Posted inଜାତୀୟ

କ’ଣ ରହିଛି ପିକେ ପ୍ଲାନ୍‌

ନୂଆଦିଲ୍ଲୀ,୧୫ା୭: ଦେଶର ଜଣାଶୁଣା ପୋଲ୍‌ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ନେଇ ଜାତୀୟ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ପିକେ କେବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟୁଛନ୍ତି ତ ପୁଣି କେତେବେଳେ କଂଗ୍ରେସର ଗାନ୍ଧୀମାନଙ୍କୁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଶାସକ ତୃଣମୂଳ କଂଗ୍ରେସର ସାରଥି ସାଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହ୍ୟାଟ୍ରିକ୍‌ ବିଜୟୀ କରାଇଥିବା ୪୪ ବର୍ଷୀୟ ଉଚ୍ଚଶିକ୍ଷିତ ପ୍ରଶାନ୍ତ କିଶୋରଙ୍କ ମନରେ କ’ଣ ଅଛି ସ୍ପଷ୍ଟ ଜଣାପଡ଼ୁ ନ ଥିବାରୁ ତାଙ୍କ ପଲିଟିକାଲ କ୍ୟାରିୟରକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କିଏ କହୁଛନ୍ତି ପିକେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ବିକଳ୍ପ ରାଜନୈତିକ ମଞ୍ଚର ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଆଉ କେତେଜଣଙ୍କ ମତରେ ଭାଜପାକୁ ଘେରିବା ପାଇଁ ପାଓ୍ବାରଙ୍କୁ ରାଷ୍ଟ୍ରପତି କରାଇବା ସକାଶେ ସହମତି ଆଶାରେ ବିରୋଧୀଙ୍କ ନିକଟରେ ସେ ଲବି କରୁଛନ୍ତି। ଏଭଳି ସମୟରେ ବୁଧବାର ବିହାରୀ ବାବୁଙ୍କ କ୍ୟାରିୟର ରେଟିଙ୍ଗ୍‌ସକୁ ଉଚ୍ଚକୁ ନେଇଯାଇଛି ଆଉ ଗୋଟିଏ ଖବର। ତାହା ହେଲା ପ୍ରଶାନ୍ତ କିଶୋର ଖୁବ୍‌ଶୀଘ୍ର ମୁଖ୍ୟ ବିରୋଧୀ ଦଳ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ପିକେଙ୍କ ରଣନୀତିରୁ କାହାକୁ ଫାଇଦା ମିଳିବ ତାକୁ ନେଇ ଚାଲିଛି ଚର୍ଚ୍ଚା।

ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। କଂଗ୍ରେସ ଶାସିତ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବିରୋଧରେ ଅଘୋଷିତ ଯୁଦ୍ଧ ଲଢ଼ୁଥିବା କ୍ୟାବିନେଟର ପୂର୍ବତନ ସହଯୋଗୀ ନଭଜୋତ ସିଂ ସିଦ୍ଧୁ ମଙ୍ଗଳବାର ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ପ୍ରଶଂସା କରିଥିଲେ। ଏହାର କିଛି ସମୟ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ରାହୁଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପିକେଙ୍କ ସହ ଆଲୋଚନା ପାଇଁ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ନୌ ଗସ୍ତ ବାତିଲ କରି ଦେଇଥିଲେ। ବୈଠକରେ ପଞ୍ଜାବ ପ୍ରଭାରୀ ହରିଶ ରାଓ୍ବତଙ୍କ ସମେତ ଆଉ କେତେଜଣ ନେତା ଉପସ୍ଥିତ ଥିଲେ। ଏପରି କି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପିକେଙ୍କ ସହ ଭିଡିଓ ଲିଙ୍କ୍‌ରେ ଏକାଧିକ ଥର ଆଲୋଚନା କରିଛନ୍ତି। ପଞ୍ଜାବ କଂଗ୍ରେସରେ ବିଦ୍ରୋହ ପରିପ୍ରେକ୍ଷୀରେ ଏହି ଭେଟକୁ ବିଶ୍ଳେଷକମାନେ ଗୁରୁତ୍ୱ ଦେଉଥିବାବେଳେ ବୁଧବାର ଖବର ଆସିଛି ଯେ, ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ସାକ୍ଷାତ ବେଳେ ସେ ଦଳର ରଣନୀତିକାର ରୂପେ ଏକ ଆନୁଷ୍ଠାନିକ ଭୂମିକା ଆବିଷ୍କାର କରିଥାଇପାରନ୍ତି। କାରଣ ଆଗକୁ ପାଞ୍ଚ ପାଞ୍ଚଟି ରାଜ୍ୟ ବିଧାନସଭା ଭୋଟ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ରହିଛି। ୨୦୨୨ ଶେଷ ଆଡ଼କୁ ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ହେବ। ସେହିପରି ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଆସନ୍ତା ବର୍ଷ ଅନୁଷ୍ଠିତ ହେବ।
ଜଣାପଡ଼ିଛି ଯେ, ତିନି ଗାନ୍ଧୀଙ୍କ ସହ ପିକେଙ୍କ ଆଲୋଚନା କେବଳ ପଞ୍ଜାବ କି ୟୁପି ନିର୍ବାଚନରେ ସୀମିତ ନ ରହି ସେଥିରୁ ଆହୁରି କିଛି ବଡ଼ ପ୍ରସଙ୍ଗକୁ ଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସକୁ ପ୍ରସ୍ତୁତ କରିବା ଲାଗି ସେ ଏକ ନିର୍ଣ୍ଣାୟକ ଭୂମିକା ଚାହୁଁଛନ୍ତି। ଏପ୍ରିଲ-ମେ’ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଓ ତାମିଲନାଡ଼ୁରେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କ ବିଜୟ ପିକେଙ୍କ ପୋର୍ଟଫୋଲିଓରେ ନୂଆ ପ୍ରଶଂସାପତ୍ର ଯୋଡ଼ିଥିଲା। ଏହା ପରେ ମେ’ରେ ପ୍ରଶାନ୍ତ କିଶୋର କହିଥିଲେ, ଆଗକୁ ସେ ଏହି ଭୂମିକାରେ ଅବତୀର୍ଣ୍ଣ ହେବେ ନାହିଁ। ଅର୍ଥାତ୍‌ ଅନ୍ୟ କାହାର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବେ ନାହିଁ। ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ନେଇ ପ୍ରଶ୍ନ କରାଯିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ତିକ୍ତ ଅନୁଭୂତିକୁ ନେଇ ନିଜକୁ ଜଣେ ‘ବିଫଳ ରାଜନେତା’ ଭାବେ ଅଭିହିତ କରି କହିଥିଲେ, ପଛକୁ ଫେରି ଚିନ୍ତା କରିବେ। ୨୦୧୭ ନିର୍ବାଚନରେ ୟୁପିରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ମେଣ୍ଟ କରି ନିର୍ବାଚନ ଲଢ଼ି ହାରିଥିଲେ। ସେତେବେଳେ ପିକେଙ୍କ ପଞ୍ଜାବ ରଣନୀତି କେବଳ ସାନ୍ତ୍ୱନା ଦେଇଥିଲା। ସେବେଠୁ କଂଗ୍ରେସର କାର୍ଯ୍ୟଶୈଳୀକୁ ନେଇ ସେ ଅନେକ ଥର ସମାଲୋଚନା କରିଛନ୍ତି। ଦଳ ଭିତରେ କ’ଣ ଭୁଲ୍‌ ରହିଯାଉଛି ସେନେଇ କଂଗ୍ରେସ ଆମତ୍ସମୀକ୍ଷା କରିବା ଜରୁରୀ ବୋଲି ଗତ ମେ’ରେ ପ୍ରଶାନ୍ତ କିଶୋର ପ୍ରସ୍ତାବ ଦେଇଥିଲେ।

 

ପାଓ୍ବାରଙ୍କୁ ରାଷ୍ଟ୍ରପତି କରାଇବାକୁ ଲବି

ଘନ ଘନ ରୁଦ୍ଧଦ୍ୱାର ମନ୍ତ୍ରଣା। ବଡ଼ ନେତାମାନଙ୍କ ସହ ଆଲୋଚନା। ଏସବୁ ପ୍ରଶାନ୍ତ କିଶୋରଙ୍କ ନାମକୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ କରିଛି। ପଶ୍ଚିମବଙ୍ଗ ନିର୍ବାଚନ ଫଳ ଆସିବା ପରଠାରୁ ପିକେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ମୁମ୍ବାଇ ଓ ଦିଲ୍ଲୀରେ ୩ ଥର ଭେଟିଲେଣି। ପାଓ୍ବାରଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପିକେ ତାଙ୍କୁ ସାକ୍ଷାତ କରିବା ପରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଏକ ବୈଠକ କରିଥିଲେ। ତେବେ ଏହା ୨୦୨୪ ସଂସଦୀୟ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ନ ଥିଲା କହି ତୃତୀୟ ଓ ଚତୁର୍ଥ ସାମ୍ମୁଖ୍ୟ ଗଠନର କଳ୍ପନାଜଳ୍ପନାକୁ ମଧ୍ୟ ସେ ଖଣ୍ଡନ କରିଥିଲେ। ତେଣୁ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ହରାଇ ପାଓ୍ବାରଙ୍କୁ ରାଷ୍ଟ୍ରପତି କରାଇବା ପାଇଁ ସେ ଲବି କରୁଥିବା ଚର୍ଚ୍ଚା ହେଉଛି। ତେବେ ଏଭଳି ଚର୍ଚ୍ଚାକୁ ପାଓ୍ବାର ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri