କେଉଁ ଜିନିଷ ଉଧାର ଆଣିବେ ନାହିଁ

ବାସ୍ତୁଶାସ୍ତ୍ର ଅନୁଯାୟୀ,ଏମିତି ବି କିଛି ଜିନିଷ ରହିଛି; ଯାହାକୁ ଉଧାର ସ୍ବରୂପ କାହାଠାରୁ ମାଗି ଆଣି ବ୍ୟବହାର କରିବା ଅଶୁଭ ହୋଇଥାଏ। ଯେମିତିକି:
* ଦହି: ଘରେ ଦହି ବସାଇବା ପାଇଁ ବେଳେବେଳେ ମହିଳାମାନେ ପଡୋଶୀଙ୍କଠାରୁ ଟିକେ ଦହି ମାଗି ଆଣିଥାନ୍ତି। କିନ୍ତୁ ଏପରି କରିବା ଠିକ୍‌ ନୁହେଁ। କାହାଠାରୁ ଦହି ମାଗିଆଣି ବ୍ୟବହାର କଲେ ସୁଖଶାନ୍ତିରେ ବାଧା ଉପୁଜିଥାଏ ବୋଲି ବିଶ୍ୱାସ ରହିଛି।
* ଲୁଣ: ସୂର୍ଯ୍ୟାସ୍ତ ପରେ କାହାକୁ ଲୁଣ ଦେବା କିମ୍ବା କାହାଠାରୁ ଲୁଣ ଉଧାର ଆଣିବା ଆଦୌ ଶୁଭଙ୍କର ନୁହେଁ। ଏହାଦ୍ୱାରା ସୁଖସମୃଦ୍ଧି ନଷ୍ଟ ହେବା ସହ କରଜ ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
* ଘଣ୍ଟା: କେବେ ବି କାହାଠାରୁ ଘଣ୍ଟା ମାଗିଆଣି ବ୍ୟବହାର କରିବେ ନାହିଁ। ଏହା ଉନ୍ନତି ପଥରେ ବାଧା ଉପୁଜାଇଥାଏ। ପୋଷାକ: ଅନ୍ୟ କାହାର ପୋଷାକ ମାଗିଆଣି ପିନ୍ଧିବା ବି ଠିକ୍‌ ନୁହେଁ। କାରଣ ଏହି ପୋଷାକ ମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କର ଯଦି ଶାରୀରିକ କିମ୍ବା ମାନସିକ ସମସ୍ୟା ଥାଏ, ତାହା ଆପଣଙ୍କ ନିକଟକୁ ବି ଆସିବାର ସମ୍ଭାବନା ରହିଥାଏ।
*ଜୋତା: ଅନ୍ୟର ଜୋତା/ ଚପଲକୁ ବ୍ୟବହର କରିବା ବି ଦାରିଦ୍ର୍ୟତାକୁ ଡାକି ଆଣିଥାଏ।
* ରୁମାଲ: ନିଜ ରୁମାଲ କାହାକୁ ଦେବା କିମ୍ବା ଅନ୍ୟଠୁ ମାଗିଆଣି ବ୍ୟବହାର କଲେ ସମ୍ପର୍କରେ ତିକ୍ତତା ଆସେ ବୋଲି କୁହାଯାଏ।
* ଛୁଞ୍ଚି: ଛୁଞ୍ଚି ବି କାହାଠାରୁ ଉଧାରରେ ଆଣିବେ ନାହିଁ। ଏହା ଆର୍ଥିକ ସମସ୍ୟାକୁ ଡାକି ଆଣିଥାଏ ବୋଲି ବିଶ୍ୱାସ ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ପାଇଁ ୫୦ ନିୟୁତ ପୁରସ୍କାର, ଘୋଷଣା କଲା ଏହି ଦେଶ ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୬।୫: ଇରାନୀ ଗଣମାଧ୍ୟମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଦ୍ୟତମ ରିପୋର୍ଟରେ ଦାବି…

ଏଣିକି ବାଇକ୍‌ କି କାର୍‌ରେ ଭରିପାରିବେନି ଫୁଲ୍‌ ଟ୍ୟାଙ୍କ୍‌ ପେଟ୍ରୋଲ! ତେଲ ସଙ୍କଟ ଭିତରେ ଆସିଲା ବଡ଼ ଖବର

ପାଟନା,୧୬।୫: ପାଟନାରେ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବଂ ସମ୍ଭାବ୍ୟ ଅଭାବ ସମ୍ପର୍କରେ ଆଲୋଚନା ମଧ୍ୟରେ, ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ବଢ଼ିବା ଆରମ୍ଭ ହୋଇଛି। ଅନେକ ଲୋକ…

ଏହି ଜିନିଷ ନ ଥିଲେ ମିଳିବନି ପେଟ୍ରୋଲ, ଜାରି ହେଲା ନୂଆ ନିୟମ…

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି, ପ୍ରଶାସନ ଏବେ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ବାୟୁ ଗୁଣବତ୍ତା ହ୍ରାସ ପାଉଥିବାରୁ, ସରକାର…

ସାବିତ୍ରୀ ପାଇଁ ମନ୍ଦିରରେ ଅସମ୍ଭାଳ ଭିଡ଼, ସ୍ବାମୀଙ୍କ ଦୀର୍ଘାୟୁ କାମନା କରି…

ଗଞ୍ଜାମ,୧୭ା୫(ଅନାଥ ତରାଇ): ଗଞ୍ଜାମ ସହରସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଖଣ୍ଡେଶ୍ୱର ମନ୍ଦିରରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଶନିବାର ସକାଳୁ ସକାଳୁ…

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri