ଜୁନ୍‌ରୁ ମିଳୁନି ଗହମ, ରାଶନ ହିତାଧିକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ, ୨୮ା୧୦: ପରିବର୍ତ୍ତିତ ଖାଦ୍ୟ ସାରଣୀରେ ଅଟା ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଏବେ ଗହମ ଉପରେ ନିର୍ଭର କରୁଛନ୍ତି। ଏହା ଛଡା ଡାଇବେଟିସ ରୋଗୀଙ୍କ ନିତ୍ୟ ଆହାରରେ ରୁଟି ପ୍ରମୁଖ ଅଙ୍ଗ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ୫ମାସ ହେଲା (ଜୁନ୍‌ରୁ) ରାଶନ କାର୍ଡଧାରୀଙ୍କୁ ଗହମ ମିଳୁନାହିଁ। ଜିଲାର ୨,୬୪,୨୩୮ ପରିବାର ମଧ୍ୟରୁ ଅଧିକାଂଶ ଗହମ ପାଉ ନ ଥିବାରୁ ହତାଶ ହୋଇପଡିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ପକ୍ଷରୁ ଚଳିତ ରବି ଫସଲରେ ଗହମର ସର୍ବୋଚ୍ଚ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ କୁଇଣ୍ଟାଲ ପିଛା ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ବଜାରରେ ଅଟା କେଜି ପ୍ରତି ୫ ଟଙ୍କା ଅଧିକ ବୃଦ୍ଧି ପାଇଛି। ଫଳରେ ୫ କେଜି ଅଟା ପ୍ୟାକେଟରେ ୨୫ ଟଙ୍କା ବଢିଛି। ଯାହାକି ଖାଉଟି ପ୍ୟାକେଟ ଉପରେ ଦରବୃଦ୍ଧି ମାଡ ହୋଇଛି। ରାଶନ କାର୍ଡଧାରୀଙ୍କ ସମେତ ରୋଗୀ ଏବେ ଗହମ ଅପେକ୍ଷାରେ ଥିବା ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କୋରୋ ପଞ୍ଚାୟତର ମନ୍ମଥ କୁମାର ରାଉତ କହିଛନ୍ତି, କିଛି ଜମି ଭାଗ ଚାଷ କରି ଧାନ ଉପତ୍ାଦନ କରୁଛୁ। ଏହି ଫସଲ ଆମର ୬ ଜଣିଆ ପରିବାର ପାଇଁ ନିଅଣ୍ଟ ହେଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବାରୁ ମାସିକ ୩୦ କେଜି ଗହମ ପାଇଁ ପଞ୍ଜୀକୃତ କରିଛୁ। ସକାଳ ଓ ରାତିରେ ରୁଟି ପ୍ରମୁଖ ଖାଦ୍ୟ ହେଉଥିବା ବେଳେ କେବଳ ମଧ୍ୟାହ୍ନ ଭୋଜନରେ ଭାତ ସାମିଲ ହେଉଛି। ଏହା ଦୀର୍ଘଦିନ ଧରି ଚାଲିଆସିଛି। ଗତ ଜୁନ୍‌ରୁ ଡିଲର ଗହମ ଦେଉନାହାନ୍ତି। ଫଳରେ ସବୁବେଳେ ଭାତ ଖାଇବାକୁ ପଡୁଛି। ଆମ ଘରେ ବଡ ଭାଇଙ୍କୁ ଡାଇବେଟିସ। ଭାତ ଖାଇଲେ ସ୍ବାସ୍ଥ୍ୟ ବିଗିଡି ଯାଉଛି। ଅଟା ଦର ମଧ୍ୟ କେଜି ପ୍ରତି ୫ ଟଙ୍କା ବଢ଼ିଯାଇଛି। ସରକାରୀ ରାଶନ ଯୋଗାଣ ଯୋଜନାରେ ଗହମକୁ ପୁନର୍ବାର ସାମିଲ କରିବାକୁ ସେ ନିବେଦନ କରିଛନ୍ତି। ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର କେନ୍ଦ୍ରାପଡ଼ା ଜିଲା ସଭାପତି ନିରଞ୍ଜନ ପରିଡା କହିଛନ୍ତି, ଜିଲାରେ ମୋଟ ୨,୬୪,୮୦୬ ପରିବାରର ୧୦,୧୮,୬୩୫ ହିତାଧିକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ଏଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୨,୬୪,୨୩୮ ପରିବାର ପାଇଁ ମୋଟ ୧୭୧୬୩.୨୫ କୁଇଣ୍ଟାଲ ଗହମ ମାସିକ ଉଠାଯାଉଛି। ତେବେ ୫ ମାସ ହେଲା ହିତାଧିକାରୀଙ୍କୁ ଗହମ ମିଳିନାହିଁ। ଯାହା ଏବେ ମଧ୍ୟବିତ୍ତ ଓ ଗରିବଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଡିଲରମାନେ ଗହମ ଉଠାଇ ନ ଥିବା କହି ଚାଉଳ ଦେଉଛନ୍ତି। ଗହମ ଏବେ ସମସ୍ତଙ୍କ ପାଇଁ ଆବଶ୍ୟକ ଥିବା ବେଳେ ଏହାକୁ ଯୋଗାଇ ନ ଦେବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ନୀତିରେ ପ୍ରଶ୍ନବାଚୀ ଆଣିଛି। ତୁରନ୍ତ ରାଶନ କାର୍ଡଧାରୀଙ୍କ ପାଇଁ ଗହମ ଯୋଗାଣର ସୁବନ୍ଦୋବସ୍ତ କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ କୁମାର ଗନ୍ତାୟତ କହିଛନ୍ତି, ଗହମର ସଂଗ୍ରହ ହାର କମ୍‌ ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ମାସ ପର୍ଯ୍ୟନ୍ତ ନିଅଣ୍ଟ ସ୍ଥିତି ରହିବ ବୋଲି ଗତ ମେ ମାସରେ ସୂଚନା ମିଳିଥିଲା। ଜୁନ୍‌ ମାସ ଆଲଟମେଣ୍ଟରେ ପ୍ରାୟ ୫୦ ପ୍ରତିଶତ ଗହମ ଜିଲା ପାଇଁ ଉଠାଣ ହୋଇ ବଣ୍ଟନ ହୋଇଛି। ଏବେ କେନ୍ଦ୍ର ସରକାର ରାଶନ କାର୍ଡଧାରୀଙ୍କ ପାଇଁ ଅତିରିକ୍ତ ୩ ମାସ ଧରି ରାଶନ ସାମଗ୍ରୀ ଯୋଗାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ, ଚଳିତ ମାସରେ ଗହମ ଉଠାଣ ହୋଇଛି। ଯାହା ଆସନ୍ତା ନଭେମ୍ବରରେ ବଣ୍ଟନ ସମୟରେ ପ୍ରଦାନ କରାଯିବ। ହିତାଧିକାରୀଙ୍କ ପାଇଁ ଅଦ୍ୟାବଧି ଗହମ ଉଠାଣ ହୋଇନାହିଁ। ହିତାଧିକାରୀ ଏ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରୁଥିବା ଅଭିଯୋଗ ଆସୁଛି। ଏହାର ସମାଧାନ ପାଇଁ ବିଭାଗୀୟ ଉଚ୍ଚ କାର୍ଯ୍ୟାଳୟକୁ ଚିଠି ହୋଇଥିବା ସିଏସ୍‌ଓ ଗନ୍ତାୟତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri