ଭାରତକୁ ବଡ ଅଫର ଦେଲା ରୁଷିଆ, ଚାଇନା, ପାକିସ୍ତାନର ହଜିଲା ନିଦ

ନୂଆଦିଲ୍ଲୀ,୨୦।୧୧: ଆସନ୍ତା ମାସରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ମସ୍କୋ ନୂଆଦିଲ୍ଲୀକୁ ଏକ ବଡ଼ ସାମରିକ ପ୍ରସ୍ତାବ ଦେଇଛି। ରୁଷିଆ ଭାରତକୁ ତାହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ ‘Su-57’ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା ବିନା କୌଣସି କଟକଣାରେ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛି।

ରୁଷ ସରକାରୀ ପ୍ରତିରକ୍ଷା କମ୍ପାନୀ ‘ରୋଷ୍ଟେକ୍’ର ସିଇଓ ସର୍ଗେ ଚେମେଜୋଭ କହିଛନ୍ତି ଯେ, ଏହି ପ୍ରସ୍ତାବରେ ଇଞ୍ଜିନ୍, ସେନ୍ସର, ଷ୍ଟେଲଥ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉପକରଣର ଉତ୍ପାଦନ ସମେତ ସମଗ୍ର ୫ମ ପିଢ଼ିର ଇକୋସିଷ୍ଟମକୁ ଭାରତ ପାଇଁ ଖୋଲିବାକୁ ପ୍ରସ୍ତୁତ ଅଛି।

ପ୍ରାରମ୍ଭରେ ରୁଷରେ ଉତ୍ପାଦିତ Su-57 ବିମାନ ଯୋଗାଇ ଦିଆଯିବ ଏବଂ ପର୍ଯ୍ୟାୟକ୍ରମେ ଏହାର ଉତ୍ପାଦନ ଭାରତକୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି। Su-57 ବ୍ୟତୀତ, ମସ୍କୋ ଭାରତକୁ ଏହାର ଏକକ-ଇଞ୍ଜିନ ବିଶିଷ୍ଟ ଷ୍ଟେଲଥ୍ ଯୁଦ୍ଧ ବିମାନ Su-75 ‘ଚେକମେଟ୍’ ମଧ୍ୟ ପ୍ରସ୍ତାବ ଦେଇପାରେ ବୋଲି ରିପୋର୍ଟରୁ ଜଣାପଡିଛି।

ଦୁବାଇ ଏୟାର ଶୋ’ ୨୦୨୫ ଅବସରରେ ଚେମେଜୋଭ କହିଛନ୍ତି, “ଭାରତ ଓ ରୁଷ ବର୍ଷ ବର୍ଷ ଧରି ସହଯୋଗୀ ଅଟନ୍ତି। ସୁରକ୍ଷା ପାଇଁ ଭାରତର ଯାହା ଆବଶ୍ୟକ, ଆମେ ତାହା ଯୋଗାଇ ଦେବାକୁ ପ୍ରସ୍ତୁତ। ଭାରତ ପକ୍ଷରୁ ଟେକ୍ନୋଲୋଜି ସମ୍ବନ୍ଧୀୟ ଯେକୌଣସି ଦାବି ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ହେବ।”

ରୁଷ ରାଷ୍ଟ୍ରପତି ପୁଟିନ ଡିସେମ୍ବର ମାସରେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଗସ୍ତ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଘୋଷଣା ହେବାର ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

India T20I Squad: ଘୋଷଣା ହେଲା ଟି-୨୦ ପାଇଁ ଟିମ ଇଣ୍ଡିଆ; ଶ୍ରେୟସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୬।୬: ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ…

ତିନି ଦିନ ବିଳମ୍ବରେ ଗୋଆରେ ପହଞ୍ଚିଲା ମୌସୁମୀ, ଏବେ ବର୍ଷାକୁ ନେଇ ରେଡ ଆଲର୍ଟ, ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ…

ନୂଆଦିଲ୍ଲୀ,୬।୬: ପ୍ରାୟ ତିନି ଦିନ ବିଳମ୍ବ ପରେ, ଶନିବାର ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି ଏବଂ ଏହା ଗୋଆରେ ପହଞ୍ଚିଛି। କେରଳରେ ଆଗାମୀ ୨୪ ଘଣ୍ଟା…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri