମୟରେ କରିବା ଆବଶ୍ୟକ ତାହା ଆସନ୍ତୁ ଜାଣିବା:

ଚାକରଙ୍କୁ ଏଭଳି ପରଖିବେ:
ଚାକର ଯେତେବେଳେ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ତା’ ଉପରେ ନଜର ରଖନ୍ତୁ। ତାଙ୍କୁ ଦିଆଯାଇଥିବା କାମ ସେ କେଉଁଭଳି କରୁଛନ୍ତି ତାହା ଦେଖନ୍ତୁ। ଟଙ୍କାପଇସା କ୍ଷେତ୍ରରେ କୌଣସି କପଟ କରୁ ନ ଥିବାକୁ ପରଖନ୍ତୁ ବୋଲି ଚାଣକ୍ୟ କହିଛନ୍ତି।

ବିପଦ ସମୟରେ ଭାଇଙ୍କ ପରୀକ୍ଷା ନିଅନ୍ତୁ:
ବିପଦ ବେଳେ ଆମକୁ ଭାଇ ନଚେତ ବନ୍ଧୁଙ୍କ ପରୀକ୍ଷା ନେବା ଉଚିତ। ଏହି ସମୟରେ ସେ ସାହାଯ୍ୟ କରୁଛନ୍ତି ନା କେବଳ ନାଟକ କରୁଛନ୍ତି ତାହା ପରଖନ୍ତୁ ବୋଲି ଚାଣକ୍ୟ କହିଛନ୍ତି।

ବିପଦ ବେଳେ ବନ୍ଧୁଙ୍କ ପରୀକ୍ଷା ନିଅନ୍ତୁ:
ଅନେକ ଲୋକ ଆମର ଭଲ ବନ୍ଧୁ ବୋଲି ଦାବି କରନ୍ତି। ହେଲେ ଏହା କେତେ ସତ କେତେ ମିଛ ତାହା ବିପଦ ବେଳେ ଜଣାପଡେ। କାରଣ କେବଳ ପ୍ରକୃତ ବନ୍ଧୁ ହିଁ ଆପଣଙ୍କ ସହ ବିପଦରେ ଛିଡ଼ା ହୋଇଥାନ୍ତି ବୋଲି ଚାଣକ୍ୟ କହିଛନ୍ତି।

ପାଖରେ ଧନ ନ ଥିବା ବେଳେ ସ୍ତ୍ରୀଙ୍କୁ ପରଖନ୍ତୁ:
ଚାଣକ୍ୟଙ୍କ ଅନୁଯାୟୀ ପାଖରୁ ଧନ ଶେଷ ହୋଇଯିବା ପରେ ସ୍ତ୍ରୀଙ୍କ ପରୀକ୍ଷା କରିବା ଆବଶ୍ୟକ। ଟଙ୍କା ନ ଥିବା ବେଳେ ତାଙ୍କ ସ୍ବଭାବ ଓ ପ୍ରେମରେ ପରିବର୍ତ୍ତନ ଆସୁଛି କି ନାହିଁ ତାହା ଦେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri