Posted inଜାତୀୟ

କ’ଣ ରହିଛି ପିକେ ପ୍ଲାନ୍‌

ନୂଆଦିଲ୍ଲୀ,୧୫ା୭: ଦେଶର ଜଣାଶୁଣା ପୋଲ୍‌ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ନେଇ ଜାତୀୟ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ପିକେ କେବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟୁଛନ୍ତି ତ ପୁଣି କେତେବେଳେ କଂଗ୍ରେସର ଗାନ୍ଧୀମାନଙ୍କୁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଶାସକ ତୃଣମୂଳ କଂଗ୍ରେସର ସାରଥି ସାଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହ୍ୟାଟ୍ରିକ୍‌ ବିଜୟୀ କରାଇଥିବା ୪୪ ବର୍ଷୀୟ ଉଚ୍ଚଶିକ୍ଷିତ ପ୍ରଶାନ୍ତ କିଶୋରଙ୍କ ମନରେ କ’ଣ ଅଛି ସ୍ପଷ୍ଟ ଜଣାପଡ଼ୁ ନ ଥିବାରୁ ତାଙ୍କ ପଲିଟିକାଲ କ୍ୟାରିୟରକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କିଏ କହୁଛନ୍ତି ପିକେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ବିକଳ୍ପ ରାଜନୈତିକ ମଞ୍ଚର ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଆଉ କେତେଜଣଙ୍କ ମତରେ ଭାଜପାକୁ ଘେରିବା ପାଇଁ ପାଓ୍ବାରଙ୍କୁ ରାଷ୍ଟ୍ରପତି କରାଇବା ସକାଶେ ସହମତି ଆଶାରେ ବିରୋଧୀଙ୍କ ନିକଟରେ ସେ ଲବି କରୁଛନ୍ତି। ଏଭଳି ସମୟରେ ବୁଧବାର ବିହାରୀ ବାବୁଙ୍କ କ୍ୟାରିୟର ରେଟିଙ୍ଗ୍‌ସକୁ ଉଚ୍ଚକୁ ନେଇଯାଇଛି ଆଉ ଗୋଟିଏ ଖବର। ତାହା ହେଲା ପ୍ରଶାନ୍ତ କିଶୋର ଖୁବ୍‌ଶୀଘ୍ର ମୁଖ୍ୟ ବିରୋଧୀ ଦଳ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ପିକେଙ୍କ ରଣନୀତିରୁ କାହାକୁ ଫାଇଦା ମିଳିବ ତାକୁ ନେଇ ଚାଲିଛି ଚର୍ଚ୍ଚା।

ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। କଂଗ୍ରେସ ଶାସିତ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବିରୋଧରେ ଅଘୋଷିତ ଯୁଦ୍ଧ ଲଢ଼ୁଥିବା କ୍ୟାବିନେଟର ପୂର୍ବତନ ସହଯୋଗୀ ନଭଜୋତ ସିଂ ସିଦ୍ଧୁ ମଙ୍ଗଳବାର ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ପ୍ରଶଂସା କରିଥିଲେ। ଏହାର କିଛି ସମୟ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ରାହୁଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପିକେଙ୍କ ସହ ଆଲୋଚନା ପାଇଁ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ନୌ ଗସ୍ତ ବାତିଲ କରି ଦେଇଥିଲେ। ବୈଠକରେ ପଞ୍ଜାବ ପ୍ରଭାରୀ ହରିଶ ରାଓ୍ବତଙ୍କ ସମେତ ଆଉ କେତେଜଣ ନେତା ଉପସ୍ଥିତ ଥିଲେ। ଏପରି କି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପିକେଙ୍କ ସହ ଭିଡିଓ ଲିଙ୍କ୍‌ରେ ଏକାଧିକ ଥର ଆଲୋଚନା କରିଛନ୍ତି। ପଞ୍ଜାବ କଂଗ୍ରେସରେ ବିଦ୍ରୋହ ପରିପ୍ରେକ୍ଷୀରେ ଏହି ଭେଟକୁ ବିଶ୍ଳେଷକମାନେ ଗୁରୁତ୍ୱ ଦେଉଥିବାବେଳେ ବୁଧବାର ଖବର ଆସିଛି ଯେ, ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ସାକ୍ଷାତ ବେଳେ ସେ ଦଳର ରଣନୀତିକାର ରୂପେ ଏକ ଆନୁଷ୍ଠାନିକ ଭୂମିକା ଆବିଷ୍କାର କରିଥାଇପାରନ୍ତି। କାରଣ ଆଗକୁ ପାଞ୍ଚ ପାଞ୍ଚଟି ରାଜ୍ୟ ବିଧାନସଭା ଭୋଟ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ରହିଛି। ୨୦୨୨ ଶେଷ ଆଡ଼କୁ ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ହେବ। ସେହିପରି ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଆସନ୍ତା ବର୍ଷ ଅନୁଷ୍ଠିତ ହେବ।
ଜଣାପଡ଼ିଛି ଯେ, ତିନି ଗାନ୍ଧୀଙ୍କ ସହ ପିକେଙ୍କ ଆଲୋଚନା କେବଳ ପଞ୍ଜାବ କି ୟୁପି ନିର୍ବାଚନରେ ସୀମିତ ନ ରହି ସେଥିରୁ ଆହୁରି କିଛି ବଡ଼ ପ୍ରସଙ୍ଗକୁ ଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସକୁ ପ୍ରସ୍ତୁତ କରିବା ଲାଗି ସେ ଏକ ନିର୍ଣ୍ଣାୟକ ଭୂମିକା ଚାହୁଁଛନ୍ତି। ଏପ୍ରିଲ-ମେ’ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଓ ତାମିଲନାଡ଼ୁରେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କ ବିଜୟ ପିକେଙ୍କ ପୋର୍ଟଫୋଲିଓରେ ନୂଆ ପ୍ରଶଂସାପତ୍ର ଯୋଡ଼ିଥିଲା। ଏହା ପରେ ମେ’ରେ ପ୍ରଶାନ୍ତ କିଶୋର କହିଥିଲେ, ଆଗକୁ ସେ ଏହି ଭୂମିକାରେ ଅବତୀର୍ଣ୍ଣ ହେବେ ନାହିଁ। ଅର୍ଥାତ୍‌ ଅନ୍ୟ କାହାର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବେ ନାହିଁ। ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ନେଇ ପ୍ରଶ୍ନ କରାଯିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ତିକ୍ତ ଅନୁଭୂତିକୁ ନେଇ ନିଜକୁ ଜଣେ ‘ବିଫଳ ରାଜନେତା’ ଭାବେ ଅଭିହିତ କରି କହିଥିଲେ, ପଛକୁ ଫେରି ଚିନ୍ତା କରିବେ। ୨୦୧୭ ନିର୍ବାଚନରେ ୟୁପିରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ମେଣ୍ଟ କରି ନିର୍ବାଚନ ଲଢ଼ି ହାରିଥିଲେ। ସେତେବେଳେ ପିକେଙ୍କ ପଞ୍ଜାବ ରଣନୀତି କେବଳ ସାନ୍ତ୍ୱନା ଦେଇଥିଲା। ସେବେଠୁ କଂଗ୍ରେସର କାର୍ଯ୍ୟଶୈଳୀକୁ ନେଇ ସେ ଅନେକ ଥର ସମାଲୋଚନା କରିଛନ୍ତି। ଦଳ ଭିତରେ କ’ଣ ଭୁଲ୍‌ ରହିଯାଉଛି ସେନେଇ କଂଗ୍ରେସ ଆମତ୍ସମୀକ୍ଷା କରିବା ଜରୁରୀ ବୋଲି ଗତ ମେ’ରେ ପ୍ରଶାନ୍ତ କିଶୋର ପ୍ରସ୍ତାବ ଦେଇଥିଲେ।

 

ପାଓ୍ବାରଙ୍କୁ ରାଷ୍ଟ୍ରପତି କରାଇବାକୁ ଲବି

ଘନ ଘନ ରୁଦ୍ଧଦ୍ୱାର ମନ୍ତ୍ରଣା। ବଡ଼ ନେତାମାନଙ୍କ ସହ ଆଲୋଚନା। ଏସବୁ ପ୍ରଶାନ୍ତ କିଶୋରଙ୍କ ନାମକୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ କରିଛି। ପଶ୍ଚିମବଙ୍ଗ ନିର୍ବାଚନ ଫଳ ଆସିବା ପରଠାରୁ ପିକେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ମୁମ୍ବାଇ ଓ ଦିଲ୍ଲୀରେ ୩ ଥର ଭେଟିଲେଣି। ପାଓ୍ବାରଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପିକେ ତାଙ୍କୁ ସାକ୍ଷାତ କରିବା ପରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଏକ ବୈଠକ କରିଥିଲେ। ତେବେ ଏହା ୨୦୨୪ ସଂସଦୀୟ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ନ ଥିଲା କହି ତୃତୀୟ ଓ ଚତୁର୍ଥ ସାମ୍ମୁଖ୍ୟ ଗଠନର କଳ୍ପନାଜଳ୍ପନାକୁ ମଧ୍ୟ ସେ ଖଣ୍ଡନ କରିଥିଲେ। ତେଣୁ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ହରାଇ ପାଓ୍ବାରଙ୍କୁ ରାଷ୍ଟ୍ରପତି କରାଇବା ପାଇଁ ସେ ଲବି କରୁଥିବା ଚର୍ଚ୍ଚା ହେଉଛି। ତେବେ ଏଭଳି ଚର୍ଚ୍ଚାକୁ ପାଓ୍ବାର ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri