ସ୍ଲୋଗାନରୁ କ’ଣ ମିଳିବ

ବିଶ୍ୱର ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଆମେରିକାର ମୋଟ ଘରୋଇ ଉପତ୍ାଦ (ଜିଡିପି)୨୬ ବିଲିୟନ ଡଲାର। ଆମେରିକା ପଛକୁ ଦ୍ୱିତୀୟରେ ଅଛି ଚାଇନା(୧୯ ବିଲିୟନ ଡଲାର)। ତୃତୀୟରେ ଜାପାନ(୪.୪ ବିଲିୟନ ଡଲାର), ଚତୁର୍ଥରେ ଜର୍ମାନୀ(୪.୩ ବିଲିୟନ ଡଲାର) ଏବଂ ପଞ୍ଚମରେ ଭାରତ(୩.୭ ବିଲିୟନ ଡଲାର)। ଗତ ମାସରେ ଗୁଜରାଟରେ ଅନୁଷ୍ଠିତ ଭାଇବ୍ରାଣ୍ଟ୍‌ ଗୁଜରାଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ତୃତୀୟ ପାଳି ଅର୍ଥାତ୍‌ ୨୦୨୪ରୁ ୨୦୨୯ ମଧ୍ୟରେ ଭାରତ ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ଏହା ଘଟିବ ବୋଲି ସେ ଏକ ‘ମୋଦି ଗ୍ୟାରେଣ୍ଟି’ ଦେଲେ। ମେରେ ହିନ୍ଦୁ ବିଜ୍‌ନେସ୍‌ଲାଇନ ଏକ ଶୀର୍ଷକ ପ୍ରକାଶ କରିଥିଲା, ଯାହା ଥିଲା ‘୨୦୨୨ ପର୍ଯ୍ୟନ୍ତ ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦ କ୍ଷେତ୍ରରେ ଭାରତଠାରୁ ବାଂଲାଦେଶ ଆଗରେ ରହିଛି’। ଏଥିରେ ଦର୍ଶାଯାଇଥିଲା ଯେ, ୨୦୧୯ରେ ବାଂଲାଦେଶର ମୁଣ୍ଡପିଛା ଜିଡିପି ଭାରତକୁ ଟପିଯାଇଥିଲା। ଖୁବ୍‌ ଶୀଘ୍ର ଭାରତ ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ ଏବଂ ମୁଣ୍ଡପିଛା ଜିଡିପିରେ ବାଂଲାଦେଶ ପଛରେ ଭାରତ ରହିଛି ବୋଲି ଯାହା କୁହାଯାଉଛି ତାହା ସବୁ ସତ। ଯଦି ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବାର ଲକ୍ଷ୍ୟ ହାସଲ ହୁଏ ତେବେ ତାହାର ମାନେ କ’ଣ? ଜର୍ମାନୀର ଜନସଂଖ୍ୟା ୮ କୋଟି ହୋଇଥିବାବେଳେ ଭାରତର ଏହା ୧୪୦ କୋଟି। ଗୋଟିଏ ସମୟରେ ଆମେ ଯେତେବେଳେ ଜର୍ମାନୀ ସହ ସମାନ ହେବା କିମ୍ବା ତାକୁ ଟପିଯିବା ସେତେବେଳେ ଜର୍ମାନୀର ଜଣେ ବ୍ୟକ୍ତିଙ୍କ ଅବଦାନ ଜିଡିପିରେ ଯାହା ରହିବ ତାହାକୁ ୧୭ ଜଣ ଭାରତୀୟ ସୃଷ୍ଟି କରିବେ। ତଥାପି ସେତେବେଳେ ଭାରତୀୟ ବାଂଲାଦେଶୀଙ୍କଠାରୁ ଗରିବ ରହିବେ। ତେବେ ଆଉ ଏକ କାହାଣୀ ଦେଖିବା ଯାହା ‘ଭାରତ ଜିତୁଛି’ କିନ୍ତୁ ‘ଭାରତ ହାରୁଛି’ର ବିଚାରଧାରା ଉପରେ ଅନୁଧ୍ୟାନକରେ। କାନାଡାର ଜଣେ ନାଗରିକଙ୍କୁ ଭାରତ ହତ୍ୟା କରିଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହାକୁ ନେଇ ଭାରତ କ୍ରୋଧିତ ହୋଇଛି। ଭାରତ ସରକାର ଦେଶରୁ କାନାଡାର ୪୧ ଜଣ କୂଟନୀତିଜ୍ଞଙ୍କୁ ହଟାଇନେବା ଲାଗି କହିଛି। କାନାଡାରେ ଆମର ୨୧ ଜଣ କୂଟନୀତିଜ୍ଞ ଥିବାବେଳେ ଏଠାରେ କାନାଡାର ରହିଛନ୍ତି ୬୨। ଏଣୁ ଅଧିକ ୪୧ ଜଣଙ୍କୁ ଫେରାଇ ନେବାକୁ ହେବ। ଏହି କୂଟନୀତିଜ୍ଞମାନେ ମଧ୍ୟ ଭାରତ ଛାଡ଼ିବା ଆରମ୍ଭ କରିଦେଲେଣି। କାନାଡାର କୂଟନୀତିଜ୍ଞମାନେ ଦେଶ ଛାଡ଼ି ଚାଲିଗଲେ କେବଳ ଭାରତୀୟମାନେ ପ୍ରଭାବିତ ହେବେ। କାନାଡାକୁ ଭାରତରୁ ଅଧିକ ସଂଖ୍ୟକ ଛାତ୍ର ପଢ଼ିବାକୁ ଯାଉଛନ୍ତି। ଏବେ କାନାଡାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨,୩୦,୦୦୦ ଭାରତୀୟ ଛାତ୍ର ପଢୁଛନ୍ତି। ଭାରତରେ କମ୍‌ ସଂଖ୍ୟକ କୂଟନୀତିଜ୍ଞ ରହିଲେ ଛାତ୍ରମାନେ ଭିଜା ପାଇବା ଓ ତାହାର ଅବଧିକୁ ବଢ଼ାଇବା କଷ୍ଟକର ହୋଇଯିବ। ଉଲ୍ଲେଖନୀୟ ଯେ, ୨୦୨୨ରେ ଭାରତର ୧.୮୫ ଲକ୍ଷ ଛାତ୍ରଙ୍କୁ କାନାଡା ଭିଜା ପ୍ରଦାନ କରିଥିଲା।
୨୦୨୨ରେ ଛାତ୍ରମାନଙ୍କ ବ୍ୟତୀତ ୫.୮୪ ଲକ୍ଷ ଅନ୍ୟ ଭାରତୀୟ ମଧ୍ୟ କାନାଡା ଯାଇଥିଲେ। ସେହି ତୁଳନାରେ କାନାଡାର ପାଖାପାଖି ୩.୫ ଲକ୍ଷ ଲୋକ ପ୍ରତିବର୍ଷ ଭାରତକୁ ଆସନ୍ତି। ପ୍ରାୟତଃ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। କାନାଡା ଏଠାରେ ଅଧିକ କୂଟନୀତିଜ୍ଞ ରଖିବା ପଛରେ ଏକ କାରଣ ଥିଲା। କିନ୍ତୁ ଆମେ ସେ ବିଷୟରେ ଚିନ୍ତା କରୁନାହଁୁ, କାରଣ ଆମେ ଭାରତୀୟଙ୍କ ତୁଳନାରେ ଦେଶ ଆଗ ବୋଲି ବିଚାର କରୁଛୁ। ଜନଗଣଙ୍କଠାରୁ ଦେଶ ଆଗରେ ରହିବା ଉଚିତ -ଏହି ବିଚାର ଉପରେ ଆର୍‌ଏସ୍‌ଏସ୍‌ ଏବଂ ଜନସଂଘ ନେତା ଦୀନ୍‌ଦୟାଲ ଉପାଧ୍ୟାୟ ତାଙ୍କର ୪ଟି ଅଭିଭାଷଣରେ ଜୋର ଦେଇଛନ୍ତି। ଏଗୁଡ଼ିକ ‘ଇଣ୍ଟିଗ୍ରାଲ୍‌ ହ୍ୟୁମାନିଜମ’ ପୁସ୍ତକରେ ପ୍ରକାଶପାଇଛି। ସେ ଭାରତ ମହାନ୍‌ ହେବା ଲାଗି ଚାହିଁଛନ୍ତି, କିନ୍ତୁ ଏହା କିପରି ହେବ ସେ ସମ୍ପର୍କରେ କିଛି ପ୍ର୍ରକାଶ କରିନାହାନ୍ତି। ‘ଭାରତ ମାତାକୀ ଜୟ’ ସ୍ଲୋଗାନ ଦେବା ଗୋଟିଏ କାମ ଭଳି ଜଣାପଡ଼ୁଛି ଯେଉଁଠିକୁ ସେ ଆମକୁ ନେବାକୁ ଚାହଁୁଛନ୍ତି। ସ୍ଲୋଗାନ ଦେଇ କ’ଣ ହାସଲ କରିବା? ସ୍ଲୋଗାନ ଦେବା କିଭଳିଆ ବିଜୟ ଓ ଭାରତ ଜିତିଛି ବୋଲି କେମିତି ଜାଣିବା? ଏହି ସବୁ ପ୍ରଶ୍ନର ଉତ୍ତର ‘ଇଣ୍ଟିଗ୍ରାଲ୍‌ ହ୍ୟୁମାନିଜମ’ରେ ଦିଆଯାଇ ନାହିଁ। ବାସ୍ତବରେ ଏହିସବୁ ପ୍ରଶ୍ନଗୁଡ଼ିକ ପଚରାଯାଉ ନାହିଁ। ଉପାଧ୍ୟାୟ ଏବଂ ଏବକାର ହିନ୍ଦୁତ୍ୱ ସପକ୍ଷବାଦୀ ଅନୁଭବ କରିଥିବା ତୀବ୍ର ଭାବାବେଗକୁ କେହି ବି ଅନୁଭବ କରିପାରିବ। ଏହା ସତ ଯେ, ଅନେକଙ୍କୁ ବହୁ ସମୟରେ ପ୍ରେରିତ କରାଯାଇଛି। କେଉଁ ଲକ୍ଷ୍ୟ ହାସଲ ପାଇଁ ଏଭଳି କରାଯାଉଛି? ଇଣ୍ଟିଗ୍ରାଲ୍‌ ହ୍ୟୁମାନିଜମକୁ ଭାଜପା ତାହାର ମୌଳିକ ବିଚାରଧାରା ଭାବେ ବର୍ଣ୍ଣନାକରି ଶେଷରେ ଯାହା ହାସଲ କରିବାକୁ ଚାହଁୁଛି ତାହା ବାସ୍ତବରେ କ’ଣ?
ଭାରତରେ ସମସ୍ୟାଗୁଡ଼ିକ ହେଉଛି ଭୌତିକ। ଭାରତରେ ଧର୍ମ ଓ ଅଧ୍ୟାମତ୍ବାଦ ଅବିକଶିତ ସ୍ତରରେ ନାହିଁ। ଏହିସବୁ ବିଷୟରେ ଆମେ ବିଶ୍ୱଗୁରୁ ହୋଇପାରୁ। କିନ୍ତୁ ଯାହା ଅବିକଶିତ ରହିଛି ତାହା ହେଉଛି ଅର୍ଥ ବ୍ୟବସ୍ଥା ଓ ଆଇନର ଶାସନ। ଦେଶର କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ ଓ ଏହା ଲୋକଙ୍କ କଲ୍ୟାଣକୁ ବୁଝାଏ। ଏହା ଲୋକଙ୍କ ମଙ୍ଗଳ ଦ୍ୱାରା ମୂଲ୍ୟାୟନ କରାଯାଏ, ଯାହା ରହିଛି ଶିଶୁ ମୃତ୍ୟୁହାର ଓ ଲିଙ୍ଗଗତ ଅନୁପାତରେ, ମାନବ ବିକାଶ ସୂଚକାଙ୍କ ଏବଂ ମୁଣ୍ଡପିଛା ଜିଡିପି ଓ ମଧ୍ୟମ ଆୟ, ନୋବେଲ ପୁରସ୍କାର, ବୈଜ୍ଞାନିକ ଆବିଷ୍କାର ଏବଂ ପରୋପକାରୀ ଯୋଗଦାନରେ। ଭାରତକୁ ସେଠାରେ ପହଞ୍ଚାଇବା ଲାଗି ଇଣ୍ଟିଗ୍ରାଲ୍‌ ହ୍ୟୁମାନିଜମରେ କୌଣସି ରୂପରେଖ ନାହିଁ କିମ୍ବା ତାହା ହାସଲ କରିବା ଲାଗି କୌଣସି ଇଚ୍ଛାଶକ୍ତିର ଅଭିବ୍ୟକ୍ତି ନାହିଁ। ତାଙ୍କ ଲେଖାରେ ଏସବୁ ଅପ୍ରାସଙ୍ଗିକ ହୋଇଛି। ଉପାଧ୍ୟାୟଙ୍କ ଆଗ୍ରହ କାଳ୍ପନିକ ଅସ୍ତିତ୍ୱରେ ରହିଛି। ବିବିଧ ବିଶ୍ୱାସ, ସମ୍ପ୍ରଦାୟ, ଭାଷା ଭରା ଦେଶ ବାସ୍ତବରେ ଉପାଧ୍ୟାୟଙ୍କ କଳ୍ପିତ ଭାରତ ନୁହେଁ। ଏହା ଏକ ରଚନା ଓ ମନଗଢ଼ା ମାତ୍ର। ଭାରତମାତା ଭୂରାଜନୈତିକ ସ୍ତରର ଏକ ମାନବରୂପୀ ଛବି, କାଳ୍ପନିକ ମ୍ୟାପ ଓ ଏକ ବିଚାର।
ମହାନ୍‌ ଭାରତ ବୋଲି ଯାହା ଆଶା କରାଯାଇଛି ତାହା ଏକ ଅବାସ୍ତବତା। ଆଜି ଭାରତରେ ଥିବା ପ୍ରକୃତ ଲୋକ ଏବଂ ସଂସ୍କୃତି କେବଳ ମହାନ୍‌ ଦେଶ ଲାଗି ଉପଯୋଗୀ ହେବେ। ମହାନତା ହାସଲ କରିବାରେ ସେମାନେ ସାହାଯ୍ୟ କଲେ ହିଁ ତାହା ସମ୍ଭବ ହୋଇପାରିବ। ଜର୍ମାନୀଠାରୁ ଆଗକୁ ଯିବାକୁ ଥିବା ଭାରତ ପାଇଁ ଗର୍ବ କରାଯାଉଥିବାବେଳେ ବାଂଲାଦେଶୀଙ୍କ ପଛରେ ଭାରତୀୟମାନେ ରହିଥିବା ବିଷୟକୁ ଏଡ଼ାଇ ଦିଆଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri