Posted inଫୁରସତ

ଜାଣନ୍ତି ‘Z’+ ସୁରକ୍ଷା କ’ଣ, କାହାକୁ ଏବଂ କାହିଁକି ଯୋଗାଇ ଦିଆଯାଇଥାଏ ଏହି ସେବା

ସମସ୍ତେ ନିଶ୍ଚିତ ଭାବରେ ‘Z’+ ସୁରକ୍ଷା ବିଷୟରେ ଶୁଣିଥିବେ। କିନ୍ତୁ ଏହାର ଅର୍ଥ କ’ଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ବିଶେଷକରି  ନେତା କିମ୍ବା ରାଜନେତାଙ୍କ ଗସ୍ତ ସମୟରେ ସେମାନଙ୍କ ସୁରକ୍ଷାକୁ ସରକାର ବଢ଼ାଇ ଦେଇଥାନ୍ତି। ସେହି ସମୟରେ X, Y, Z ଏବଂ Z + ସୁରକ୍ଷା ଯୋଗାଇ ଦିଆଯାଏ।

ବଡ଼ବଡ଼ ରାଜନେତା, ଅଧିକାରୀ, ଅଭିନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ରକାରର ସୁରକ୍ଷା ଯୋଗାଇ ଦିଆଯାଏ। ଯେଉଁଥିରେ X, Y, Z ଏବଂ Z + ବର୍ଗ ରହିଥାଏ। ଏଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ସୁରକ୍ଷା ହେଉଛି Z ପ୍ଲସ୍‌। ଏହା ମୁଖ୍ୟତ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଚାରପତି, ପ୍ରସିଦ୍ଧ ରାଜନେତା ଏବଂ ବଡ଼ ଅମଲାତନ୍ତ୍ରଙ୍କୁ ଦିଆଯାଏ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

ସର୍ବପ୍ରଥମେ ‘X’ ସୁରକ୍ଷା ବିଷୟରେ ଜାଣିବା। ଏହା ଏକ ମୌଳିକ ସୁରକ୍ଷା ଯାହା ଛୋଟ ରାଜନେତା କିମ୍ବା ଅଭିନେତାମାନଙ୍କୁ ମଧ୍ୟ ଦିଆଯାଇପାରେ। ‘X’ ସିକ୍ୟୁରିଟିରେ କେବଳ ଦୁଇଜଣ ସୁରକ୍ଷା କର୍ମୀ ରହିଥାନ୍ତି। ଯେଉଁଥିରେ କମାଣ୍ଡୋ ଅନ୍ତର୍ଭୁକ୍ତ ହୁଅନ୍ତି ନାହିଁ। ଏଥିରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି। ଦେଶର ୬୫ରୁ ଅଧିକ ଲୋକଙ୍କୁ ଏହି ବର୍ଗର ସୁରକ୍ଷା ଦିଆଯାଇଛି।

Y ବର୍ଗ ସୁରକ୍ଷା:

Y ବର୍ଗର ସୁରକ୍ଷା ଭିଆଇପିଙ୍କୁ ଦିଆଯାଏ। ସେମାନଙ୍କ ସୁରକ୍ଷା ପାଇଁ ୧୧ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି। ଯେଉଁଥିରେ ୧ କିମ୍ବା ବେଳେବେଳେ ୨ କମାଣ୍ଡୋ ଏବଂ ୨ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ରହିଥାନ୍ତି।

Z ବର୍ଗ ସୁରକ୍ଷା:

ନିରାପତ୍ତା ବୃଦ୍ଧି ପାଇଁ ‘Z’ ବର୍ଗର ସୁରକ୍ଷା ଦିଆଯାଏ। ଯେଉଁଥିରେ ୨୨ ଜଣ ସୁରକ୍ଷାକର୍ମୀ ଜଗି ରହିଥାନ୍ତି। ଏଥିରେ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (NSG)ର ୪ କିମ୍ବା ୫ କମାଣ୍ଡର ରହିଥାନ୍ତି। ଏହି ସୁରକ୍ଷା ଦିଲ୍ଲୀ ପୋଲିସ କିମ୍ବା ସିଆରପିଏଫ୍‌ ଦ୍ୱାରା ପ୍ରଦାନ କରାଯାଇଥାଏ। ଏହି ବର୍ଗର ସୁରକ୍ଷା ବର୍ଗରେ ଏକ ଏସ୍‌କର୍ଟ କାର୍‌ ମଧ୍ୟ ରହିଥାଏ। ଏଥିରେ ନିୟୋଜିତ କମାଣ୍ଡୋରେ ସମସ୍ତ ମେଶିନ ବନ୍ଧୁକ ଏବଂ ଆଧୁନିକ ଯୋଗାଯୋଗର ମାଧ୍ୟମ ଅଛି। ଏହି ବର୍ଗରେ ନିୟୋଜିତ କମାଣ୍ଡୋମାନେ ମାର୍ଶଲ ଆର୍ଟ ଶିଖନ୍ତି, ଯେଉଁମାନଙ୍କର ଅସ୍ତ୍ରଶସ୍ତ୍ର ବିନା ଯୁଦ୍ଧ କରିବାର ଦକ୍ଷତା ଅଛି।

Z + ସୁରକ୍ଷା:

କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତି, ପ୍ରସିଦ୍ଧ ରାଜନେତା ଏବଂ ବଡ଼ ଅମଲାତନ୍ତ୍ରଙ୍କୁ ‘Z’ + ସୁରକ୍ଷା ପ୍ରଦାନ କରାଯାଇଥାଏ। ଯେଉଁଥିରେ ୩୬ ଜଣ ସୁରକ୍ଷାକର୍ମୀ ଏହି ସେବାରେ ନିୟୋଜିତ ହୋଇଥାନ୍ତି। ଏନ୍‌ଏସ୍‌ଜିର ୧୦ ଜଣ କମାଣ୍ଡୋ ବି ରହିଥାନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଏହି କମାଣ୍ଡୋ ନିୟୋଜିତ ହୋଇଥାନ୍ତି। ଏଥିରେ ତିନୋଟି ସର୍କଲରେ ସୁରକ୍ଷା କରାଯାଇଥାଏ। ପ୍ରଥମ ସର୍କଲରେ, ସୁରକ୍ଷା ପାଇଁ ଏନ୍‌ଏସ୍‌ଜି ନିୟୋଜିତ ହୋଇଥାନ୍ତି। ଏହା ପରେ ଏସ୍‌ପିଜି ଅଧିକାରୀ ନିୟୋଜିତ ହେବା ସହିତ ଏହା ସହିତ ଆଇଟିବିପି ଏବଂ ସିଆରପିଏଫ୍‌ କର୍ମଚାରୀ ମଧ୍ୟ ନିରାପତ୍ତା ପାଇଁ ନିୟୋଜିତ ହୋଇଥାନ୍ତି। ଆମ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ‘Z’+ ସୁରକ୍ଷା ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri