ଘରେ କ’ଣ ରଖିଲେ ବଢ଼ିଥାଏ ଧନ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ତଥା ଉତ୍ତର-ପୂର୍ବ ଦିଗ ସହ ଆର୍ଥତ୍କ ଅଭିବୃଦ୍ଧିର ଅନେକ କିଛି ସମ୍ବନ୍ଧ ରହିଛି। ତେଣୁ ଏହି ଦିଗଗୁଡ଼ିକରେ କ’ଣ ରଖିଲେ ବା କି ବାସ୍ତୁ ଉପଚାର କଲେ ଘରେ ସମୃଦ୍ଧି ବୃଦ୍ଧି ପାଇବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ।

ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗରେ ଯଦି ନୀଳ ରଙ୍ଗର କୌଣସି ଏକ ଆର୍ଟିଫିସିଆଲ୍‌ ପିରାମିଡ୍‌କୁ ରଖି ଦିଆଯାଏ, ତା’ହେଲେ ଏହା ଧନବୃଦ୍ଧି କରିବାରେ ସହାୟକ ହୋଇଥାଏ। ପିରାମିଡ୍‌ ନ ମିଳିଲେ ତା’ପରିବର୍ତ୍ତେ ଆପଣ ଚାହିଁଲେ ଏହି ଦିଗର କାନ୍ଥକୁ ନୀଳ ରଙ୍ଗରେ ପେଣ୍ଟିଂ ବି କରିପାରିବେ।

ତା’ଛଡ଼ା ଉତ୍ତର ଦିଗରେ କାଚର ବାଉଲ୍‌ରେ କିଛି ରୁପା କଏନ୍‌ ଭର୍ତ୍ତି କରି ରଖିଲେ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

ସେହିପରି ଆପଣ ଚାହିଁଲେ ଘରର ଉତ୍ତର-ପୂର୍ବ ଦିଗରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ସେଠାରେ ଦିନରେ ଥରେ ହେଉନା କାହିଁକି ଦୀପଟିଏ ଜଳାଇ ପାରିବେ। ତା’ସହିତ ସେହି ସ୍ଥାନର ସଫାସୁତୁରା ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେଲେ ଘରେ କେବେ ଟଙ୍କା ପଇସା ଅଭାବ ଦେଖାଯାଇ ନ ଥାଏ ବୋଲି ବିଶ୍ୱାସ କରାଯାଇଥାଏ।

ଅନ୍ୟପକ୍ଷେ ଘରର ଉତ୍ତର ଦିଗରେ ଅଁଳା କିମ୍ବା ତୁଳସୀ ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

GEN-Z ,ଆଲ୍ଫାଙ୍କ ମନ ଜିତିବାକୁ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍‌: କଲେ ଏମିତି କାମ, ଦେଶରେ ଚହଳ

ନୂଆଦିଲ୍ଲୀ,୨୦।୮: ଜନ୍ତର-ମନ୍ତରରେ ନିକଟରେ ହୋଇଥିବା ପ୍ରତିବାଦ ପରେ ଜେନ ଜି ଓ ଜେନ ଆଲ୍ଫା ପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏକ…

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

୩ ରାଶି ହୋଇଯାଆନ୍ତୁ ସତର୍କ, ମାଡିଆସୁଛି ସଙ୍କଟ! ରକ୍ଷାବନ୍ଧନରେ ଘଟୁଛି ଏଭଳି ଯାହା କେବେ…

ରକ୍ଷାବନ୍ଧନ ଦିନ ଅର୍ଥାତ୍‌ ୨୮ ଅଗଷ୍ଟରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଜ୍ୟୋତିଷଙ୍କ ମତାନୁସାରେ, ଏହି ଗ୍ରହଣର ପ୍ରଭାବ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିପାରେ। ବିଶେଷକରି ମେଷ,…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri