ଜିଲାରେ ଖାଉଟି କେନ୍ଦ୍ରରୁ ମିଳୁନି ଗହମ

ପୁରୀ ଅଫିସ,୧୬।୧୦:  ରବିବାର ବିଶ୍ୱ ପାଳିବ ଖାଦ୍ୟ ଦିବସ। ଭାରତ ତଥା ସାରା ବିଶ୍ୱରେ ନାଗରିକଙ୍କ ମୌଳିକ ସୁବିଧା ତାଲିକାରେ ଖାଦ୍ୟ ସର୍ବାଗ୍ରେ ଆସେ। ବିଶ୍ୱରେ କେହି ଭୋକିଲା ରହିବେ ନାହିଁ, ସେହି ଲକ୍ଷ୍ୟ ନେଇ ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ରଙ୍କଠାରୁ ଆରମ୍ଭ କରି ବିଶ୍ୱ ବ୍ୟାଙ୍କ ଓ ସଂଯୁକ୍ତ ରାଷ୍ଟ୍ର ଭଳି ସଙ୍ଗଠନ ସର୍ବଦା ପ୍ରଚେଷ୍ଟା କରିଆସିଛନ୍ତି। ଏହି ଉଦ୍ୟମରେ ଭାରତ ମଧ୍ୟ ପାଦକୁ ପାଦ ମିଶାଇ ଚାଲିଆସିଛି। ଖାଦ୍ୟ ସୁରକ୍ଷା ଆଇନ ବଳରେ ପ୍ରତିଟି ଭାରତୀୟଙ୍କ ପାଖରେ କିଭଳି ଭାବେ ଏହି ମୌଳିକ ସୁବିଧା ପହଞ୍ଚିବ ତାହା ସରକାର ସବୁବେଳେ ସୁନିଶ୍ଚିତ କରିଆସୁଛନ୍ତି। ମାତ୍ର ପୁରୀ ଜିଲାରେ ଖାଦ୍ୟ ସୁରକ୍ଷା ଆଇନର ଖୋଲାଖୋଲି ଉଲ୍ଲଂଘନ କରୁଛି ପ୍ରଶାସନ। ଗତ ଫେବୃୟାରୀଠାରୁ ପୁରୀ ଜିଲାର କୌଣସି ଖାଉଟି କେନ୍ଦ୍ରରୁ ଲୋକଙ୍କୁ ଗହମ ମିଳୁ ନାହିଁ। ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ଭାରତୀୟ ଖାଦ୍ୟ ନିଗମ କର୍ଣ୍ଣପାତ କରୁନାହାନ୍ତି। ମାନବାଧିକାର କମିଶନ ଓ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ସତ୍ତ୍ବେ ଲୋକଙ୍କୁ ଗହମ ମିଳୁନି। ଜିଲାପାଳ ସମର୍ଥ ବର୍ମା କେବଳ ପ୍ରଚେଷ୍ଟା କରୁଥିବା କହି ନିଜ ଅପାରଗତା ଲୁଚାଉଛନ୍ତି। ଗହମ ନ ମିଳିବାରୁ ଜିଲାରେ ଲକ୍ଷାଧିକ ଲୋକେ ପ୍ରଭାବିତ ହେଉଛନ୍ତି। ବିଶେଷ କରି ମଧୁମେହ ରୋଗୀମାନେ ରାତି ସମୟରେ ରୁଟି ଖାଉଥିବା ହେତୁ ଗହଳ ମିଳୁ ନ ଥିବାରୁ ରୁଟି ପାଇଁ ହୀନସ୍ତା ହେଉଛନ୍ତି। ବଜାରରୁ ଅଟା କିଣିଲେ କିଲୋ ପିଛା ୩୫ଟଙ୍କା ପର୍ଯ୍ୟନ୍ତ ଗଲାଣି। ଏଭଳି ସ୍ଥିତି ଖଟିଖିଆ, ଦିନମଜୁରିଆ କିଭଳି ଭାବେ ଗହମ ମୁଠେ ପାଇବେ ତାହା ସରକାରଙ୍କ ଦାୟିତ୍ୱ ବୋଲି ଆଇନଜୀବୀ ଚିନ୍ମୟ ଦାସ କହିଛନ୍ତି। ପୁରୀ ଜିଲାର ୪ ଲକ୍ଷ ପରିବାରରୁ ତିନି ଚତୁର୍ଥାଂଶ ପରିବାରରେ ଅତିକମ୍‌ରେ ଜଣେ ଲେଖାଏ ଲୋକ ମଧୁମେହ ରୋଗରେ ପୀଡ଼ିତ। ଏଭଳି ସ୍ଥିତିରେ ଅର୍ଥାଭାବରୁ ଉଚ୍ଚ ଶ୍ୱେତସାର ସମ୍ପୂର୍ଣ୍ଣ ଖାଦ୍ୟ ଭାତକୁ ଲୋକେ ବିକଳ୍ପ ଭାବେ ବାଛୁଛନ୍ତି। ଏହା ସାମଗ୍ରିକ ଭାବେ ଜିଲାରେ ଥିବା ମଧୁମେହ ରୋଗୀଙ୍କର ସ୍ବାସ୍ଥ୍ୟାବସ୍ଥାକୁ ପ୍ରଭାବିତ କରୁଛି। ଏ ନେଇ ବ୍ରହ୍ମଗିରିର ମଧୁମେହ ରୋଗୀ ପର୍ଶୁରାମ ପରିଡ଼ା କହିଛନ୍ତି, ୪ଜଣ ପରିବାର ସଦସ୍ୟଙ୍କ ମଧ୍ୟରୁ ୨ଜଣଙ୍କୁ ମଧୁମେହ। ଫେବୃୟାରୀରୁ କଣ୍ଟ୍ରୋଲରୁ ଗହମ ମିଳିବା ବନ୍ଦ ହୋଇଯାଇଛି। ଫଳରେ ଗହମ କିଣିବା କଷ୍ଟକର ହେଉଛି। ପ୍ରତିଦିନ ଗହମ କିଣି ଖାଇବା ଭଳି ସାମର୍ଥ୍ୟ ପରିବାର ପାଖରେ ନ ଥିବା ହେତୁ ରୁଟି ଖାଇବା କମାଇ ଦେଇଛୁ।

ପୁରୀ ଜିଲାକୁ ଗହମ ଜଟଣୀ ଗୋଦାମରୁ ଆସୁଥିଲା। ମାତ୍ର ଜଟଣୀ ଗୋଦାମ ଟ୍ରକ୍‌ ମାଲିକ ସଂଘର ବାରମ୍ବାର ବିରୋଧ ଯୋଗୁ ଗହମ ଆସିପାରିଲା ନାହିଁ। ଏଭଳି ସ୍ଥିତିରେ ରାଜ୍ୟ ଜଟଣୀ ପରିବର୍ତ୍ତେ କଟକ ଗୋଦାମରୁ ପୁରୀ ଜିଲା ପାଇଁ ଗହମ ଯୋଗାଇବା ପାଇଁ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାରତୀୟ ଖାଦ୍ୟ ନିଗମକୁ ଏକାଧିକ ଚିଠି ଲେଖିଛନ୍ତି। ଏପିରିକି ଗତ ମେ ମାସରେ ପୁରୀ ବିକାଶ ପରିଷଦ ପକ୍ଷରୁ ଏସମ୍ପର୍କରେ ଜାତୀୟ ମାନବାଧିକାର କମିଶନ ନିକଟରେ ମାମଲା ରୁଜୁ ହୋଇଥିଲା। ଏହାଉପରେ ବିଚାର କରି ୮ସପ୍ତାହ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତ ଜୁନ ୧୩ତାରିଖରେ ମାନବାଧିକାର କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କ’ଣ ଆଲୋଚନା ହେଲା ଓ କ’ଣ ପଦକ୍ଷେପ ନିଆଗଲା ତାହା କେହି ଜାଣି ନ ଥିବାବେଳେ ଖାଉଟିଙ୍କୁ ଏପର୍ଯ୍ୟନ୍ତ ଗହମ ମିଳିପାରି ନାହିଁ।

ଅନ୍ୟପକ୍ଷେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହୋଇପାରିବା ପରେ ପୁରୀ ବିକାଶ ପରିଷଦ ପ୍ରସଙ୍ଗକୁ ଜନସ୍ବାର୍ଥ ମାମଲା ଜରିଆରେ ହାଇକୋର୍ଟକୁ ନେଇଛନ୍ତି। ଗତ ସେପ୍ଟେମ୍ବରରେ ଡବ୍ଲୁ.ପି(ସି) ନମ୍ବର.୨୪୩୧୧/୨୦୨୨ରେ ମାମଲା ରୁଜୁ ହୋଇଛି। ମୁଖ୍ୟ ଶାସନ ସଚିବ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଖାଦ୍ୟ, ଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗ ସଚିବ, ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ଯୋଗାଣ ନିଗମ, ପୁରୀ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୀ ଜିଲାର ଖାଉଟିମାନଙ୍କୁ ଗହମ ନ ମିଳିବା ଏକ ବଡ଼ ସମସ୍ୟା। ସରକାରୀ ସ୍ତରରେ ଅଫିସରଙ୍କର ଅବହେଳା ହେତୁ ଗହମ ମିଳିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri