Posted inଫୁରସତ

ବନ୍ଧାହୋଇ ରହିଲେ କ’ଣ ସମସ୍ୟା ହେବ

*ଅଧିକ ସମୟ ଗୋଡ଼ରେ ଶିକୁଳି ପଡ଼ି ରହିବାରୁ କ୍ଷତ ହୁଏ ଏବଂ ସଂକ୍ରମଣ ମଧ୍ୟ ବଢ଼ିଥାଏ।
*ଗୋଟିଏ ପ୍ରାପ୍ତବୟସ୍କ ହାତୀକୁ ଯେତିକି ଖାଦ୍ୟ ଆବଶ୍ୟକ, ବନ କର୍ମଚାରୀ ସେତିକି ଯୋଗାଇ ପାରନ୍ତି ନାହିଁ।
*ହାତୀଙ୍କର ସ୍ବେଦ ଗ୍ରନ୍ଥି ନାହିଁ, ତେଣୁ ସେମାନଙ୍କର ଝାଳ ବାହାରେ ନାହିଁ। ସେଥିପାଇଁ ହାତୀମାନେ ଦିନକୁ ଦୁଇଥର ଭଲ କରି ପାଣିରେ ବୁଡ଼ି ଗାଧୋଇ ଥାନ୍ତି। କିନ୍ତୁ ଚେନରେ ବାନ୍ଧି ରଖାଯିବା ସହ ହାତୀଙ୍କୁ ପାଇପ ପାଣିରେ ଗାଧୋଇ ଦିଆଯାଏ। କର୍ମଚାରୀଙ୍କ ଇଚ୍ଛାରେ ହାତୀର ଗାଧୁଆ କାମ ରହିଥାଏ, ଯାହା କେବେ ହେଲେ ବି ଯଥେଷ୍ଟ ହୁଏ ନାହିଁ।
*ବନ୍ଧା ହୋଇ ରହିବା ଦ୍ୱାରା ହାତୀର ଆଚାର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ସୁଯୋଗ ମିଳିଲେ ହାତୀ ମାହୁନ୍ତ (ମଣିଷ)ଙ୍କ ପ୍ରତି ପ୍ରତିହିଂସା ପରାୟଣ ହୋଇଥାଏ। ସୂଚନାଯୋଗ୍ୟ, ଆସାମର ଜଣେ ପ୍ରଶିକ୍ଷଣକାରୀ ମାହୁନ୍ତ ମଦ ପିଇ ‘ଶଙ୍କର’ ହାତୀ ପିଠିରେ ବସିଥିବାବେଳେ ସେ ମାହୁନ୍ତକୁ ତଳକୁ ଫୋପାଡ଼ି ପାଦରେ ଦଳି ଦେଇଥିଲା।

ସମାଧାନର ବାଟ
ବନ୍ୟପ୍ରାଣୀ ବିଶେଷଜ୍ଞ କମଳ ଲୋଚନ ପୁରୋହିତ କହିଛନ୍ତି, ହାତୀଙ୍କୁ ସଙ୍ଗେ ସଙ୍ଗେ ବେଡ଼ି ଖୋଲି ଜଙ୍ଗଲରେ ଛଡ଼ା ଯାଇପାରିବ ନାହିଁ। ହାତୀଙ୍କ ଗୋଡ଼ରେ ଅନୂ୍ୟନ୍ୟ ଓଜନିଆ ଲମ୍ବା ଲୁହା ଘୋଷରା ଶିକୁଳି ବାନ୍ଧି ଛାଡ଼ିଦେବା ଉଚିତ। ଏପରି କଲେ ହାତୀ ଯୁଆଡ଼େ ବି ଯିବ ଟ୍ରାକରମାନେ ସେହି ଚେନ୍‌ ଘୋଷରା ଦାଗ ଦେଖି ତା’ ପାଖରେ ପହଞ୍ଚତ୍ପାରିବେ। ଯଦି କେବେ ଆବଶ୍ୟକ ହୁଏ, ହାତୀ ପାଖକୁ ନ ଯାଇ ବା ଟ୍ରାଙ୍କୁଲାଇଜ୍‌ ନ କରି ମଧ୍ୟ ସେହି ଚେନ୍‌ର ମୁଣ୍ଡକୁ ଏକ ଗଛରେ ବାନ୍ଧି ଦିଆ ଯାଇପାରିବ ବୋଲି କମଳ ଲୋଚନ କହିଛନ୍ତି। ତେବେ ଶଙ୍କର ବା ରାକେଶ ଗୋଡ଼ରେ ଲୁହାଚେନ୍‌ ଯୋଗୁ ଯେଉଁ କ୍ଷତ ସୃଷ୍ଟି ହୋଇଛି, ସେଥିରୁ ରକ୍ଷା ପାଇବା ପାଇଁ ରବର ଆବରଣଯୁକ୍ତ ଚେନ୍‌ ବ୍ୟବହାର କରାଯାଇପାରିବ ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ସୂଚନାଯୋଗ୍ୟ, ଉତ୍ପାତ କରୁଥିବା ହାତୀଙ୍କ ପାଇଁ ଚନ୍ଦକାରେ ଅତି କମ୍‌ରେ ୧୦ ଏକର ବା ଅଧିକ ଅଞ୍ଚଳକୁ ଆବଦ୍ଧ କରି ସେହି ଜାଗାରେ ତାଙ୍କୁ ରଖାଯିବା ପାଇଁ ଗତବର୍ଷ ଜଙ୍ଗଲ ମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri