ଘରେ କ’ଣ ରଖିଲେ ବଢ଼ିଥାଏ ଧନ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ତଥା ଉତ୍ତର-ପୂର୍ବ ଦିଗ ସହ ଆର୍ଥତ୍କ ଅଭିବୃଦ୍ଧିର ଅନେକ କିଛି ସମ୍ବନ୍ଧ ରହିଛି। ତେଣୁ ଏହି ଦିଗଗୁଡ଼ିକରେ କ’ଣ ରଖିଲେ ବା କି ବାସ୍ତୁ ଉପଚାର କଲେ ଘରେ ସମୃଦ୍ଧି ବୃଦ୍ଧି ପାଇବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ।

ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗରେ ଯଦି ନୀଳ ରଙ୍ଗର କୌଣସି ଏକ ଆର୍ଟିଫିସିଆଲ୍‌ ପିରାମିଡ୍‌କୁ ରଖି ଦିଆଯାଏ, ତା’ହେଲେ ଏହା ଧନବୃଦ୍ଧି କରିବାରେ ସହାୟକ ହୋଇଥାଏ। ପିରାମିଡ୍‌ ନ ମିଳିଲେ ତା’ପରିବର୍ତ୍ତେ ଆପଣ ଚାହିଁଲେ ଏହି ଦିଗର କାନ୍ଥକୁ ନୀଳ ରଙ୍ଗରେ ପେଣ୍ଟିଂ ବି କରିପାରିବେ।

ତା’ଛଡ଼ା ଉତ୍ତର ଦିଗରେ କାଚର ବାଉଲ୍‌ରେ କିଛି ରୁପା କଏନ୍‌ ଭର୍ତ୍ତି କରି ରଖିଲେ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

ସେହିପରି ଆପଣ ଚାହିଁଲେ ଘରର ଉତ୍ତର-ପୂର୍ବ ଦିଗରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ସେଠାରେ ଦିନରେ ଥରେ ହେଉନା କାହିଁକି ଦୀପଟିଏ ଜଳାଇ ପାରିବେ। ତା’ସହିତ ସେହି ସ୍ଥାନର ସଫାସୁତୁରା ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେଲେ ଘରେ କେବେ ଟଙ୍କା ପଇସା ଅଭାବ ଦେଖାଯାଇ ନ ଥାଏ ବୋଲି ବିଶ୍ୱାସ କରାଯାଇଥାଏ।

ଅନ୍ୟପକ୍ଷେ ଘରର ଉତ୍ତର ଦିଗରେ ଅଁଳା କିମ୍ବା ତୁଳସୀ ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ-ରେ

ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା...

ଓଲଟା ଚପଲ ଦେଖିଲେ ତୁରନ୍ତ କରନ୍ତୁ ସିଧା

ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହା...

ପ୍ରଳୟଙ୍କରୀ ଭୂମିକମ୍ପ

ନିକଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହେଉଛି। ମଧ୍ୟପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ରିକ୍ଟର...

ବହୁତ ଭାଗ୍ୟବାନ ଏହି ୪ ରାଶିର ବ୍ୟକ୍ତି; ଧନର ଅଭାବ ନ ଥାଏ, କମ୍‌ ପରିଶ୍ରମରେ ହୁଅନ୍ତି ସଫଳ

କୁହାଯାଏ କଠିନ ପରିଶ୍ରମ ସଫଳତାର ଚାବିକାଠି। କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପରିଶ୍ରମ କରିବା ସତ୍ତ୍ୱେ ସଫଳତା ପାଇ ନ ଥାନ୍ତି। ସେହିଭଳି କିଛି...

ଦିନରାତି ମୋବାଇଲ ବ୍ୟବହାର ତ୍ୱଚା ଉପରେ ପକାଏ କୁପ୍ରଭାବ

ବର୍ତ୍ତମାନ ସମୟରେ ମୋବାଇଲ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକାଳୁ ରାତି ହେବାଯାଏ ଏହା ଆମ ହାତରେ ରହିଥାଏ ।...

ବାରମ୍ବାର ପିଲାକୁ ଦୃଷ୍ଟି ଲାଗୁଛି କି? ଆପଣାନ୍ତୁ ଏସବୁ ଉପାୟ…

କଥାରେ ଅଛି କୁଦୃଷ୍ଟି ପଡ଼ିଲେ କିଛି ବି ଉଧାଏ ନାହିଁ। ମଣିଷର ଘର, ପଦୋନ୍ନତି, ଦୋକାନଠାରୁ ଆରମ୍ଭ କରି ଅନେକ ଜିନିଷ ଉପରେ ଖରାପ ନଜର...

ଅଫିସ୍‌ ଗସିପ୍‌

ଅଫିସରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ବି ଏକ ପ୍ରକାର କଳା। କିନ୍ତୁ ସହକର୍ମୀଙ୍କ ସହ ମହିଳା କର୍ମଚାରୀମାନେ ବେଳେବେଳେ ଏମିତି ଗପରେ ମସ୍‌ଗୁଲ...

କିପରି ପାଳିବେ ସୁରକ୍ଷିତ ଦୀପାବଳି

ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳିବାକୁ ସମସ୍ତଙ୍କର  ଇଚ୍ଛା । ହେଲେ ବାଣ ଫୁଟାଇବାବେଳେ ସାମାନ୍ୟ ସତର୍କତାର ଅବହେଳା ବିପଦକୁ ଡାକିଆଣେ। ତେବେ ଜାଣନ୍ତୁ ସେ ନେଇ କିଛି...

Advertisement
Archives

Model This Week