Posted inଜାତୀୟ

ସିଜେଆଇ ହେବା ପୂର୍ବରୁ କ’ଣ କରୁଥିଲେ ଚନ୍ଦ୍ରଚୁଡ଼? ସାକ୍ଷାତ୍‌କାରରେ ମା’ଙ୍କୁ ନେଇ କହିଲେ ଏମିତି କଥା

ନୂଆଦିଲ୍ଲୀ,୨୬।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଅଲ ଇଣ୍ଡିଆ ରେଡିଓ (ଏଆଇଆର) କୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ ସେ ରେଡିଓ ଉପସ୍ଥାପକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏତିକି ବେଳେ ସେ ଏହି ଦିନଗୁଡ଼ିକୁ ମଧ୍ୟ ମନେ ପକାଇ ଥିଲେ।

ଏହା ବ୍ୟତୀତ, ସେ କହିଥିଲେ ଯେ ସେ କିପରି ନିଜ ମାତାପିତାଙ୍କ ସହିତ ହିନ୍ଦୀ, ଇଂରାଜୀ ଏବଂ ସଂସ୍କୃତରେ ଆକାଶବାଣୀର ବୁଲେଟିନ ଶୁଣି ବଡ ହୋଇଥିଲେ ଏବଂ ପରେ ନିଜେ ଏହାର ଏକ ଅଂଶ ହୋଇଥିଲେ।
ଏହି ସାକ୍ଷାତକାରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ କହିଛନ୍ତି, ସେ ସମ୍ବାଦ ପାଠକଙ୍କ ସ୍ବରକୁ ଖୁବ୍‌ ଭଲ ପାଉଥିଲେ। ସେମାନଙ୍କ ସ୍ବର ଶୁଣି ସେ ମନ୍ତ୍ରମୁଗ୍ଧ ହୋଇପଡୁଥିଲେ। ସେ ଦେବକୀ ନନ୍ଦନ ପାଣ୍ଡେଙ୍କ ସ୍ବରରେ ତାଙ୍କ ଲାଇନ୍‌ ପାଠ କରିଥିଲେ, ‘ୟେ ଆକାଶବାଣୀ ହୈ; ଅବ ଆପ ସମାଚାର ସୁନିଏ ଦେବକୀ ନନ୍ଦକ ପାଣ୍ଡେସେ’ ଏହାକୁ ସେ ଦୋହରାଉ ଥିଲେ। ଏହା ବ୍ୟତୀତ ସେ ଲୋତିକା ରତ୍ନମଙ୍କ ସ୍ବରକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଏହି ଲାଇନକୁ ଦୋହରାଇ କହିଥିଲେ, ‘ଦିସ ଇଜ୍‌ ଅଲ ଇଣ୍ଡିଆ ରେଡିଓ, ଦି ନ୍ୟୁଜ ଇଜ ରିଡ ବାୟ ଲୋତିକା ରତ୍ନମ।’

ଏହି ସାକ୍ଷାତକାରରେ ସେ ତାଙ୍କ ମା’ଙ୍କ ସହିତ ଜଡିତ ଏକ ଘଟଣା ମଧ୍ୟ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ, ମୋ ମା’ ଜଣେ ଶାସ୍ତ୍ରୀୟ ସଂଗୀତଜ୍ଞ ଥିଲେ। ମୁଁ ଯେତେବେଳେ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀରେ ପଢୁଥିଲି, ମୋ ମା’ ମୋତେ ମୁମ୍ବାଇର ଷ୍ଟୁଡିଓକୁ ନେଇ ଯାଉଥିଲେ। ୧୯୭୫ମସିହାରେ ଯେତେବେଳେ ସେ ଦିଲ୍ଲୀ ଆସିଥିଲେ, ସେତେବେଳେ ସେ ପୁଣି ଆକାଶବାଣୀ ପାଇଁ ଅଡିସନ ଦେଇଥିଲେ। ଏହା ପରେ ସେ ଉଭୟ ହିନ୍ଦୀ ଏବଂ ଇଂରାଜୀରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ସେ କହିଛନ୍ତି, ମୋର ନିଜର ବ୍ୟକ୍ତିଗତ ସମ୍ପର୍କ ଅଲ ଇଣ୍ଡିଆ ରେଡିଓ ସହିତ ଅଛି। ମୁଁ ମୋ ମା’ଙ୍କ ସହ ଷ୍ଟୁଡିଓକୁ ଆସିଥିଲି। ୧୯୭୫ ମସିହାରେ ଯେତେବେଳେ ମୁଁ ଦିଲ୍ଲୀ ଆସିଥିଲି ସେତେବେଳେ ମୋତେ କୁହାଯାଇଥିଲା ଯେ ମୁଁ ମଧ୍ୟ ଅଡିସନ ଦେଇପାରିବି। ଏହା ପରେ ମୁଁ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ପ୍ରୋଗ୍ରାମ ଆରମ୍ଭ କରିଥିଲି।
ସେ ଆହୁରି ମଧ୍ୟ କହିଛନ୍ତି, ମୋର ମନେ ଅଛି ଯେ ମୁଁ ହିନ୍ଦୀରେ ଅନେକ କାର୍ଯ୍ୟକ୍ରମ କରିସାରିଛି। ମୋର ପ୍ରଥମ କାର୍ଯ୍ୟକ୍ରମ ମନେ ଅଛି। ମୁଁ ସେତେବେଳେ ପାଶ୍ଚାତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ କରିଥିଲି। ଏହିପରି ଭାବରେ ମୋର ଅଲ ଇଣ୍ଡିଆ ରେଡିଓ ସହିତ ଏକ ବିଶେଷ ସମ୍ପର୍କ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri