ଜିଲାରେ ଖାଉଟି କେନ୍ଦ୍ରରୁ ମିଳୁନି ଗହମ

ପୁରୀ ଅଫିସ,୧୬।୧୦:  ରବିବାର ବିଶ୍ୱ ପାଳିବ ଖାଦ୍ୟ ଦିବସ। ଭାରତ ତଥା ସାରା ବିଶ୍ୱରେ ନାଗରିକଙ୍କ ମୌଳିକ ସୁବିଧା ତାଲିକାରେ ଖାଦ୍ୟ ସର୍ବାଗ୍ରେ ଆସେ। ବିଶ୍ୱରେ କେହି ଭୋକିଲା ରହିବେ ନାହିଁ, ସେହି ଲକ୍ଷ୍ୟ ନେଇ ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ରଙ୍କଠାରୁ ଆରମ୍ଭ କରି ବିଶ୍ୱ ବ୍ୟାଙ୍କ ଓ ସଂଯୁକ୍ତ ରାଷ୍ଟ୍ର ଭଳି ସଙ୍ଗଠନ ସର୍ବଦା ପ୍ରଚେଷ୍ଟା କରିଆସିଛନ୍ତି। ଏହି ଉଦ୍ୟମରେ ଭାରତ ମଧ୍ୟ ପାଦକୁ ପାଦ ମିଶାଇ ଚାଲିଆସିଛି। ଖାଦ୍ୟ ସୁରକ୍ଷା ଆଇନ ବଳରେ ପ୍ରତିଟି ଭାରତୀୟଙ୍କ ପାଖରେ କିଭଳି ଭାବେ ଏହି ମୌଳିକ ସୁବିଧା ପହଞ୍ଚିବ ତାହା ସରକାର ସବୁବେଳେ ସୁନିଶ୍ଚିତ କରିଆସୁଛନ୍ତି। ମାତ୍ର ପୁରୀ ଜିଲାରେ ଖାଦ୍ୟ ସୁରକ୍ଷା ଆଇନର ଖୋଲାଖୋଲି ଉଲ୍ଲଂଘନ କରୁଛି ପ୍ରଶାସନ। ଗତ ଫେବୃୟାରୀଠାରୁ ପୁରୀ ଜିଲାର କୌଣସି ଖାଉଟି କେନ୍ଦ୍ରରୁ ଲୋକଙ୍କୁ ଗହମ ମିଳୁ ନାହିଁ। ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ଭାରତୀୟ ଖାଦ୍ୟ ନିଗମ କର୍ଣ୍ଣପାତ କରୁନାହାନ୍ତି। ମାନବାଧିକାର କମିଶନ ଓ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ସତ୍ତ୍ବେ ଲୋକଙ୍କୁ ଗହମ ମିଳୁନି। ଜିଲାପାଳ ସମର୍ଥ ବର୍ମା କେବଳ ପ୍ରଚେଷ୍ଟା କରୁଥିବା କହି ନିଜ ଅପାରଗତା ଲୁଚାଉଛନ୍ତି। ଗହମ ନ ମିଳିବାରୁ ଜିଲାରେ ଲକ୍ଷାଧିକ ଲୋକେ ପ୍ରଭାବିତ ହେଉଛନ୍ତି। ବିଶେଷ କରି ମଧୁମେହ ରୋଗୀମାନେ ରାତି ସମୟରେ ରୁଟି ଖାଉଥିବା ହେତୁ ଗହଳ ମିଳୁ ନ ଥିବାରୁ ରୁଟି ପାଇଁ ହୀନସ୍ତା ହେଉଛନ୍ତି। ବଜାରରୁ ଅଟା କିଣିଲେ କିଲୋ ପିଛା ୩୫ଟଙ୍କା ପର୍ଯ୍ୟନ୍ତ ଗଲାଣି। ଏଭଳି ସ୍ଥିତି ଖଟିଖିଆ, ଦିନମଜୁରିଆ କିଭଳି ଭାବେ ଗହମ ମୁଠେ ପାଇବେ ତାହା ସରକାରଙ୍କ ଦାୟିତ୍ୱ ବୋଲି ଆଇନଜୀବୀ ଚିନ୍ମୟ ଦାସ କହିଛନ୍ତି। ପୁରୀ ଜିଲାର ୪ ଲକ୍ଷ ପରିବାରରୁ ତିନି ଚତୁର୍ଥାଂଶ ପରିବାରରେ ଅତିକମ୍‌ରେ ଜଣେ ଲେଖାଏ ଲୋକ ମଧୁମେହ ରୋଗରେ ପୀଡ଼ିତ। ଏଭଳି ସ୍ଥିତିରେ ଅର୍ଥାଭାବରୁ ଉଚ୍ଚ ଶ୍ୱେତସାର ସମ୍ପୂର୍ଣ୍ଣ ଖାଦ୍ୟ ଭାତକୁ ଲୋକେ ବିକଳ୍ପ ଭାବେ ବାଛୁଛନ୍ତି। ଏହା ସାମଗ୍ରିକ ଭାବେ ଜିଲାରେ ଥିବା ମଧୁମେହ ରୋଗୀଙ୍କର ସ୍ବାସ୍ଥ୍ୟାବସ୍ଥାକୁ ପ୍ରଭାବିତ କରୁଛି। ଏ ନେଇ ବ୍ରହ୍ମଗିରିର ମଧୁମେହ ରୋଗୀ ପର୍ଶୁରାମ ପରିଡ଼ା କହିଛନ୍ତି, ୪ଜଣ ପରିବାର ସଦସ୍ୟଙ୍କ ମଧ୍ୟରୁ ୨ଜଣଙ୍କୁ ମଧୁମେହ। ଫେବୃୟାରୀରୁ କଣ୍ଟ୍ରୋଲରୁ ଗହମ ମିଳିବା ବନ୍ଦ ହୋଇଯାଇଛି। ଫଳରେ ଗହମ କିଣିବା କଷ୍ଟକର ହେଉଛି। ପ୍ରତିଦିନ ଗହମ କିଣି ଖାଇବା ଭଳି ସାମର୍ଥ୍ୟ ପରିବାର ପାଖରେ ନ ଥିବା ହେତୁ ରୁଟି ଖାଇବା କମାଇ ଦେଇଛୁ।

ପୁରୀ ଜିଲାକୁ ଗହମ ଜଟଣୀ ଗୋଦାମରୁ ଆସୁଥିଲା। ମାତ୍ର ଜଟଣୀ ଗୋଦାମ ଟ୍ରକ୍‌ ମାଲିକ ସଂଘର ବାରମ୍ବାର ବିରୋଧ ଯୋଗୁ ଗହମ ଆସିପାରିଲା ନାହିଁ। ଏଭଳି ସ୍ଥିତିରେ ରାଜ୍ୟ ଜଟଣୀ ପରିବର୍ତ୍ତେ କଟକ ଗୋଦାମରୁ ପୁରୀ ଜିଲା ପାଇଁ ଗହମ ଯୋଗାଇବା ପାଇଁ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାରତୀୟ ଖାଦ୍ୟ ନିଗମକୁ ଏକାଧିକ ଚିଠି ଲେଖିଛନ୍ତି। ଏପିରିକି ଗତ ମେ ମାସରେ ପୁରୀ ବିକାଶ ପରିଷଦ ପକ୍ଷରୁ ଏସମ୍ପର୍କରେ ଜାତୀୟ ମାନବାଧିକାର କମିଶନ ନିକଟରେ ମାମଲା ରୁଜୁ ହୋଇଥିଲା। ଏହାଉପରେ ବିଚାର କରି ୮ସପ୍ତାହ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତ ଜୁନ ୧୩ତାରିଖରେ ମାନବାଧିକାର କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କ’ଣ ଆଲୋଚନା ହେଲା ଓ କ’ଣ ପଦକ୍ଷେପ ନିଆଗଲା ତାହା କେହି ଜାଣି ନ ଥିବାବେଳେ ଖାଉଟିଙ୍କୁ ଏପର୍ଯ୍ୟନ୍ତ ଗହମ ମିଳିପାରି ନାହିଁ।

ଅନ୍ୟପକ୍ଷେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହୋଇପାରିବା ପରେ ପୁରୀ ବିକାଶ ପରିଷଦ ପ୍ରସଙ୍ଗକୁ ଜନସ୍ବାର୍ଥ ମାମଲା ଜରିଆରେ ହାଇକୋର୍ଟକୁ ନେଇଛନ୍ତି। ଗତ ସେପ୍ଟେମ୍ବରରେ ଡବ୍ଲୁ.ପି(ସି) ନମ୍ବର.୨୪୩୧୧/୨୦୨୨ରେ ମାମଲା ରୁଜୁ ହୋଇଛି। ମୁଖ୍ୟ ଶାସନ ସଚିବ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଖାଦ୍ୟ, ଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗ ସଚିବ, ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ଯୋଗାଣ ନିଗମ, ପୁରୀ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୀ ଜିଲାର ଖାଉଟିମାନଙ୍କୁ ଗହମ ନ ମିଳିବା ଏକ ବଡ଼ ସମସ୍ୟା। ସରକାରୀ ସ୍ତରରେ ଅଫିସରଙ୍କର ଅବହେଳା ହେତୁ ଗହମ ମିଳିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri