Posted inଫୁରସତ

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକର ଫକିରାବାଦ ଗାଁରେ। ଆମ ଗାଁ ଚାରିପଟେ ରହିଛି ଅନେକ ଦେବାଦେବୀଙ୍କ ମନ୍ଦିର। ବାପା ବୋଉ ଏବଂ ବଡ଼ ଭାଇଭଉଣୀଙ୍କର ସ୍ନେହ, ତାଗିଦରେ ମୋ ପାଠପଢ଼ା ଆଗେଇ ଚାଲିଥିଲା। ବାପା ଥିଲେ ଆମ ଗାଁରୁ ପଚାଶ କି.ମି ଦୂରରେ ଆଳି ସ୍ଥିତ ଏକ ସ୍କୁଲରେ ଶିକ୍ଷକ, କେବଳ ଘରକୁ ଆସନ୍ତି ଶନିବାର ଏବଂ ରବିବାର। ବୋଉ କୋଳରେ ହିଁ ଆମେ ବଢିଛୁ କହିଲେ ଅତ୍ୟୁକ୍ତି ହେବନି। ମୁଁ ଥିଲି ଆମ ଘରର ଛଅ ଭାଇଭଉଣୀଙ୍କ ଭିତରେ ଚତୁର୍ଥ ସନ୍ତାନ। ଗାଁ ସ୍କୁଲରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିସାରିଲା ପରେ ପ୍ରଥମ କରି ରାଜଧାନୀ ଭୁବନେଶ୍ୱରରେ ଏକ ସୁନାମଧନ୍ୟ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଲି। ବାପାଙ୍କର ସେତେବେଳେ ଇଛା ଥିଲା ଘରୁ କେହି ରେଭେନ୍ସା କିମ୍ବା ବିଜେବି କଲେଜରେ ପାଠପଢୁ, ମୁଁ ବିଜେବି କଲେଜରେ ପଢିବାରୁ ସେ ମୋ ଉପରେ ବହୁତ ଖୁସି ଥିଲେ। ରାଉରକେଲାରେ ମୋର ଇଂଜିନିୟରିଂ ପାଠପଢ଼ା। ତା’ ପରେ ପରେ ଚାକିରି ପାଇଁ ବିଭିନ୍ନ ଜାଗାରେ ଲିଖିତ ଏବଂ ମୌଖିକ ପରୀକ୍ଷା ଦେଇ ଚାଲିଥିଲି। ବିଶେଷକରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ନାଲ୍‌କୋ, ଏନ୍‌ଟିପିସି ଏବଂ ବିଭିନ୍ନ ରାଷ୍ଟ୍ରୀୟ ସଂସ୍ଥାରେ ପରୀକ୍ଷା ଦେବା, ସେ ସମୟର ସଂଘର୍ଷର କଥା ମନେ ପଡ଼ିଗଲେ ଏବେ ବି ଦେହ ଶିତେଇ ଉଠେ। ରାଉରକେଲାର ଜାଡ ଭୁଲି ପାରି ନାହିଁ କି ଭୁଲି ପାରିନାହିଁ ସାଙ୍ଗମାନଙ୍କ ସାହାଯ୍ୟ ସହଯୋଗ। କିଛି ସାଙ୍ଗ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରୀ ମିଳିଗଲା ପରେ ମୋତେ ଗାଁକୁ ନଛାଡି ତାଙ୍କ ପାଖରେ ରଖିଥିଲେ ଏବଂ ଆହୁରି ଅଧିକ ପରିଶ୍ରମ କରିବା ପାଇଁ ମୋତେ ଉତ୍ସାହିତ ବି କରିଥିଲେ। ଶେଷରେ ସେଦିନ ଆସିଲା, ଯେତେବେଳେ ଭାରତୀୟ ରେଳବାଇ ତରଫରୁ ଜୁନିୟର ଇଂଜିନିୟର ପାଇଁ କୃତକାର୍ଯ୍ୟ ହେବାର ଚିଠି ଆସିଲା ଏବଂ କଲିକତାସ୍ଥିତ ଗାର୍ଡେନ ରିଚ ରେଳବାଇର ମୁଖ୍ୟ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଗଲା। ସେ ସମୟରେ ବାପା ମୋତେ ନେଇକି ଯାଇଥିଲେ। ଚାକିରୀ କରିବି, ନିଜର ରୋଜଗାରର ଦରମା ମିଳିବ ସେ ବିଷୟରେ ଖୁସି ଯେତିକି ଥିଲି ତାହାଠାରୁ ମହାର୍ଘ୍ୟ ମୁହୁର୍ତ୍ତ ମୋ ପାଇଁ ସେତେବେଳେ ଆସିଲା ଯେତେବେଳେ ସେ ଅଫିସ୍‌ର ସିକ୍ୟୁରିଟି ଗାର୍ଡ଼ ବାପାଙ୍କୁ କହିଥିଲେ, ‘ଆପକା ବେଟା ଅଭି ଅଫିସର୍‌ ବନ ଗେୟା’। ବାପା ସେତେବେଳେ ବିଶେଷ ହିନ୍ଦୀ ନ ଜାଣିଥିଲେ ବି ତାଙ୍କ ମୁହଁର ଉଜ୍ଜ୍ୱଳତା ଏବଂ ଖୁସି ମୁଁ ବେଶ ଅନୁଭବ କରି ପାରୁଥିଲି। କଲିକତାରୁ ଖଡ଼ଗପୁର ଆମ ପ୍ରଶିକ୍ଷଣ କେନ୍ଦ୍ରରେ ତା’ପର ଦିନ ମୋର ଯୋଗଦାନ। ବାପା ମୋତେ ହଷ୍ଟେଲରେ ଛାଡ଼ି ଗାଁକୁ ଆସିଗଲେ। ୧୯୯୭ ମସିହା ମଇ ମାସରେ ମୋର କର୍ମସଂସ୍ଥାନରେ ଯୋଗଦାନ ଏବଂ ଦରମା ମିଳିବ ବୋଲି ଅପେକ୍ଷା ମାସର ଶେଷ ଦିନକୁ। ସେତେବେଳେ ମୋ ସଂଘର୍ଷର ଶେଷ ସୀମା ଯେପରି ପାର ହୋଇସାରିଥାଏ, ଆଉ ଖୁସି ଥାଇ ବି ଉପରେ ଉପରେ ଜାହିର କରି ପାରୁ ନଥାଏ। ମୋ ରୋଜଗାରର ପହିଲି ପୁଲକ ମୁଁ ପାଇଥିଲି ବାପାଙ୍କ ଖୁସିରୁ, ବାପାଙ୍କ ଚିନ୍ତା ମୁକ୍ତିରୁ। ଯଦିଓ ଆର୍ଥିକ ସ୍ଥିତି ଏତେ ଖରାପ ନଥିଲା କିନ୍ତୁ ପାଠପଢ଼ା ସରିବା ପରେ ବାପାଙ୍କ ଉପରେ ବୋଝ ହେବା ନିଜକୁ ବହୁତ କଷ୍ଟ ଦେଉଥିଲା, ସେ ସମୟ କଥା ମନେ ପଡିଲେ ଏବେ ବି ଦେହ ଶୀତେଇ ଉଠେ। ସେ ଯାହା ହେଉ, ପ୍ରଥମ ଦରମାରୁ ମୁଁ ପ୍ରଥମେ ଆମ ଠାକୁର ନିଗମାନନ୍ଦଙ୍କ ଆଶ୍ରମ ପାଇଁ ପ୍ରଣାମୀ ରୂପେ ରଖିଥିଲି ଆଉ ସେ ବର୍ଷ ରଜରେ ଗାଁକୁ ଛୁଟିରେ ଆସିଲାବେଳେ ଆଣିଥିଲି ବାପାଙ୍କ ପାଇଁ ସାର୍ଟ ଏବଂ ବୋଉ ପାଇଁ ଶାଢ଼ୀ। ଯଦିଓ ବାପା ଖୁସି ନଥିଲେ କହିଥିଲେ ଠାକୁରଙ୍କ ପାଇଁ କ’ଣ ଆଣିଛୁ? ଅଭିମାନ ଖୁବ୍‌ କରିଥିଲେ। ସମୟକ୍ରମେ ଛଅ ମାସ ଟ୍ରେନିଂ ସରିଛି କି ନାହିଁ ମୋତେ ଏକାଥରକେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ଭାରତୀୟ ଡାକ ବିଭାଗ ତରଫରୁ ଜୁନିୟର ଇଂଜିନିୟର ପାଇଁ ଅଫର୍‌ ଆସିଲା ଏବଂ ଶେଷରେ ପାର୍ବଣ ଋତୁ ଅକ୍ଟୋବର ମାସରେ ମୁଁ ଯୋଗଦାନ କଲି ଭୁବନେଶ୍ୱରରେ, ପିଏମ୍‌ଜି ଅଫିସରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହିସାବରେ, ଆଉ ମୋତେ ଦରମା ମିଳିଥିଲା ୬ହଜାର ଟଙ୍କା ା ୧୯୯୭ ମସିହାରେ ଏହା ମୋ ପାଇଁ ଏକ ବଡ଼ ଆକାରର ଦରମା ଥିଲା। ସେତେବେଳେ ଆମ କେନ୍ଦ୍ରାପଡ଼ାରେ ଲକ୍ଷ୍ମୀପୂଜା ଚାଲିଥାଏ। ସେହି ମାସରେ ଦରମାରୁ ମୁଁ କିଛି ମା’ଙ୍କୁ ସମର୍ପଣ କରି କୃତଜ୍ଞତା ପ୍ରକାଶ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri