୪୬ବର୍ଷ ପୂର୍ବରୁ ଭିତର ଭଣ୍ଡାରରେ ମିଳିଥିଲା ଏମିତି ଜିନିଷ, କାବା ହୋଇଯାଇଥିଲେ ତିରୁପତି ମନ୍ଦିରର ପୂଜାରୀ

ପୁରୀ,୧୭।୭: ୪୬ ବର୍ଷ ପୂର୍ବେ ଯେତେବେଳେ ଜଗନ୍ନାଥ ମନ୍ଦିର ଭଣ୍ଡାର ଖୋଲା ଯାଇଥିଲା। ସେତେବେଳେ ଏହି ଧନରତ୍ନ ଗଣନା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନଙ୍କୁ ଡକା ଯାଇଥିଲା। ଯେଉଁଥିରେ ତିରୁପତି ମନ୍ଦିରର ପୁରୋହିତମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ। ୧୯୭୮ରେ, ରତ୍ନ ଭଣ୍ଡାରରେ ରଖାଯାଇଥିବା ପ୍ରତ୍ୟେକ ଜିନିଷ ଗଣନା କରାଯାଇଥିଲା ଏବଂ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ଗଣତି ପାଇଁ ୭୦ଦିନ ଲାଗି ଯାଇଥିଲା।

୧୯୭୮ରେ, ଜଗନ୍ନାଥ ପୁରୀ ରତ୍ନ ଭଣ୍ଡାରରେ ୭୪୭ ପ୍ରକାରର ଅଳଙ୍କାର ମିଳିଥିଲା। ଯେଉଁଥିରେ ୪୫୪ ପ୍ରକାରର ସୁନା ଅଳଙ୍କାର ଥିଲା। ଯାହାର ଓଜନ ୧୨,୮୩୮ ଗ୍ରାମ ଥିଲା। ସେହିପରି ୨୩୯ ପ୍ରକାରର ରୂପା ଅଳଙ୍କାର ମିଳିଲା ଯାହାର ଓଜନ ୨୨,୧୫୩ ଗ୍ରାମ। ଓଡିଶା ସମୀକ୍ଷା ପତ୍ରିକାର ଏକ ରିପୋର୍ଟ ଅନୁଯାୟୀ, ରତ୍ନ ଭଣ୍ଡାରର ଭିତର କୋଠରୀରେ ୧୮୦ ପ୍ରକାରର ମୂଲ୍ୟବାନ ଅଳଙ୍କାର ମିଳିଥିଲା। ଯାହା ସୁନା, ରୂପା, ହୀରା ଏବଂ ମୋତିରେ ତିଆରି ହୋଇଥିଲା। ଏହି ଅଳଙ୍କାରଗୁଡ଼ିକର ଓଜନ ୧.୨୫ କିଲୋଗ୍ରାମ ପର୍ଯ୍ୟନ୍ତ ଥିଲା।

ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ରତ୍ନ ଭଣ୍ଡାରରେ ୧୨୮ ସୁନା ମୁଦ୍ରା, ୧୨୯୭ ରୂପା ମୁଦ୍ରା, ୧୦୬ତମ୍ବା ମୁଦ୍ରା, ୨୪ ପ୍ରାଚୀନ ସୁନା ମୁଦ୍ରା ଏବଂ ବହୁ ମୂଲ୍ୟବାନ ରତ୍ନ ମଧ୍ୟ ମିଳିଥିଲା। ୧୯୭୮ରେ, ଗଣତି କରିବାକୁ ତିରୁପତି ମନ୍ଦିରରୁ ବହୁ ପୁରୋହିତଙ୍କୁ ଡକା ଯାଇଥିଲା। କିନ୍ତୁ ଏହି ପୁରୋହିତ ଏବଂ ଅଳଙ୍କାର ବିଶେଷଜ୍ଞମାନେ ଅନେକ ଅଳଙ୍କାରକୁ ସଠିକ ଆକଳନ କରିବାରେ ସକ୍ଷମ ହୋଇ ନ ଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାରକୁ ଦେଖି ସେମାନଙ୍କର ଆଖି ଖୋସି ହୋଇଯାଇଥିଲା।

କୁହାଯାଏ କି, ଭଣ୍ଡାରର ଅଧିକାଂଶ ଧନକୁ ଓଡିଶାର ଅନେକ ରାଜା ମହାପ୍ରଭୁଙ୍କୁ ସମର୍ପି ଥିଲେ। ଏହା ବ୍ୟତୀତ ସମୟ ସମୟରେ ଭକ୍ତଙ୍କଠାରୁ ପ୍ରାପ୍ତ ମୂଲ୍ୟବାନ ଅଳଙ୍କାରକୁ ରତ୍ନ ଭଣ୍ଡାରରେ ରଖାଯାଇଥାଏ। ରତ୍ନ ଭଣ୍ଡାରର ଦୁଇଟି ଭଣ୍ଡାର ରହିଛି। ବାହର ଓ ଭିତର ଭଣ୍ଡାର। ବାହାର ଭଣ୍ଡାରରେ ଥିବା ଅଳଙ୍କାର ସମୟ ସମୟରେ ବାହାର କରାଯାଏ। କିନ୍ତୁ ଭିତର ଭଣ୍ଡାରରେ ସବୁଠାରୁ ମୂଲ୍ୟବାନ ଓ ର୍ଦୁମୂଲ୍ୟ ଅଳଙ୍କାର ରଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲ୍ଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ମଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri