କିସମ ବଦଳାଇ କାରବାର

ଢେଙ୍କାନାଳ ଅଫିସ, ୨୮।୮ କିସମ ବଦଳାଇ ଦେଲେ ଅନେକ ଗୁଣ ବଢ଼ିଯାଉଛି ଜମି ମୂଲ୍ୟ। ଥରେ କାଗଜପତ୍ରରେ ମୋହର ବାଜିଗଲେ କୋଟି କୋଟି ଟଙ୍କାର ବେଆଇନ କାରବାର କରିବାକୁ ଫିଟିଯାଉଛି ବାଟ। ଏଥିଲାଗି ଅନେକ ଫନ୍ଦି, ଫିକର, କାରସାଦି। ଜମିଦଲାଲ ଏବଂ ଅଧିକାରୀଙ୍କ ମଧ୍ୟରେ ହୋଇଛି ଅସାଧୁ ମେଣ୍ଟ। ବର୍ଷ ବର୍ଷ ଧରି ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଏଭଳି ଦୁର୍ନୀତି କରାଯାଉଥିବାରୁ ଅଭିଯୁକ୍ତ ଧରାପଡୁନାହାନ୍ତି। ଢେଙ୍କାନାଳ ସଦର ତହସିଲରେ ଜଳାଶୟ ଜମିର କିସମ ବଦଳାଇ ଶାରଦ କରାଯିବା କେବଳ ଗୋଟିଏ ଘଟଣା ନୁହେଁ, ଖୋଜିଲେ ଏଭଳି ଅନେକ ମାମଲା ବାହାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଢେଙ୍କାନାଳ ସଦର ତହସିଲ ଅଞ୍ଚଳରେ ୫ ବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବେ ଜମି କିସମ ବଦଳାଯାଉଛି। ଜମି ମାଫିଆଙ୍କଠାରୁ ମୋଟା ରକମର ଅର୍ଥ ନେଇ କାର୍ଯ୍ୟାଳୟର କେତେଜଣ କର୍ମଚାରୀ ଏହି କାମକୁ ଅତି ସତର୍କତାର ସହିତ କରୁଛନ୍ତି। ୨୦ ବର୍ଷ ପୁରୁଣା ଫାଇଲ ଯାଞ୍ଚ କଲେ ଜମି କିସମ ବଦଳାଇବାଠାରୁ ଆରମ୍ଭ କରି ଅନେକ ବଡ଼ ଦୁର୍ନୀତି ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଅନ୍ୟପଟେ ଜଳାଶୟ କିସମ ପରିବର୍ତ୍ତନ ଘଟଣା ସାମ୍ନାକୁ ଆସିବା ପରେ ଏଭଳି ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଦର ବ୍ଲକ ଗୋବିନ୍ଦପୁର ଫାଣ୍ଡି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଜଣେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବ୍ୟକ୍ତିଙ୍କ ଜମିକୁ ଚଞ୍ଚକତା କରି କିଣାଯାଇଛି। ନଡିଆଳୀ ଅଞ୍ଚଳରେ ମଧ୍ୟ ଏକ ସରକାରୀ ଜମି ଜବରଦଖଲରେ ଥିବାବେଳେ ଏହାକୁ ହାତେଇ ନେବାକୁ ଯୋଜନା କରାଯାଉଛି। ଏ ବିଷୟରେ ସବୁଜାଣି ତହସିଲ ପ୍ରଶାସନର ନୀରବତା ଆଲୋଚନାର ବିଷୟ ହୋଇଛି।
ଅନ୍ୟପଟେ ଢେଙ୍କାନାଳ ସହର ସାନଷାଠିଏବାଟିଆ ମୌଜାର ଜଳାଶୟ କିସମ ପରିବର୍ତ୍ତନ କରାଯାଇଥିବା ଘଟଣା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଅଫିସର ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ସନ୍ଧ୍ୟା ୬ଟାରେ ତହସିଲ କାର୍ଯ୍ୟାଳୟରେ ଏକ ରୁଦ୍ଧ ଦ୍ୱାର ବୈଠକ ବସି ତନାଘନା ଚାଲିଛି। ତହସିଲଦାରଙ୍କୁ ଡାକି ଜିଲାପାଳ ଏବଂ ଉପଜିଲାପାଳ ଆଲୋଚନା କରିଛନ୍ତି। ଜମି ଦୁର୍ନୀତିର ନିରପକ୍ଷେ ତଦନ୍ତ କରିବା ଦାବିରେ କେତେଜଣ ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜିଲା ପ୍ରଶାସନ ଏବଂ ଏସ୍‌ପିଙ୍କୁ ଟୁଇଟ୍‌ କରି ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଏହା ଏକ ଗମ୍ଭୀର ବିଷୟ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ
ଢେଙ୍କାନାଳ ଜିଲାରେ ଜମି ଦଲାଲ ଗୋଚର, ଶ୍ମଶାନ, ଜଙ୍ଗଲ ଓ ଜଳାଶୟ ଜମି କିସମ ବଦଳାଇ ବିକ୍ରି କରୁଛନ୍ତି। ଏଥିରେ ତହସିଲ କାର୍ଯ୍ୟାଳୟ, ଜିଲା ସବ୍‌ରେଜିଷ୍ଟ୍ରି ଅଫିସର କେତେଜଣ କର୍ମଚାରୀଙ୍କ ହାତ ରହିଛି। ଏଭଳି ବେନିୟମ କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀଙ୍କୁ କଠୋର ଦଣ୍ଡ ଦିଆଯାଉ।
-ପଙ୍କଜ ନାୟକ, ସାମାଜିକ କର୍ମୀ
ତଦନ୍ତ ହେଲେ ଅନେକଙ୍କ ମୁଖା ଖୋଲିବ
ଦୀର୍ଘ ୨୦ ବର୍ଷ ହେଲା ସଦର ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତିମୂଳକ କାର୍ଯ୍ୟ ହେଉଛି। ଏହାର ନିରପେକ୍ଷ ତଦନ୍ତ ହେଲେ ଜମି ଦୁର୍ନୀତିରେ ସମ୍ପୃକ୍ତ ଅସାଧୁ କର୍ମଚାରୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୁଖା ଖୋଲିଯିବ।
-ଦୀପକ ପ୍ରସାଦ ପଟ୍ଟନାୟକ,
ଆଇନଜୀବୀ
ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଛି
ତହସିଲ ଅଫିସରେ ହେଉଥିବା ଜମି ଦୁର୍ନୀତିରେ ଅନେକ ବଡ଼ବଡିଆଙ୍କ ସମ୍ପୃକ୍ତି ରହିଛି। ଜମି କିସମ ପରିବର୍ତ୍ତନ ଭଳି ଅନେକ ବେଆଇନ କାର୍ଯ୍ୟ କରାଯାଇଛି। ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ
-ମନୋରଞ୍ଜନ ପଟ୍ଟନାୟକ,
ଅଧ୍ୟକ୍ଷ ‘ଉଫୁନା’
ଖୋଳତାଡ଼ ଆରମ୍ଭ ହୋଇଛି
ଜମି କିସମ ଦୁର୍ନୀତି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। କାର୍ଯ୍ୟାଳୟରେ ଏତେବଡ଼ ଭୁଲ କିପରି ହେଲା, ସେ ସମ୍ପର୍କରେ ତଦନ୍ତ କରାଯାଉଛି। ବର୍ତ୍ତମାନର ଭାରପ୍ରାପ୍ତ ଉପଜିଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ
-ସୁରେଶ ଚନ୍ଦ୍ର ପଣ୍ଡା, ସଦର ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri